Latest Odisha News

BREAKING NEWS

୪ଟା ସୁଦ୍ଧା ସରିଲାନି ପଦ୍ମପୁର ଭୋଟ୍, କୌଣସି ଉତ୍ତେଜନା ହୋଇନି

ପଦ୍ମପୁର : ୪ଟା ସୁଦ୍ଧା ସରିଲାନି ଭୋଟ୍ । ୪ଟା ପରେ ବି ୮୯ ବୁଥରେ ଭୋଟିଂ ଜାରି ରହିଥିଲା । ୮୯ଟି ବୁଥରେ ପ୍ରାୟ ୧୨ ହଜାର ଭୋଟ୍ ଦେବାକୁ ଲାଇନରେ ଥିଲେ । ୩ଟା ସୁଦ୍ଧା ୬୫.୨୮% ମତଦାନ ନେଇ ସୂଚନା ଦେଇଛନ୍ତି  ସିଇଓ ସୁଶୀଲ କୁମାର ଲୋହାନୀ । ଭୋଟ୍ ଗ୍ରହଣ ସମ୍ପୂର୍ଣ୍ଣ ଭାବେ ସରିବା ପରେ ଭୋଟ୍ ପ୍ରତିଶତ ଜଣାପଡିବ । ୨୦୧୯ ନିର୍ବାଚନରେ ୭୯.୦୫ ପ୍ରତିଶତ ମତଦାନ ହୋଇଥିଲା । ଏଥର ବି ସେହି ପ୍ରତିଶତ ରହିବ ବୋଲି ସିଇଓ ଆଶା ପୋଷଣ କରିଛନ୍ତି ।

ସବୁଠି ଭୋଟ୍ ସୁରୁଖୁରୁରେ ହୋଇଛି । କୌଣସି ଉତ୍ତେଜନା ଖବର ମିଳିନାହିଁ । ପ୍ରାର୍ଥୀଙ୍କ ପ୍ରତିନିଧି ସାମ୍ନାରେ ଇଭିଏମ୍ ସିଲ୍ ହେବ ବୋଲି କହିଛନ୍ତି ସିଇଓ । ଇଭିଏମ୍ ସୁରକ୍ଷିତ ଭାବେ ପହଞ୍ଚିବା ଉପରେ ନଜର ରହିଛି । ଟୁ-ଟାୟାର ସୁରକ୍ଷାରେ ପଦ୍ମପୁରରେ ଷ୍ଟ୍ରଙ୍ଗ ରୁମ୍ ଭିତରେ ଇଭିଏମ୍ ରହିବ । ୨୪ ଘଣ୍ଟିଆ ସିସିଟିଭି ସର୍ବେଲାନ୍ସ କରାଯିବ । ୮ ତାରିଖ ସକାଳେ ଭୋଟଗଣତି ଆରମ୍ଭ ହେବ ।

 

Leave A Reply

Your email address will not be published.