Latest Odisha News

BREAKING NEWS

ଭୂମି ମାଫିଆ କବଜା କଲେ ଗାୟକ ଲକି ଅଲୀଙ୍କ ଫାର୍ମ ହାଉସ

ମୁମ୍ବାଇ: ବଲିଉଡର ସିନିୟର ଗାୟକ ଲକି ଅଲୀ ଏବେ ଅଡୁଆରେ ପଡିଛନ୍ତି । ତାଙ୍କ ଫାର୍ମ ହାଉସକୁ ଭୂମି ମାପିଆମାନେ କବଜା କରି ନେଇଥିବା ସେ ସୋସିଆଲ ମିଡିଆରେ ଜଣାଇଛନ୍ତି । ସେ ତାଙ୍କ ଆକାଂଉଟରେ କର୍ଣ୍ଣାଟକ ଡିଜିପିଙ୍କୁ ମଧ୍ୟ ପତ୍ର ଲେଖି ଏ ସମ୍ପର୍କରେ ଜଣାଇଛନ୍ତି । ଏହି ପତ୍ରରେ ସେ କେତେଜଣ ବ୍ୟକ୍ତିଙ୍କ ନାମ ଉଲ୍ଲେଖ କରିଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ଆଇଏଏସ ଥିବା ଜଣାପଡିଛି । ମୋ ପରିବାରବର୍ଗଙ୍କୁ ଏଥିନେଇ ସେମାନେ ବାରମ୍ବାର ହଇରାଣ କରୁଛନ୍ତି ବୋଲି ଲକି କହିଛନ୍ତି । ସୁଧୀର ରେଡ୍ଡୀ ଓ ମଧୁ ରେଡ୍ଡୀ ମୋ ଅନୁପସ୍ଥିତିରେ ଫାର୍ମ ହାଉସକୁ କବଜା କରି ନେଇଛନ୍ତି ।

ମୋ ଓକିଲଙ୍କ କହିବା ଅନୁସାରେ ସେମାନଙ୍କ ପାଖରେ କୌଣସି କୋର୍ଟ ଅର୍ଡର ନାହିଁ । ଆମେ ଏଠାରେ ୫୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ରହି ଆସୁଛି । ପୋଲିସ ମଧ୍ୟ ସେମାନଙ୍କୁ ସହଯୋଗ କରୁଥିବା ସେ କହିଛନ୍ତି । ମୁଁ ଏବେ ଦୁବାଇ ଆସିଛି । ସବୁ ଦିଗରୁ ନିରୁପାୟ ହେବା ପରେ ସୋସିଆଲ ମିଡିଆର ସହଯୋଗ ନେଇଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.