ଝାରସୁଗୁଡ଼ା : ଝାରସୁଗୁଡ଼ା ବିସିପାଲି ଗାଁରେ ଠାବ ହୋଇଛି ଏକ ବିରଳ ପ୍ରଜାତିର ଶାଗୁଣା । ଯାହା ଗରୁଡ଼ ପରି ଦେଖାଯାଉଛି । ଯାହାକୁ ହିମାଳୟ ଗରୁଡ଼ ଶାଗୁଣା ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଶାଗୁଣାଟିକୁ ପ୍ରଥମେ କିଛି ଯୁବକ ଠାବ କରିଥିଲେ । ଶାଗୁଣାଟି ଚାଲିବାକୁ ଓ ଉଡ଼ିବାକୁ ସକ୍ଷମ ନଥିଲା । ଜଙ୍ଗଲ ଅଧିକାରୀଙ୍କୁ ଖବର ଦେବା ପରେ ତାକୁ ଉଦ୍ଧାର କରି ଚିକିତ୍ସା କରାଯାଉଛି । ଝାରସୁଗୁଡ଼ା ଡିଭିଜନାଲ ଫରେଷ୍ଟ ଅଫିସର ଲଳିତ କୁମାର ପାତ୍ର କହିଛନ୍ତିଯେ ଶାଗୁଣାଟି ଅତି ବିରଳ । ଏମାନେ ସାଧାରଣତଃ ହିମାଳୟ କିମ୍ୱା ତିବ୍ଦତୀୟ ଅଞ୍ଚଳରେ ଦେଖାଯାଆନ୍ତି । ପକ୍ଷୀ ବିଶେଷଜ୍ଞ ଶାଗୁଣାର ପରୀକ୍ଷଣ କରିବା ସହିତ କିଛି ଔଷଧ ଦେଇଛନ୍ତି । ତାହାକୁ ଅବଜରଭେସନରେ ରଖାଯାଇଛି । ତେବେ ତାର ସୁସ୍ଥତା ନେଇ ଆଶାପୋଷଣ କରିଛନ୍ତି ବିଶେଷଜ୍ଞ ଓ ଜଙ୍ଗଲ ବିଭାଗ ଅଧିକାରୀ ।
BREAKING NEWS
- ଝାରସୁଗୁଡାରେ ବିଜେପିକୁ ଝଟକା, ବିଜେଡିରେ ସାମିଲ ହେଲେ ରାଧାରାଣୀ ପଣ୍ଡା
- ମେ’ ୩୧ରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ସମ୍ଭାବନା: ଆଇଏମଡି
- କେନ୍ଦୁଝରରେ ସିରିଜ୍ ଦୁର୍ଘଟଣା, କାରରେ ବସିଥିବା ୫ ଜଣ ଆଖି ବୁଜିଲେ
- ହିଞ୍ଜିଳି, କଣ୍ଟାବାଞ୍ଜିରେ ଶାହ ଏବଂ ନଡ଼୍ଡାଙ୍କ ପ୍ରଚାର କାର୍ଯ୍ୟକ୍ରମ ବାତିଲ ପଛର ଉଦ୍ଦେଶ୍ୟକୁ ନେଇ ବଢ଼ିଲା ଚର୍ଚ୍ଚା
- ଏକାମ୍ର ନିର୍ବାଚନ ମଣ୍ଡଳୀରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର
- ପ୍ରଚାର ବେଳେ ସନା ମହାକୁଡଙ୍କ ବେକରେ ପଡ଼ିଲା ଜୋତା ମାଳ!
- ଫେଡେରେଶନ କପ ଆଥଲେଟିକ୍ସ: କଳିଙ୍ଗ ଷ୍ଟାଡିୟମରେ ସ୍ୱର୍ଣ୍ଣ ଜିତିଲେ ଅଲିମ୍ପିକ ପଦକ ବିଜେତା ନୀରଜ
- ମୋଦୀ ଗରିବଙ୍କୁ ଚାଉଳ ଦେଲେ, ନବୀନ ତାଙ୍କ ଫଟୋ ଥିବା ବ୍ଯାଗ ଦେଲେ: ଶାହ
- ସବୁଠି ଅସନ୍ତୋଷ! ବିଜେଡି ପ୍ରାର୍ଥୀ ରୀତା, ଲତିକାଙ୍କ ପରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଘେରିଲେ ଲୋକେ
- ଇଭିଏମରେ ସିଲ୍ ହୋଇଛି ୩ ପ୍ରାର୍ଥୀଙ୍କ ଭାଗ୍ୟ, ଜୁନ୍ ୪ରେ ଖୋଲିବ ପେଡି