Latest Odisha News

ସୁନା ଦୋକାନରେ ଚାକିରି ଦେବା ନାଁରେ ବର୍ଷା ନେଇଛନ୍ତି ୩୦ ହଜାର, ଏତଲା ଦେଲେ ମହିଳା

ଭୁବନେଶ୍ୱର: ଅଭିନେତ୍ରୀ ତଥା ସମାଜସେବୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗ ହୋଇଛି । ଅଭିନେତ୍ରୀ ବର୍ଷାଙ୍କ ସହ ଆୟୁଷୀ ପ୍ରିୟଦର୍ଶିନୀ ଓ ଜଣେ ବ୍ୟବସାୟୀଙ୍କ ନାଁରେ ଏତଲା ଦେଇଛନ୍ତି ଅଭିଯୋଗକାରିଣୀ । ସହିଦନଗର ଥାନାରେ ହୋଇଥିବା ଏତଲା ପ୍ରକାରେ, ଅଭିଯୋଗକାରିଣୀ କଲ୍ୟାଣୀ ନାୟକଙ୍କ ଠାରୁ ବର୍ଷା ପ୍ରୟଦର୍ଶିନୀ ୩୦ ହଜାର ଟଙ୍କା ନେଇ ଚାକିରି ଦେଇ ନାହାଁନ୍ତି ।

ପ୍ରାୟ ୭ ମାସ ତଳେ ଭୁବନେଶ୍ୱର ଜନତା ମଇଦାନରେ ମହିଳା ବେପାର ମେଳାରେ ଆୟୁଷୀ ଓ ବର୍ଷା ପ୍ରିୟଦର୍ଶିନୀଙ୍କୁ ଭେଟିଥିଲେ କଲ୍ୟାଣୀ । ସେତେବେଳେ ଯୋଗାଯୋଗରେ ରହିବା ପାଇଁ ଆୟୁଷୀ ନମ୍ବର ଦେଇଥିଲେ । ପରେ ବିଭିନ୍ନ ସମୟରେ ଆୟୁଷୀ କଲ୍ୟାଣୀଙ୍କୁ ଭେଟୁଥିଲେ । ଏପରିକି ଆୟୁଷୀ ତାଙ୍କ ଫୋନରେ ବର୍ଷାଙ୍କ ସହ କଲ୍ୟାଣୀଙ୍କ କଥା କରାଇ ଥିଲେ ।

ଭରସା ଦେଇଥିଲେ ଏକ ପ୍ରତିଷ୍ଠିତ ଜୁଏଲାରୀ ଶୋ ରୁମରେ ଚାକିରି କରାଇ ଦେବେ । ଏନେଇ ସିକ୍ୟୁରିଟି ମନି ଭାବେ ବର୍ଷା, କଲ୍ୟାଣୀଙ୍କୁ ୫୦ ହଜାର ଟଙ୍କା ଡିପୋଜିଟ୍ ଦେବାକୁ କହିଥିଲେ । ଏତେ ଟଙ୍କା ଦେବାକୁ କଲ୍ୟାଣୀ ଅକ୍ଷମତା ପ୍ରକାଶ କରିବା ପରେ ୩୦ ହଜାର ଟଙ୍କାରେ କଥା ଛିଡ଼ିଥିଲା । କଲ୍ୟାଣୀ ଧାର ଉଦ୍ଧାର କରି ବହୁ କଷ୍ଟରେ ୩୦ ହଜାର ଟଙ୍କା ତାଙ୍କ ଆକାଉଣ୍ଟରୁ ବର୍ଷା ପ୍ରିୟଦର୍ଶିନୀଙ୍କ ଆକାଉଣ୍ଟକୁ ପଠାଇଥିଲେ ।

ହେଲେ ଟଙ୍କା ପାଇବା ପରେ ବର୍ଷା କିମ୍ବା ଆୟୁଷୀ ଆଉ ଫୋନ୍ ଉଠାଉ ନଥିବା କଲ୍ୟାଣୀ ଅଭିଯୋଗ ଆଣିଛନ୍ତି । ଏପରିକି ଟଙ୍କା ମାଗିବାରୁ ଆୟୁଷୀ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ କରିଛନ୍ତି କଲ୍ୟାଣୀ । ତେବେ, ଏଭିଯୋଗ ନେଇ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

Leave A Reply

Your email address will not be published.