Latest Odisha News

BREAKING NEWS

ଆଜି ବଜାରକୁ ଆସିଲା ‘ସାମସଙ୍ଗ୍ ଗ୍ୟାଲାକ୍ସି ଏ୮୦’ ମୋବାଇଲ୍ ଫୋନ୍

ଭୁବନେଶ୍ୱର: ଦକ୍ଷିଣ କୋରିଆର ଜଣାଶୁଣା ମୋବାଇଲ୍ ଫୋନ କମ୍ପାନୀ ସାମସଙ୍ଗ୍ ଆଜି ଭାରତୀୟ ବଜାରରେ ଲଞ୍ଚ୍ କରିଛି ‘ସାମସଙ୍ଗ୍ ଗ୍ୟାଲାକ୍ସି ଏ୮୦’ ମୋବାଇଲ୍ ଫୋନ୍ । ଯେଉଁ ସ୍ମାର୍ଟ୍ ଫୋନରେ ରହିଛି ରୋଟେଟିଂ ହୋଇପାରୁଥିବା ୩ଟି କ୍ୟାମେରା ।

ଭାରତୀୟ ବଜାରରେ ଆଜି ଉପଲବ୍ଧ ହୋଇଛି ଗ୍ୟାଲାକ୍ସି ମଡ଼େଲର ଏହି ନୂଆ ସାମସଙ୍ଗ ମୋବାଇଲ୍ ଫୋନ । ଏଥିରେ ରହିଛି ୪୮ ମେଗାପିକ୍ସେଲ ଯୁକ୍ତ ମଜବୁତ କ୍ୟାମେରା ଲେନ୍ସ । ଏହି ସେଟରେ ମଧ୍ୟ ଏଫଏଚଡ଼ି+ ସୁପର୍ ଆମୋଲେଡ଼ ଡ଼ିସପ୍ଲେ ଉପଲବ୍ଧ ରହିଛି । ଏହି ଫୋନରେ ୭୩୦ଜି ଓକ୍ଟା କୋର୍ ପ୍ରସେସର୍ ରହିଛି ଯାହାଦ୍ୱାରା ଅପଯ୍ୟାପ୍ତ ଡ଼ାଟା ତୁରନ୍ତ କାର୍ଯ୍ୟକ୍ଷମ ହୋଇପାରିବ ।

ସାଧାରଣତଃ ଏହି ରୋଟେଟ୍ କ୍ୟାମେରାଯୁକ୍ତ ‘ସାମସଙ୍ଗ୍ ଗ୍ୟାଲାକ୍ସି ଏ୮୦’ ମୋବାଇଲ୍ ଫୋନଟିର ଭାରତୀୟ ବଜାରରେ ଦାମ୍ ରହିଛି ୪୭, ୯୯୦ ଟଙ୍କା ।

Leave A Reply

Your email address will not be published.