Latest Odisha News

ଆଚାରି ଚିକେନ୍

ଚଟ୍‌ପଟା ଖାଦ୍ୟ ଖାଇବାକୁ କିଏବା ଭଲ ନପାଏ । ଆଜି ଆମେ ପ୍ରସ୍ତୁତ କରିବା ଚଟପଟା ଆଚାରୀ ଚିକେନ ।

ଆବଶ୍ୟକ ସାମଗ୍ରୀ: ଚିକେନ୍‌, କଟା ପିଆଜ, ପିଆଜ- ଅଦା-ରସୁଣ ବଟା, ଟମାଟୋ, କାଜୁ ପେଷ୍ଟ୍‌, ତେଲ, ଲବଙ୍ଗ, ଗୁଜୁରାତି, ଡାଲଚିନି, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଆମଚୁର ପାଉଡର, ଦହି, ଚାଟ୍‌ ମସଲା, ଆଚାର ଓ ଲୁଣ।

ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଚିକେନ୍‌କୁ ଭଲ ଭାବେ ଧୋଇ ସାରିବା ପରେ ଏଥିରେ ଲୁଣ, ହଳଦୀ ଓ ଅଳ୍ପ ଦହି ଗୋଳାଇ ମ୍ୟାରିନେଟ୍ କରି ରଖନ୍ତୁ। ଏବେ ଏକ କଡ଼େଇରେ ତେଲ ଗରମ କରି ଏଥିରେ ଲବଙ୍ଗ, ଗୁଜୁରାତି ଓ ଡାଲଚିନି ପକାଇ ଭାଜନ୍ତୁ। ପରେ ଏଥିରେ କଟା ପିଆଜ ପକାଇ କିଛି ସମୟ ଭାଜନ୍ତୁ। ଏବେ ଏଥିରେ ପିଆଜ, ଅଦା ଓ ରସୁଣ ବଟା ପକାଇ କିଛି ସମୟ କଷନ୍ତୁ। କିଛି ସମୟ କଷିବା ପରେ ଏଥିରେ ଟମାଟୋ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଏବଂ ଚାଟ୍‌ ମସଲା ପକାଇ ଆଉ କିଛି ସମୟ ଧୀମା ଆଞ୍ଚରେ କଷନ୍ତୁ।

ମସଲା କଷି ହୋଇ ଆସିଲେ, ଏଥିରେ ଚିକେନ୍‌, ଲୁଣ, ଆମଚୁର ପାଉଡର୍‌, କାଜୁ ପେଷ୍ଟ୍‌ ଏବଂ ଆଚାର ପକାଇ ପୁଣି କଷନ୍ତୁ। ଏବେ ଏହାକୁ ସିଝିବା ଲାଗି କିଛି ସମୟ ଘୋଡ଼ଣୀ ଦେଇ ଛାଡ଼ି ଦିଅନ୍ତୁ। ସିଝିଗଲା ପରେ ଏହାକୁ ପ୍ଲେଟ୍‌କୁ କାଢ଼ି ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଚଟ୍‌ପଟା ଆଚାରି ଚିକେନ୍‌।

Leave A Reply

Your email address will not be published.