ବ୍ରହ୍ମପୁର: ଗଞ୍ଜାମ ଜିଲାର ଗୋଳନ୍ଥରା ଥାନା ଅନ୍ତର୍ଗତ ସୋରଳ ଗାଁରେ ରାତି ଅଧରେ ଜଣେ ମହିଳାଙ୍କ ଘରେ ପଶି ଅସଦାଚରଣ କରିବା ଓ ଜାତିକୁ ଆକ୍ଷେପ କରି ଗାଳିଗୁଲଜ କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ଶାସକ ବିଜୁ ଯୁବ ଜନତା ଦଳ ଜିଲ୍ଲା ସମ୍ପାଦକ (ଗଞ୍ଜାମ ) ପି. ଜଗା ରାଓ ରେଡ୍ଡୀକୁ ବୁଧବାର ଗିରଫ୍ କରିଛି। ମିଳିଥିବା ସୂଚନା ଅନୁଯାଇ, ସୋରଳ ଗାଁର ମହିଳା ଜଣକ ଗତ ୪ ତାରିଖ ରାତିରେ ଖାଇପିଇ ଶୋଇଥିଲେ । ରାତି ପ୍ରାୟ ୧୧ଟା ବେଳେ ଜଗା ରାଓ ରେଡ୍ଡୀ ଘରର ଟିଣ କବାଟ ଭାଙ୍ଗି ପଶିବା ସହ ମହିଳାଙ୍କ ବସ୍ତ୍ର ଖୋଲିବାକୁ ଉଦ୍ୟମ କରୁଥିବା ବେଳେ ସେ ଉଠିପଡ଼ି ପ୍ରତିବାଦ କରିବା ସହ ଚିତ୍କାର କରିଥିଲା । ଏଥିରେ ଜଗା ଉତକ୍ଷିପ୍ତ ହୋଇ ତାଙ୍କୁ ମାଡ଼ ମାରିଥିଲା । ପାଟିଶୁଣି ମହିଳାଙ୍କ ସ୍ଵାମୀ ଉଠିପଡ଼ିବା ସହ ପ୍ରତିରୋଧ କରିଥିଲେ । ଏଥିରେ ଜଗା ଉତ୍ତେଜିତ ହୋଇ ତାଙ୍କ ଜାତିକୁ ଆକ୍ଷେପ କରି ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଵା ସହ ଯଦି ଘଟଣା ସମ୍ପର୍କରେ କାହାକୁ କହିବୁ ଜୀବନରେ ମାରିଦେବି ବୋଲି ଧମକ ଦେଇ ଚାଲିଯାଇ ଥିଲେ।ଏନେଇ ଉଭୟଙ୍କ ମଧ୍ୟରେ ଗ୍ରାମରେ ଆଲୋଚନାରେ ବିଫଳ ହେବାରୁ ଅଭିଯୋଗ ପହଞ୍ଚିଲା ଥାନାରେ।ଗୋଳନ୍ଥରା ଥାନାରେ ମହିଳାଙ୍କ ସ୍ୱାମୀ ଲିଖିତ ଏତଲା ଦେବା ପରେ ପୋଲିସ କେଶ ନଂ୪୪୫/୨୨ରେ ଏକ ମାମଲା ରୁଜୁ କରିବା ସହ ଜଗା ରାଓକୁ ଥାନାରେ ଗୋଟିଏ ଦିନ ଅଟକ ରଖି ଘଟଣାର ତଦନ୍ତ ପରେ ବୁଧବାର କୋର୍ଟ ଚାଲାଣ କରିଥିଲା।
BREAKING NEWS
- ଉବୁଟୁବୁ ଉତ୍ତର ଓଡ଼ିଶା: ୨୦୦ ମିମିରୁ ଅଧିକ ବର୍ଷାରେ ବେହାଲ ବାଲେଶ୍ୱର
- ବିଡିଏର ୫୨୦ କୋଟିର ଖେଳ ଏବଂ ସରକାରୀ ଫାଇଲ୍ ତଳେ ଚାପି ହୋଇଛି ସାଧାରଣ ମଣିଷର ଘର ସ୍ୱପ୍ନ!
- ମହାପ୍ରଭୁଙ୍କୁ ନେଇ ଆନିମେଟେଡ୍ ଫିଲ୍ମ; ରିଲିଜ୍ ଉପରେ ରୋକ୍ ପାଇଁ ସୁପ୍ରିମକୋର୍ଟରେ ଆବେଦନ
- ପେଲେଟ୍ ଗନ୍ ଉପରେ ରୋକ୍ ଲଗାଇବା ପାଇଁ ଦାବି, ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ
- ମଧ୍ୟାହ୍ନ ଭୋଜନରୁ ବାହାରିଲା ଝିଟିପିଟି ,୩୦ରୁ ଅଧିକ ଅସୁସ୍ଥ
- କିଟ୍ ଓ କିସ୍ ପକ୍ଷରୁ ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧନା; ୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ
- ପ୍ରଧାନମନ୍ତ୍ରୀଙ୍କୁ କ୍ଷମା ମାଗିଲା ମେଟା, କହିଲା- ଫେସବୁକରୁ ମୋଦିଙ୍କ ପୋଷ୍ଟ ହଟାଇବା ଏକ ଭୁଲ ଥିଲା
- ସ୍ତ୍ରୀର ଗଳାକାଟି ହତ୍ୟା; ଜୀବନ ହରିବାକୁ ଉଦ୍ୟମ କଲା ସ୍ବାମୀ`
- ଦୀଘା ନିକଟରେ ସ୍ଥଳଭାଗ ଛୁଇଁଲା ଗଭୀର ଅବପାତ
- ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଏସବୁ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା, ଜାଣନ୍ତୁ…
Comments are closed.