ବ୍ରହ୍ମପୁର: ଗଞ୍ଜାମ ଜିଲାର ଗୋଳନ୍ଥରା ଥାନା ଅନ୍ତର୍ଗତ ସୋରଳ ଗାଁରେ ରାତି ଅଧରେ ଜଣେ ମହିଳାଙ୍କ ଘରେ ପଶି ଅସଦାଚରଣ କରିବା ଓ ଜାତିକୁ ଆକ୍ଷେପ କରି ଗାଳିଗୁଲଜ କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ଶାସକ ବିଜୁ ଯୁବ ଜନତା ଦଳ ଜିଲ୍ଲା ସମ୍ପାଦକ (ଗଞ୍ଜାମ ) ପି. ଜଗା ରାଓ ରେଡ୍ଡୀକୁ ବୁଧବାର ଗିରଫ୍ କରିଛି। ମିଳିଥିବା ସୂଚନା ଅନୁଯାଇ, ସୋରଳ ଗାଁର ମହିଳା ଜଣକ ଗତ ୪ ତାରିଖ ରାତିରେ ଖାଇପିଇ ଶୋଇଥିଲେ । ରାତି ପ୍ରାୟ ୧୧ଟା ବେଳେ ଜଗା ରାଓ ରେଡ୍ଡୀ ଘରର ଟିଣ କବାଟ ଭାଙ୍ଗି ପଶିବା ସହ ମହିଳାଙ୍କ ବସ୍ତ୍ର ଖୋଲିବାକୁ ଉଦ୍ୟମ କରୁଥିବା ବେଳେ ସେ ଉଠିପଡ଼ି ପ୍ରତିବାଦ କରିବା ସହ ଚିତ୍କାର କରିଥିଲା । ଏଥିରେ ଜଗା ଉତକ୍ଷିପ୍ତ ହୋଇ ତାଙ୍କୁ ମାଡ଼ ମାରିଥିଲା । ପାଟିଶୁଣି ମହିଳାଙ୍କ ସ୍ଵାମୀ ଉଠିପଡ଼ିବା ସହ ପ୍ରତିରୋଧ କରିଥିଲେ । ଏଥିରେ ଜଗା ଉତ୍ତେଜିତ ହୋଇ ତାଙ୍କ ଜାତିକୁ ଆକ୍ଷେପ କରି ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଵା ସହ ଯଦି ଘଟଣା ସମ୍ପର୍କରେ କାହାକୁ କହିବୁ ଜୀବନରେ ମାରିଦେବି ବୋଲି ଧମକ ଦେଇ ଚାଲିଯାଇ ଥିଲେ।ଏନେଇ ଉଭୟଙ୍କ ମଧ୍ୟରେ ଗ୍ରାମରେ ଆଲୋଚନାରେ ବିଫଳ ହେବାରୁ ଅଭିଯୋଗ ପହଞ୍ଚିଲା ଥାନାରେ।ଗୋଳନ୍ଥରା ଥାନାରେ ମହିଳାଙ୍କ ସ୍ୱାମୀ ଲିଖିତ ଏତଲା ଦେବା ପରେ ପୋଲିସ କେଶ ନଂ୪୪୫/୨୨ରେ ଏକ ମାମଲା ରୁଜୁ କରିବା ସହ ଜଗା ରାଓକୁ ଥାନାରେ ଗୋଟିଏ ଦିନ ଅଟକ ରଖି ଘଟଣାର ତଦନ୍ତ ପରେ ବୁଧବାର କୋର୍ଟ ଚାଲାଣ କରିଥିଲା।
BREAKING NEWS
- ଗାନ୍ଧୀ ପରିବାର ପାଇଁ ଚାକିରି କରୁନି, କି ଦଳଠାରୁ ଦରମା ନେଉନାହିଁ- କେ. ଏଲ ଶର୍ମା
- ଓଡିଶାରେ ନଡ୍ଡା, ଉନ୍ମୋଚନ କରିବେ ବିଜେପି ନିର୍ବାଚନୀ ଇସ୍ତାହାର
- ବର୍ତ୍ତମାନ ଟୁରିଷ୍ଟ ଭଳି ନେତା ମାନେ ଆସୁଛନ୍ତି: ପାଣ୍ଡିଆନ
- ୪୪ ଛୁଇଁଲା ଦିନର ତାପମାତ୍ରା
- ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ନାଁରେ ନିର୍ବାଚନ କମିସନରଙ୍କ ଆଗରେ ଫେରାଦ ହେଲା ବିଜେଡି
- ଜେପି ନଡ୍ଡାଙ୍କ ବିରୋଧରେ କଂଗ୍ରେସର ଅଭିଯୋଗ, ପଛୁଆ ବର୍ଗର ଲୋକଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛି ବିଜେପି
- ସଙ୍ଗୀତ ପ୍ରେମୀଙ୍କ ପାଇଁ ୟୁଟ୍ୟୁବ୍ ଲଞ୍ଚ କଲା ‘ହମ୍ ଟୁ ସର୍ଚ୍ଚ’ ଫିଚର, ଗୁଣୁଗୁଣୁ ଗୀତ ଗାଇ କରିପାରିବେ ସର୍ଚ୍ଚ
- ଧର୍ମେନ୍ଦ୍ର ପ୍ରଧାନ ସବୁବେଳେ ମିଛ କୁହନ୍ତି: ବିଜେଡି
- ନିଜ ଦଳର ନେତାଙ୍କୁ ଗୁଣ୍ଡା କହିଲେ କଙ୍ଗନା, ଭିଡିଓ ଭାଇରାଲ
- ବିଜେଡିର ମିଶ୍ରଣ ପର୍ବ, ଶଙ୍ଖ ଧରିଲେ କଂଗ୍ରେସର ୨ ନେତା