Latest Odisha News

ପୋଷ୍ଟାଲ ବାଲାଟ୍ ଗଣତି ସରିଲା, ଇଭିଏମ୍ ଗଣତି ଆରମ୍ଭ

ପଦ୍ମପୁର : ପଦ୍ମପୁର ଉପନିର୍ବାଚନର ଭୋଟ୍ ଗଣତି ଶେଷ ହୋଇଛି । ସକାଳ ୮ଟାରେ ପୋଷ୍ଟାଲ ବାଲାଟରୁ ଗଣତି ସରିଛି । ୨୯୬ଟି ପୋଷ୍ଟାଲ ବାଲାଟ ଗଣତି ହୋଇଛି । ଅନୁପସ୍ଥିତ ଭୋଟରଙ୍କ ମଧ୍ୟରେ ମତଦାନ କେନ୍ଦ୍ରକୁ ଆସିପାରିନଥିବା ଦିବ୍ୟାଙ୍ଗ ଓ ୮୦ବର୍ଷରୁ ଉର୍ଦ୍ଧ୍ୱ ନାଗରିକ ସାମିଲ ଅଛନ୍ତି । ସାଢେ ୮ଟାରେ ଇଭିଏମ ଗଣତି ଆରମ୍ଭ ହୋଇଛି । ପ୍ରଶାସନ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି । କାହାରିକୁ ମୋବାଇଲ ନେବା ପାଇଁ କଟକଣା କରାଯାଇଛି  ।

୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ବିଜେଡିରୁ ବର୍ଷା ସିଂ ବରିହା, ବିଜେପିରୁ ପ୍ରଦୀପ ପୁରୋହିତ ଓ କଂଗ୍ରେସରୁ ସତ୍ୟଭୂଷଣ ସିଂ ପ୍ରାର୍ଥୀ ଅଛନ୍ତି । ଧାମଗନର ଭଳି ପଦ୍ମପୁରରେ ବି ଜିତ୍ ହାସର କରିବାକୁ ଲକ୍ଷ୍ୟ ରଖିଛି ବିଜେପି । ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି । କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ନିଯନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଭୋଟ୍ ଗଣତି ହେବ । ୧୪ଟି ଟେବୁଲରେ ୨୩ ରାଉଣ୍ଡରେ ଫଳାଫଳ ବାହରିବ ।

Leave A Reply

Your email address will not be published.