Latest Odisha News

BREAKING NEWS

ପଦ୍ମପୁରରେ ସ୍ଥିତି ସଜାଡି ପାରିନାହାନ୍ତି ପ୍ରଦୀପ ପୁରୋହିତ

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାନ ଫଳାଫଳ ଧୀରେଧୀରେ ସାମ୍ନାକୁ ଆସୁଛି । ଦୃଶ୍ୟପଟ ପ୍ରାୟ ସ୍ପଷ୍ଟ ହୋଇଗଲାଣି ।  ବର୍ତ୍ତମାନ ସୁଦ୍ଧା ଯାହା ସ୍ଥିତି, ଜଣାପଡ଼ୁଛି ପୁଣି ତାକତ ଦେଖାଇବ ବିଜେଡି । ଯାହା ପଡୁଛି , ୨୦୧୯ ପରଠାରୁ ପ୍ରଦୀପ ପୁରୋହିତ ନିଜ ସ୍ଥିତି ସଜାଡି ପାରିନାହାନ୍ତି । ବରଂ ବିଜେଡି ନିଜ ସ୍ଥିତିକୁ ଆହୁରି ସୁଦୃଢ କରିପାରିଛି । ପୂର୍ବ ଫଳାଫଳକୁ ନଜର ପକାଇଲେ ଏହା ସ୍ପଷ୍ଟ ହେଉଛି ।  ୨୦୧୪ ସାଧାରଣ ନିର୍ବାଚନରେ ପ୍ରଦୀପ ପୁରୋହିତ ପଦ୍ମପୁର ଆସନରୁ ବିଧାୟକ ଥିଲେ । ହେଲେ ୨୦୧୯ରେ ସେ ବିଜୟ ରଞ୍ଜନ ସିଂ ବରିହାଙ୍କଠାରୁ ହାରିଥିଲେ । ଏବେ ତାଙ୍କ ଝିଅ ବର୍ଷାଙ୍କ ଠାରୁ ହାରିବା ସ୍ଥିତିରେ ।

୨୦୧୯ ନିର୍ବାଚନରେ ବିଜେଡିର ବିଜୟ ରଞ୍ଜନ ସିଂ ବରିହା ୮୩ ହଜାର ୨୯୯ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେପିର ପ୍ରଦୀପ ପୁରୋହିତ ପାଇଥିଲେ ୭୭ ହଜାର ୫୬୫ ଖଣ୍ଡ ଭୋଟ୍ ।  ମାତ୍ର ୫ ହଜାର ୭୩୪ ଖଣ୍ଡ ଭୋଟରେ ବିଜୟ ରଞ୍ଜନ ବିଜୟୀ ହୋଇଥିଲେ ।

ସେହିଭଳି ୨୦୧୪ ନିର୍ବାଚନରେ ପ୍ରଦୀପ ପୁରୋହିତ, ବିଜୟ ରଞ୍ଜନ ବରିହାଙ୍କୁ ୪ ହଜାର ୫୨୦ ଖଣ୍ଡ ଭୋଟରେ ହରାଇ ବିଧାୟକ ହୋଇଥିଲେ । ପ୍ରଦୀପ ପୁରୋହିତଙ୍କୁ ୬୮ ହଜାର ୯୨୬ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବରିହାଙ୍କୁ ୬୪ ହଜାର ୪୦୬ ଖଣ୍ଡ ଭୋଟ୍ ମିଳିଥିଲା ।

ଆଉ  ୨୦ ୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଯଥେଷ୍ଟ ଅଧିକ ଭୋଟରେ ଜିତିବାର ସମ୍ଭବନା ଦେଖା ଦେଇଛି । ବର୍ତ୍ତମାନ ସୁଦ୍ଧା ବିଜେଡି ୨୧ ହଜାର ଭୋଟରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କଠାରୁ ଆଗରେ ରହିଛି ।

Leave A Reply

Your email address will not be published.