Latest Odisha News

BREAKING NEWS

ମେକଅପ୍‌ ଖରାପ କରିବାରୁ ଥାନାରେ ଏତଲା ଦେଲେ କନିଆ

ନୂଆଦିଲ୍ଲୀ : ସୁନ୍ଦର ଦେଖାଯିବା ପାଇଁ ସମସ୍ତଙ୍କର ବହୁତ ଇଚ୍ଛା ରହିଥାଏ । ବିଶେଷ କରି ବିବାହ ସମୟରେ ସୁନ୍ଦର ଦେଖାଯିବା ପାଇଁ ନିକଟସ୍ଥ ବିୟୁଟି ପାର୍ଲରର ସାହାଯ୍ୟ ନେଇଥାଆନ୍ତି  । ତେବେ ଏଭଳି ସ୍ଥିତିରେ ନିକଟରେ ବାହାଘରର ମେକଅପ୍‌ କରି ହଟାହଟା ହୋଇଛନ୍ତି ପାର୍ଲର ମାଲିକ । କନିଆକୁ  ଖରାପ୍‌ ମେକଅପ୍‌ କରିଥିବାରୁ ଅଭିଯୋଗ ଆଣି ଥାନାରେ ଏତଲା ଦେଇଛନ୍ତି କନିଆ ।ଏଭଳି ଘଟଣା ମଧ୍ୟପ୍ରଦେଶର ଯବଲପୁରରେ ଘଟିଛି  ।

ତେବେ କନିଆଙ୍କ ଅଭିଯୋଗ ଆଧାରରେ କୋଟଓ୍ୱାଲି ପୋଲିସ ଏକ ମାମଲା ରୁଜୁ କରିଛି । ପୋଲିସ କହିବା ଅନୁଯାୟୀ, ଡିସେମ୍ବର ୩ ତାରିଖରେ ଜଣେ ଯୁବତୀଙ୍କ ବିବାହ ହୋଇଥିଲା । ତାଙ୍କ ବିବାହରେ ମେକଅପ୍‌ ପାଇଁ ସେ ମୋନିକା ମେକଅପ୍‌ ଷ୍ଟୁଡିଓର ମାଲିକ ମୋନିକା ପାଠକଙ୍କୁ ଡକାଇଥିଲେ । କନ୍ୟାଙ୍କ ମେକଅପ୍‌ କରିବା ପାଇଁ ୩ ହଜାର ୫ଶହ ଟଙ୍କା ନେବେ ବୋଲି ମୋନିକା କହିଥିଲେ ।

ତେବେ ପୂର୍ବ ଚୁକ୍ତି ଅନୁଯାୟୀ କନ୍ୟାଙ୍କୁ ସଜାଇବା ପାଇଁ ମୋନିକା ନିଜେ ନ  ଆସି ତାଙ୍କର କର୍ମଚାରୀଙ୍କୁ ପଠାଇଥିଲେ । ହେଲେ କର୍ମଚାରୀ ମାନେ କନ୍ୟାଙ୍କୁ ସଜାଇବା ବେଳେ ଖରାପ କରି ସଜାଇଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ କନ୍ୟା ଜଣକ ମୋନିକାକୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଥାନାରେ ଏତଲା ଦେଇଥିଲେ । ଏନେଇ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି  ।

 

Leave A Reply

Your email address will not be published.