ରୋହିତଙ୍କ ନିଷ୍ପତିରେ ଗାଭାସ୍କର ଖପା , ଆସିବାର ଥିଲା ଯଦି ଆଗରୁ ଆସିଲେନି କାହିଙ୍କି , ବାଂଗ୍ଲାଦେଶ ଠୁ ସିରିଜ ହାରିବା ପରେ କ୍ରୀଡା ପ୍ରେମୀଙ୍କ ମନରେ ଦେଖା ଦେଇଛି ଅସନ୍ତୁଷ୍ଟ । କିଏ ଦଳରୁ ଖେଳାଳି ପରିବର୍ତ୍ତନ କରିବା କଥା କହୁଛି ତ ଆଉ କିଏ ସ୍ପିଲ୍ଟ କ୍ୟାପଟେନ୍ସି ପାଇଁ ରାୟ ଦେଉଛି । ତେବେ ଏହାରି ଭିତରେ ଭାରତର ପୂର୍ବତନ କ୍ୟାପଟେନ ସୁନିଲ ଗାଭାସ୍କର ଉଠାଇଛନ୍ତି ପ୍ରଶ୍ନ । ସେ କହିଛନ୍ତି ରୋହିତ ଯଦି ବ୍ୟାଟିଂ ପାଇଁ ପୂର୍ବରୁ ଆସିଥାନ୍ତେ ତେବେ ମ୍ୟାଚର ଫଳାଫଳ କିଛି ଅଲଗା ହୋଇଥାନ୍ତା । ବାଂଗ୍ଲାଦେଶ ବିପକ୍ଷ ସିରିଜିର ଦିତୀୟ ମ୍ୟାଚରେ ୫ ରନରେ ପରାସ୍ତ ହୋଇଥିବା ଭାରତୀୟ ଦଳ ଦିତୀୟ ଥର ପାଇଁ ବାଂଗ୍ଲାଦେଶଠୁ ସିରିଜ ହାରି ନିଜପାଇଁ ଅଡୁଆ ସୃଷ୍ଟି କରିଛ । ଏହି ମ୍ୟାଚରେ ଭାରତିୟ ଅଧିନାୟକ ରୋହିତ ଶର୍ମାଙ୍କ ଆଙ୍ଗୁଳିରେ ଆଘାତ କାରଣରୁ ସେ ୯ ନମ୍ବରରେ ବ୍ୟାଟିଂ ପାଇଁ ଆସି ୫୧ ରନର ଅପରାଜିତ ପାରି ଖେଳିଥିଲେ, କିନ୍ତୁ ଦଳକୁ ପରାଜୟ ମୁହଁରୁ ବାହାର କରିପାରିନଥିଲେ । ତେବେ ରୋହିତଙ୍କ ଏହି ନିଷ୍ପତିରେ ସହମତ ଦେଖାଇନାହାନ୍ତି ଗାଭାସ୍କର । ସେ କହିଛନ୍ତି ଯଦି ରୋହିତ ଯଦି ୯ ନମ୍ବରରେ ନଆସି ୭ ନମ୍ବରରେ ବ୍ୟାଟିଂ ପାଇଁ ଆସିଥାନ୍ତେ ତେବେ ମ୍ୟାଚର ଫଳାଫଳ କିଛିଟା ଅଲଗା ହୋଇଥାନ୍ତା ।
BREAKING NEWS
- ବିଜେପି କେନ୍ଦ୍ରୀୟ ନେତାଙ୍କୁ ପଲିଟିକାଲ ଟୁରିଷ୍ଟ କହିଲେ ନବୀନ, କଡା ଜବାବ ଦେଲା ବିଜେପି
- ‘ହାରିବା ଭୟରେ ହିଂସାକୁ ଆପଣାଇଛି ବିଜେଡି’
- ଜଟଣୀରେ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର
- ବଦଳିଲା ଟୁଇଟରର ଡୋମେନ ନେମ
- ‘ଓଡ଼ିଶାରେ ଚାଷୀଙ୍କ ଆୟ ଦେଶରେ ସର୍ବନିମ୍ନ ରହିଛି, ବିଜେପି ସରକାର ଆସିଲେ ଉପଯୁକ୍ତ ପ୍ରାପ୍ୟ ମିଳିବ’
- ଆଗ ନିଷ୍ପତ୍ତି ନିଅନ୍ତୁ, ତା’ପରେ କେଉଁ ରାଜ୍ୟକୁ ଏକ ନମ୍ୱର କରିବେ କହିବେ: ପାଣ୍ଡିଆନ
- କଣ୍ଟାବାଞ୍ଜିରେ `ନବୀନ’ କାର୍ଡ
- ସୁନ୍ଦରଗଡରେ ଜୁଏଲ୍ ନା ଦିଲ୍ଲୀପ ?
- ବାଜିବ ଶଙ୍ଖ ନା ଫୁଟିବ ପଦ୍ମ !
- ଗଙ୍ଗାଧର ମେହେରଙ୍କୁ ସନ୍ଥ କବି, ଭୀମ ଭୋଇଙ୍କୁ କେବଳ କବି କହି ସମ୍ବୋଧନ କଲେ ପାଣ୍ଡିଆନ