Latest Odisha News

BREAKING NEWS

ଧରାପଡ଼ିଲା ଦଗାଦିଆ ସ୍ୱାମୀ, ସ୍ତ୍ରୀକୁ ମାରି କରୁଥିଲା ମିଛ ନାଟକ

ନୂଆପଡ଼ା : ସ୍ତ୍ରୀକୁ ହତ୍ୟା କରି ମିଛ ନାଟକ କରୁଥିଲା ସ୍ୱାମୀ  । କିନ୍ତୁ ପୋଲିସ ପାଖରେ ଧରାପଡ଼ିଗଲା ସବୁ ମିଛ । ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗରେ ସ୍ୱାମୀକୁ ଗିରଫ କଲା ଖଡ଼ିଆଳ ପୋଲିସ। କାଶିପଲା ଗାଁର କେଶବ ଚଲାନଙ୍କ ଝିଅ ସସ୍ମିତାଙ୍କୁ ନିକଟସ୍ଥ ଚଲାନପଡା ଗାଁର ଯୁଧିଷ୍ଠିର ବାରିକଙ୍କ ସହ ୨୦୦୯ ରେ ବିବାହ କରାଇଥିଲେ । ଗତ ଡିସେମ୍ବର ୫ ତାରିଖ ଦିନ ଯୁଧିଷ୍ଠିର ନିଜ ସ୍ତ୍ରୀ ସସ୍ମିତାକୁ ମାରି ଦେଇଥିଲେ  । ହେଲେ ସସ୍ମିତାଙ୍କ ବେକରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଥିବା ମିଛ ନାଟକ କରି ମୃତ ସ୍ତ୍ରୀକୁ ମିଶନ ହସ୍ପିଟାଲକୁ ଚିକିତ୍ସା କରିବା ପାଇଁ ନେଇଥିଲେ  ।

ହସ୍ପିଟାଲ ନେବା ପୂର୍ବରୁ ସସ୍ମିତାଙ୍କ ମୃତ୍ୟୁ ହୋଇସାରିଥିଲା  । ଝିଅ ମୃତ୍ୟୁକୁ ନେଇ ଭାଙ୍ଗିପଡ଼ିଥିବା ବାପା କେଶବ ଚଲାନ ଜ୍ବାଇଁ ଯୁଧିଷ୍ଠିର ନାଁ ରେ ଖଡ଼ିଆଳ ଥାନାରେ ଅଭିଯୋଗ କରିଥିଲେ । ପୂର୍ବରୁ ଯୁଧିଷ୍ଠିରଙ୍କର ଜଣେ ବିବାହିତା ସ୍ତ୍ରୀ ସହିତ ସମ୍ପର୍କ ଥିବାରୁ ନିଜ ଝିଅକୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିବା ସେ ଅଭିଯୋଗ କରିଥିଲେ।  ଅଭିଯୋଗ କ୍ରମେ ଖଡ଼ିଆଳ ପୋଲିସ ଯୁଧିଷ୍ଠିର ଘରକୁ ସାଇଣ୍ଟିଫିକ ଟିମ ସହ ଯାଇ ତଦନ୍ତ କରି ବିଭିନ୍ନ ତଥ୍ୟ ସଂଗ୍ରହ କରିଥିଲେ  ।

ଏହି ହତ୍ୟା ଏକ ସୁପରିକଳ୍ପିତ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଖଡ଼ିଆଳ ପୋଲିସ ଏସଡିପିଓ ସନ୍ତକ ଜେନା ପ୍ରକାଶ କରିଛନ୍ତି । ଏନେଇ ଯୁଧିଷ୍ଠିରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.