Latest Odisha News

BREAKING NEWS

କନ୍ଧମାଳ ସେବାଶ୍ରମରେ ପୁଣି ଜଣେ ଛାତ୍ରୀ ଗର୍ଭବତୀ, ୧ ଅଟକ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବେଲଘରସ୍ଥିତ ଏକ ଆଦିବାସୀ ସେବାଶ୍ରମରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଗର୍ଭବତୀ ହୋଇଥିବା ନେଇ ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ସମ୍ପୃକ୍ତ ଛାତ୍ରୀ ୪ ମାସର ଅର୍ନ୍ତସତ୍ୱା ହୋଇଥିବାବେଳେ ଉକ୍ତ ବିଦ୍ୟାଳୟ ପ୍ରଧାନଶିକ୍ଷକ ଏନେଇ ଥାନାରେ ଏତଲା ଦେବା ପରେ ଘଟଣାଟି ଲୋକଲୋଚନକୁ ଆସିଛି ।

ଦାୟର ଏତଲା ଆଧାରରେ ପୋଲିସ ଜଣେ କଲେଜ ଛାତ୍ରଙ୍କୁ ଗିରଫ କରିଛି ।

ଅଭିଯୁକ୍ତ ଜଣକ ତୁମୁଡିବନ୍ଧ କଲେଜର ଯୁକ୍ତ ୩ର ଛାତ୍ର ଅମୂଲ୍ୟ ପ୍ରଧାନ (୨୦) ବୋଲି ଜଣାପଡିଛି । ସେ ବେନରବାଲ ଅଞ୍ଚଳରେ ଭଡାରେ ରହୁଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

ଅନ୍ୟପକ୍ଷରେ ଉକ୍ତ ଛାତ୍ରୀଙ୍କୁ ଜିଲ୍ଲା ଶିଶୁ କଲ୍ୟାଣ ସମିତି (ସିଡବ୍ଲୁସି)କୁ ହସ୍ତାନ୍ତର କରାଯାଇଥିବା ନେଇ ସୂଚନା ମିଳିଛି ।

Comments are closed.