Latest Odisha News

BREAKING NEWS

କର୍ଣ୍ଣାଟକ ସଙ୍କଟ: ଆଜି ବିଧାନସଭାରେ ଆସ୍ଥା ଭୋଟ୍

ବେଙ୍ଗାଲୁରୁ: କର୍ଣ୍ଣାଟକରେ ରାଜନୈତିକ ଅସ୍ଥିରତା ଜାରି ରହିଥିବାବେଳେ ଶୁକ୍ରବାର ଦିନ ଦେଢଟା ସୁଦ୍ଧା କଂଗ୍ରେସ-ଜେଡିଏସ୍ ମେଣ୍ଟ୍ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ଯାଉଛନ୍ତି।

ଏଚ.ଡି କୁମାରସ୍ୱାମୀଙ୍କ ସରକାରକୁ ଆଜି ନିଜର ଶକ୍ତି ପରୀକ୍ଷା ତଥା ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ଥିବାବେଳେ ତାଙ୍କ ସରକାର ରହିବ ନା କ୍ଷମତାଚ୍ୟୁତ ହେବ, ସେନେଇ ଫଏସଲା ହୋଇପାରେ ।

ଏହି ପ୍ରସଙ୍ଗକୁ ନେଇ ବିଧାନସଭାରେ ବାରମ୍ବାର ହଙ୍ଗାମା ହେଉଥିବାବେଳେ ଏଥିରେ କ୍ଷୁବ୍ଧ ହୋଇ ବାଚସ୍ପତି ଶୁକ୍ରବାର ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଥିଲେ । ପରେ ଏନେଇ ଗୁରୁବାର ସନ୍ଧ୍ୟାରେ ରାଜ୍ୟପାଳ କଠୋର ଆଭିମୁଖ୍ୟ ଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ । ଉକ୍ତ ପତ୍ରରେ ଶୁକ୍ରବାର ଦିନ ୧ଟା ୩୦ମି. ସୁଦ୍ଧା ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ସେ କଡା ନିର୍ଦ୍ଦେଶ ଦେଇଛନ୍ତି ।

ଅଧିକ ପଢନ୍ତୁ: କର୍ଣ୍ଣାଟକ ସଙ୍କଟ: ଆସ୍ଥା ଭୋଟରେ ଅସନ୍ତୁଷ୍ଟ ବିଧାୟକ ଭାଗ ନେବା ଜରୁରୀ ନୁହେଁ: ସୁପ୍ରିମକୋର୍ଟ

ସୂଚନାଯୋଗ୍ୟ, ବିଧାନସଭାରେ ଗତ ସୋମବାର ଦିନ ବିଜେପି ବିଧାୟକମାନେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ୱାମୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବା ପରେ ଏହାର ନିଷ୍ପତ୍ତି ଜୁଲାଇ ୧୮ ତାରିଖରେ ହେବ ବୋଲି ଜଣାପଡିଥିଲା । ତେବେ କର୍ଣ୍ଣାଟକରେ ସରକାର ଗଢିଥିବା କଂଗ୍ରେସ-ଜେଡିଏସ୍ ମେଣ୍ଟରୁ ନିକଟରେ ବହୁ ବିଧାୟକ ଇସ୍ତଫା ଦେଇଥିବାବେଳେ ସରକାରରେ ଘୋର୍ ରାଜନୈତିକ ସଙ୍କଟ ସୃଷ୍ଟି କରିଥିଲା ।

Leave A Reply

Your email address will not be published.