ବ୍ରହ୍ମପୁର:ବହୁ ବରିଷ୍ଠ ଖେଳାଳିଙ୍କ ବିରୋଧ ଏବଂ ନାନା ବିବାଦ ଭିତରେ ଗଞ୍ଜାମ ଜିଲା କ୍ରିକେଟ ସଂଘର ନିର୍ବାଚନ ସ୍ଥାନୀୟ ଏକ କଲ୍ୟାଣ ମଣ୍ଡପରେ ରବିବାର ଅନୁଷ୍ଠିତ ହୋଇଯାଇଛି। ସଭାପତି ଭାବେ ବିଧାୟକ ବିକ୍ରମ କୁମାର ପଣ୍ଡା ନିର୍ବାଚିତ ହୋଇଥିବା ବେଳେ ସଂପାଦକ ଭାବେ ଅଶୋକ କୁମାର ସାହୁ, ଉପସଭାପତି ବିଜୟ କୁମାର ପଟ୍ଟନାୟକ, କୋଷାଧ୍ୟକ୍ଷ ରମଣୀ ରଞ୍ଜନ ମହାନ୍ତି, ଯୁଗ୍ମ ସଂପାଦକ ଦେବବ୍ରତ ଦେବ ଏବଂ ବିଜୟ ଭାସ୍କର ସିଂ ସାମନ୍ତ, କାର୍ଯ୍ୟକାରୀ ପରିଷଦ ସଦସ୍ୟ ପ୍ରଫେସର ଜୟନ୍ତ କୁମାର ମହାପାତ୍ର, ସୁରେଶ ଚନ୍ଦ୍ର ମହାପାତ୍ର, ତ୍ରିଲୋଚନ ପାଣିଗ୍ରାହୀ ଏବଂ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରାଯାଇଛି। ଏହା ପୂର୍ବରୁ ଅଶୋକ ସଭାପତି ଥିବା ବେଳେ ଚଳିତ ଥର ସଭାପତି ପଦବୀ ବିଧାୟକ ପଣ୍ଡାଙ୍କୁ ଛାଡ଼ିଦେଇ ନିଜେ ସଂପାଦକ ହୋଇଛନ୍ତି।
ଅନ୍ୟପକ୍ଷେ ଏହି ନିର୍ବାଚନକୁ ନେଇ ନାନା ବିବାଦ ସୃଷ୍ଟି ହୋଇଥିଲା। କେତେକ ନୂତନ ସଦସ୍ୟଙ୍କୁ ସଂଘରେ ସାମିଲକୁ ନେଇ ବିବାଦ ଦେଖାଦେଇଥିଲା। ଅନେକ ବ୍ୟକ୍ତି କ୍ରିକେଟ ସହିତ ସଂପୃକ୍ତ ନଥିଲେ ମଧ୍ୟ ସେମାନଙ୍କୁ ‘କ୍ରିକେଟ ପ୍ରେମୀ’ ଦର୍ଶାଇ ସଦସ୍ୟତା ଦିଆଯାଇଥିବା ନେଇ କେତେକ ବରିଷ୍ଠ ଖେଳାଳି ପ୍ରଶ୍ନ ଉଠାଇଥିଲେ। ନିର୍ବାଚନ ସ୍ଥଳରେ ପାଟିତୁଣ୍ଡ କରିଥିଲେ। ଏହାକୁ ଦେଖି ସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ଖେଳାଳିଙ୍କ ମଧ୍ୟରୁ ୧୨ଜଣଙ୍କୁ ସଂଘର ସଦସ୍ୟତା ପ୍ରଦାନ କରିବାକୁ ଲିଖିତ ପ୍ରତିଶ୍ରୁତି ଦିଆଯାଇଛି। ସେମାନେ ହେଲେ ସିଦ୍ଧାନ୍ତ ଗଙ୍ଗଦେବ, ସୁଲଭ ପଣ୍ଡା, ଜିତେନ୍ଦ୍ର ତ୍ରିପାଠୀ, ଅନିଷ ବେଗ୍, ଡେଭିଡ ନିର୍ଭର ନାୟକ, ଜି.ନବୀନ, ପବିତ୍ର ମହାନ୍ତି, ପ୍ରଶାନ୍ତ ମୂନୀ, ବୁଲୁ ବେହେରା, ଅନିଲ ରେଡ଼ି, ହେମନ୍ତ କୁମାର ମହାରଣା ଏବଂ ସନ୍ତୋଷ କୁମାର।
BREAKING NEWS
- ବିଜେଡି ନେତ୍ରୀ ଅପୂର୍ବା ଅପରୁପାଙ୍କ କାରରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ
- ବ୍ରହ୍ମପୁରରେ ବିଜେପିର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଅଭିଯୋଗ
- ଚାଲିଗଲେ ବିହାରର ‘ମୋଦୀ’, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀଙ୍କ ସମେତ ବରିଷ୍ଠ ନେତା
- ରାହୁଲଙ୍କ ଘଟଣାରେ ସଞ୍ଜୀବ ଗୋୟନକାଙ୍କୁ ଟାର୍ଗେଟ କଲେ ସେହ୍ୱାଗ
- ସରିଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ; ସନ୍ଧ୍ୟା ୫ଟା ସୁଦ୍ଧା ୬୨.୩୧ ପ୍ରତିଶତ ମତଦାନ
- ଭୁଲରେ ଗହମ ବଦଳରେ ଅଳଙ୍କାର ପୁର୍ଣ୍ଣ ପୁଟୁଳୀ କରିଦେଲେ ଭଗବାନଙ୍କୁ ଅର୍ପଣ
- ବୁର୍ଖା ଟେକି ମହିଳାଙ୍କ ପରିଚୟ ଯାଞ୍ଚ କରି ଅଡୁଆରେ ବିଜେପି ପ୍ରାର୍ଥୀ, ଥାନାରେ ମାମଲା ରୁଜୁ
- ଆଇପିଏଲରୁ ଅଧାରୁ ସ୍ୱଦେଶ ପ୍ରତ୍ୟାବର୍ତନ କରୁଛନ୍ତି ଇଂଲଣ୍ଡ ଖେଳାଳି
- ମୁମ୍ବାଇରେ ଭୟଙ୍କର ଧୂଳି ଝଡ଼: ହୋର୍ଡିଂ ପଡି ୩ ମୃତ, ୫୯ ଆହତ ସେପଟେ ବିମାନ ଉଡାଣ ବାତିଲ
- ଭୋଟ ଦେବା ପରେ କଲେ ପତ୍ନୀଙ୍କ ଅନ୍ତିମ ସଂସ୍କାର