Latest Odisha News

BREAKING NEWS

ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରୁ ବାଦ ପଡିଲେ ରୋହିତ, ଅଧିନାୟକ ହେବେ ରାହୁଲ

ମୁମ୍ବାଇ: ବାଂଲାଦେଶ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରୁ ବାଦ ପଡିଛନ୍ତି ନିୟମିତ ଅଧିନାୟକ ରୋହିତ ଶର୍ମା । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ପକ୍ଷରୁ ରବିବାର ଏହି ଘୋଷଣା କରାଯାଇଛି । ତାଙ୍କ ସ୍ଥାନରେ କେଏଲ ରାହୁଲ ଅଧିନାୟକ ଦାୟିତ୍ୱ ତୁଲାଇବେ । ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆ ଅବସରରେ ରୋହିତ ଆଘାତପ୍ରାପ୍ତ ହୋଇଥିଲେ । ଚେତେଶ୍ୱର ପୂଜାରାଙ୍କୁ ଉପ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି । ରୋହିତଙ୍କ ସ୍ଥାନରେ ଅଭିମନ୍ୟୁ ଈଶ୍ୱରନ ଦଳରେ ସ୍ଥାନ ମିଳିଛି । ରବୀନ୍ଦ୍ର ଜାଡେଜା ଓ ମହମ୍ମଦ ସାମିଙ୍କୁ ସମ୍ପୂର୍ଣ୍ଣ ସିରିଜରୁ ବାଦ ଦିଆଯାଇଛି । ତାଙ୍କ ସ୍ଥାନରେ ନବଦୀପ ସାଇନି ଓ ସୌରଭ କୁମାରଙ୍କୁ ସୁଯୋଗ ମିଳିଛି । ରୋହିତ ଦ୍ୱିତୀୟ ଟେଷ୍ଟରେ ଖେଳିବେ କି ନାହିଁ ତାହା ସ୍ପଷ୍ଟ କରାଯାଇ ନାହିଁ ।

ଭାରତୀୟ ଦଳ: କେଏଲ ରାହୁଲ (ଅଧିନାୟକ), ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଶ୍ରେୟାଶ ଆୟାର, ରିଷଭ ପନ୍ତ, କେଏସ ଭରତ, ରବିଚନ୍ଦ୍ରନ ଅଶ୍ୱୀନ, ଅକ୍ଷର ପଟେଲ, କୂଲଦୀପ ଯାଦବ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସିରାଜ, ଉମେଶ ଯାଦବ, ଅଭିମନ୍ୟୁ ଈଶ୍ୱରନ, ନବଦୀପ ସାଇନି, ସୌରଭ କୁମାର, ଜୟଦେବ ଉନାଡକଟ ।

Leave A Reply

Your email address will not be published.