Latest Odisha News

BREAKING NEWS

କର୍ଣ୍ଣାଟକ ସଙ୍କଟ: ଆସ୍ଥା ଭୋଟ୍ ଲାଗି ଆରମ୍ଭ ହେଲା ଆଲୋଚନା

ବେଙ୍ଗାଲୁରୁ: ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ କର୍ଣ୍ଟାଟକ ବିଧାନସଭାରେ ଆଜି ଅନୁଷ୍ଠିତ ହେବାକୁ ଥିବା ଆସ୍ଥା ଭୋଟ୍ ଲାଗି ଆରମ୍ଭ ହେଲା ଆଲୋଚନା । ଦିନ ଗୋଟାଏ ୩୦ ମିନିଟରେ ଆସ୍ଥା ଭୋଟ ଲାଗି ଆଲୋଚନା ଆରମ୍ଭ କରିବାକୁ କର୍ଣ୍ଣାଟକ ରାଜ୍ୟପାଳ ବିଧାନସଭା ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

କର୍ଣ୍ଟାଟକ ବିଧାନସଭାରେ ଆସ୍ଥା ଭୋଟ୍ ଲାଗି ରାଜ୍ୟପାଳ ଯେଉଁ ନିର୍ଦ୍ଦେଶ ଜାରି କରିଥିଲେ ତାହାକୁ ମେଣ୍ଟ ସରକାର ମାନିବାକୁ ଅମଙ୍ଗ ହେଉଛନ୍ତି । ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଆଜି ବିଧାନସଭାରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ସାମ୍ବିଧାନିକ କାର୍ଯ୍ୟ ହେବା ଉଚିତ୍ ବୋଲି କହିଛନ୍ତି ଏହା ଗଣମାଧ୍ୟମ ସଂସ୍ଥା ଏନଡ଼ିଟିଭିରେ ପ୍ରକାଶିତ ହୋଇଛି । ଏହି ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଏଚ ଡ଼ି କୁମାରସ୍ୱାମୀ ଏନେଇ ଅନୁଷ୍ଠିତ ହେଉଥିବା ଆଲୋଚନାରେ କହିଛନ୍ତି ବାଚସ୍ପତିଙ୍କ ସମସ୍ତ ନିର୍ଦ୍ଦେଶ ଆମେ ମାନିଦେବାକୁ ବାଧ୍ୟ । ବାଚସ୍ପତିଙ୍କ ନିଷ୍ପତ୍ତି ଅନୁଯାୟୀ ଆମେ ତାହାକୁ ପାଳନ କରିବୁ ।

ଏଠାରେ ସୂଚନାଯୋଗ୍ୟ, ବିଜେପି ଏହି ରାଜନୈତିକ ସଙ୍କଟ ସମ୍ପର୍କରେ ରାଜ୍ୟପାଳଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିବାରୁ ରାଜ୍ୟପାଳ ଶୁକ୍ରବାର ଦିନ ବିଧାନସଭାରେ ଆସ୍ଥା ଭୋଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେ ସରକାରଙ୍କୁ ଦେଇଥିବା ପତ୍ରରେ ଉଲ୍ଲେଖ ରହିଛି ଯେ, “ଆପଣ ଗୃହର ଆସ୍ଥା ହରାଇଛନ୍ତି” ।

ବାଚସ୍ପତି ଜାଣିଶୁଣି ଗତ ଦୁଇ ସପ୍ତାହ ଧରି ଦିନ ଗଡ଼ାଇ ଚାଲିଛନ୍ତି । ପ୍ରାୟ ୧୫ ଜଣ ବିଧାୟକ ଇସ୍ତଫା ପ୍ରଦାନ କରିବା ପରେ ମଧ୍ୟ ତାଙ୍କର ଇସ୍ତଫାକୁ ଗ୍ରହଣ କରୁନାହାନ୍ତି ବାଚସ୍ପତି ବୋଲି ବିଜେପି ରାଜ୍ୟପାଳଙ୍କ୍ୁ ଏନେଇ ଏକ ଅଭିଯୋଗ ପତ୍ର ମଧ୍ୟ ପ୍ରଦାନ କରିଥିଲା ।

ଗତ ଏକମାସ ଧରି କର୍ଣ୍ଣାଟକ ରାଜନୈତିକ ପରିସ୍ଥିତି ସଙ୍କଟଜନକ ଅବସ୍ଥାରେ ଗତି କରୁଥିବା ଲକ୍ଷ୍ୟ କରାଯାଉଛି । ବିଧାନସଭାର ୧୫ ଜଣ ଅସନ୍ତୁଷ୍ଟ ବିଧାୟକ ଇସ୍ତଫା ପ୍ରଦାନ କରିଥିଲେ ମଧ୍ୟ ବାଚସ୍ପତି ସେମାନଙ୍କର ଇସ୍ତଫା ଗ୍ରହଣ ନ’କରିବାରୁ ବାଧ୍ୟ ହୋଇ ସେମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ବାଚସ୍ପତି ସମସ୍ତ ନିଷ୍ପତ୍ତି ଗ୍ରହଣ କରିପାରିବେ ବୋଲି ସୁପ୍ରିମକୋର୍ଟ ତାଙ୍କ ଶୁଣାଣିରେ କହିଥିଲେ ।

Leave A Reply

Your email address will not be published.