Latest Odisha News

BREAKING NEWS

ଓଡ଼ିଶା ଫେରିଲେ ଆଇଏଏସ ଉଷା ପାଢୀ

ଭୁବନେଶ୍ୱର: କେନ୍ଦ୍ର ଡେପୁଟେସନରେ ଯାଇଥିବା ଆଇଏଏସ ଉଷା ପାଢୀ ଫେରିଲେ ଓଡ଼ିଶା। ରାଜ୍ୟ ସରକାର ତାଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ସେହିପରି ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି।

ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ହେମନ୍ତ ଶର୍ମାଙ୍କୁ ଶିଳ୍ପ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଶର୍ମାଙ୍କୁ ଆଇପିଆଇସିଓଏଲର ଅଧ୍ୟକ୍ଷ ଓ ଆଇଡିସିଓ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱରେ ରହିବାକୁ ଅନୁମତି ଦିଆଯାଇଛି। ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ଉଚ୍ଚଶିକ୍ଷା ବିଭାଗ ସଚିବ ଭାବେ ବଦଳି କରାଯାଇଛି।

ଉଲ୍ଲେଖଯୋଗ୍ୟ, 2020 ମସିହା ଅଗଷ୍ଟ ମାସରୁ କେନ୍ଦ୍ର ଡେପୁଟେସନରେ ଯାଇଥିଲେ ଉଷା ପାଢୀ। ସେ ଓଡିଶା ଫେରିବା ପୂର୍ବରୁ ବେସାମରିକ ବିମାନ ଚଳାଚଳ ବିଭାଗର ଯୁଗ୍ମ ସଚିବ ଭାବେ ଦାୟିତ୍ୱ ତୁଲାଇଥିଲେ। ଅତିରିକ୍ତ ଭାବେ ବେସାମରିକ ସୁରକ୍ଷା ମହାନିର୍ଦେଶକ ଭାବେ ନିଯୁକ୍ତ ଥିଲେ। ନିକଟରେ ତାଙ୍କ ସ୍ୱାମୀ ତଥା ଆଇଏଏସ ଅରବିନ୍ଦ ପାଢ଼ୀ ମଧ୍ୟ ଡେପୁଟେସନରୁ ଫେରିଛନ୍ତି।

Comments are closed.