Latest Odisha News

BREAKING NEWS

ବୋଲ୍ଟଙ୍କୁ ପଛରେ ପକାଇଲେ ନୀରଜ

ନୂଆଦିଲ୍ଲୀ: ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ତଥା ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ବିଶ୍ୱର ଦ୍ରୁତତମ ଧାବକ ଜାମାଇକାର ଉସେନ ବୋଲ୍ଟଙ୍କୁ ପଛରେ ପକାଇ ସବୁଠାରୁ ଚର୍ଚ୍ଚିତ ଆଥଲେଟ ସାଜିଛନ୍ତି । ଆନ୍ତର୍ଜାତୀୟ ମୁକାବିଲାରେ ଆକର୍ଷଣୀୟ ପ୍ରଦର୍ଶନ ଏବଂ ନମ୍ର ଓ ଭଦ୍ର ବ୍ୟକ୍ତିତ୍ୱ ଯୋଗୁ ସାରା ବିଶ୍ୱରେ ତାଙ୍କର ଅନେକ ପ୍ରଶଂସକ ସୃଷ୍ଟି ହୋଇ ପାରିଛନ୍ତି । ବିଶ୍ୱ ଆଥଲେଟ୍ସ ପକ୍ଷରୁ ପ୍ରତି ବର୍ଷ ଚର୍ଚ୍ଚିତ ଏବଂ ଅଧିକ ଆର୍ଟିକିଲ ଲେଖା ଯାଇଥିବା ଆଥଲେଟଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇଥାଏ । ଏଥର ସମସ୍ତଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ନୀରଜ । ତାଙ୍କ ଉପରେ ଚଳିତ ବର୍ଷ ସର୍ବାଧିକ ୮୧୨ଟି ଆର୍ଟିକିଲ ଲେଖାଯାଇଛି ।

ତାଙ୍କ ପଛକୁ ରହିଛନ୍ତି ଆଲେନ ଥମ୍ପସନ । ତାଙ୍କ ନାମରେ ୭୫୧ ଆର୍ଟିକିଲ ବାହାରିଛି । ତୃତୀୟ ସ୍ଥାନରେ ଶୈଲୀ ଆନ ଫ୍ରେଜର(୬୯୮) ରହିଛନ୍ତି । ବୋଲ୍ଟ ଏହି ତାଲିକାରେ ୫ମ ସ୍ଥାନକୁ ଖସି ଆସିଛନ୍ତି । ନୀରଜ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ବ୍ୟତୀତ ବିଶ୍ୱ ଚାମ୍ପିୟନଶିପରେ ରୌପ୍ୟ ଏବଂ ଡାଇମଣ୍ଡ ଲିଗ ଜିତିଥିବା ପ୍ରଥମ ଭାରତୀୟ ଖେଳାଳି ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।

Leave A Reply

Your email address will not be published.