Latest Odisha News

BREAKING NEWS

ପାଟକୁରା ନିର୍ବାଚନ: ପୋଲିଂ ଏଜେଣ୍ଟ ଓ ପ୍ରିଜାଇଡିଂ ଅଫିସର ମୁହାଁମୁହିଁ, ଭୋଟଦାନ ବାଧାପ୍ରାପ୍ତ

କେନ୍ଦ୍ରାପଡା: ପାଟକୁରା ବିଧାନସଭା ନିର୍ବାଚନ ପାଇଁ ଶନିବାର ଦିନ ମତଦାନ ଜାରି ରହିଥିବା ବେଳେ କିଣିଲୋସ୍ଥିତ ଏକ ଭୋଟିଂ ବୁଥରେ ଉତ୍ତେଜନା ପ୍ରକାଶ ପାଇଛି।

ମିଳିଥିବା ସୂଚନାନୁଯାୟୀ କିଣିଲୋସ୍ଥିତ ୩୦୭ ନଂ ଭୋଟିଂ କେନ୍ଦ୍ରରେ ଚିରକୁଟକୁ ନେଇ ଜଣେ ପୋଲିଂ ଏଜେଣ୍ଟ ଓ ପ୍ରିଜାଇଡିଂ ଅଫିସରଙ୍କ ମଧ୍ୟରେ ଧସ୍ତାଧସ୍ତି ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ପରବର୍ତ୍ତୀ ସମୟରେ ଉତ୍ତେଜନା ଯୋଗୁଁ ଉକ୍ତ କେନ୍ଦ୍ରରେ ଭୋଟ୍ ଗ୍ରହଣ ବନ୍ଦ ରହିଥିବା ଜଣାପଡିଛି।

ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟଗ୍ରହଣ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଅନୁଷ୍ଠିତ ହେବାକୁ ଥିବାବେଳେ ଉକ୍ତ ବିଧାନସଭା ନିର୍ବାଚନମଣ୍ଡଳୀର ସମସ୍ତ କେନ୍ଦ୍ରରେ କଡ଼ାସୁରକ୍ଷା ବଳୟରେ ମତଦାନ ଜାରି ରହିଛି ।

ତେବେ ଆଜି ସକାଳ ୯ଟା ସୁଦ୍ଧା ୧୨ ପ୍ରତିଶତ ଭୋଟ୍ ଗ୍ରହଣ କରାଯାଇଥିବା ନେଇ ସୂତ୍ରରୁ ପ୍ରକାଶ।

Leave A Reply

Your email address will not be published.