Latest Odisha News

BREAKING NEWS

ଫ୍ୟାଶନରେ ଟ୍ରେଣ୍ଡି ମୁଦି…

ସମୟ ସହିତ ଫ୍ୟାଶନ ବଦଳୁଥିଲା ବେଳେ ଏବେକାର ଫ୍ୟାଶନ ଟ୍ରେଣ୍ଡରେ ରହିଛି ମୁଦି । ଏହା ମଧ୍ୟ ହାତର ସୌନ୍ଦର୍ଯ୍ୟ ବୃଦ୍ଧିକୁ ଦ୍ୱିଗୁଣିତ କରିଥାଏ । ଆଜିର ସମୟରେ ଝିଅମାନେ ଟ୍ରାଡିସନାଲ୍ ସୁନା ମୁଦି ବଦଳରେ ଫ୍ୟାଶନେବଲ୍ ମୁଦି ପିନ୍ଧିବାକୁ ଅଧିକ ପସନ୍ଦ କରୁଛନ୍ତି ।

ଜାଣନ୍ତୁ, ହାତକୁ ଏକ ଫ୍ୟାଶନେବଲ୍ ଲୁକ୍ ଦେବା ପାଇଁ କିପରି ଡିଜାଇନର ମୁଦି ପିନ୍ଧିବେ ।

ଫୁଲ୍ ଫିଙ୍ଗର ରିଙ୍ଗ୍- ଏହି ମୁଦିର ଡିଜାଇନ୍ ଆଙ୍ଗୁଠି ଆରମ୍ଭରୁ ଲମ୍ବି ଥାଏ । ଏହି ଫୁଲ୍ ଫିଙ୍ଗର ରିଙ୍ଗ୍ ଆଙ୍ଗୁଳିକୁ ଏକ ପରିପୂର୍ଣ୍ଣ ଲୁକ୍ ଦେଇଥାଏ । ଏହି ମୁଦିକୁ ଆପଣ ୱେଷ୍ଟର୍ଣ୍ଣ ଓ ଇଣ୍ଡିଆନ୍ ଡ୍ରେସ ସହ ମଧ୍ୟ ପିନ୍ଧିପାରିବେ । ଫୁଲ୍ ଫିଙ୍ଗର ରିଙ୍ଗ୍ ପିନ୍ଧିଲେ ଅନ୍ୟ ଆଙ୍ଗୁଳିରେ କୌଣସି ରିଙ୍ଗ୍ ପିନ୍ଧିବାର ଆବଶ୍ୟକତା ପଡେ ନାହିଁ । ଆପଣଙ୍କ ଆଙ୍ଗୁଠି ମୋଟା ହୋଇଥିଲେ ଫୁଲ୍ ଫିଙ୍ଗର ରିଙ୍ଗ୍ ଜମାରୁ ପିନ୍ଧନ୍ତୁ ନାହିଁ ।

ଚେନ୍ ଫିଙ୍ଗର ରିଙ୍ଗ୍- ଆପଣଙ୍କ ହାତ ପତଳା ଥିଲେ ଚେନ୍ ଫିଙ୍ଗର ରିଙ୍ଗ୍ ହାତକୁ ଫୁଲର ଲୁକ୍ ଦେଇଥାଏ । ଚେନ୍ ଫିଙ୍ଗର ରିଙ୍ଗ୍ ଗୋଟିଏରୁ ଅଧିକ ଆଙ୍ଗୁଳିରେ ପିନ୍ଧାଯାଇପାରିବ । ମୁଦି ଗୁଡିକ ଚେନ୍ ସହାୟତାରେ ପରସ୍ପର ସହିତ ଯୋଡି ହୋଇରହିଥାଏ । କିନ୍ତୁ ଏହାକୁ କେବଳ ଖାସ୍ ଉତ୍ସବ ମାନଙ୍କରେ ପିନ୍ଧାଯାଇଥାଏ । ଏହା ଆପଣଙ୍କୁ ଏକ ଟ୍ରେଣ୍ଡି ଲୁକ୍ ଦେଇଥାଏ ।

କକଟେଲ୍ ଫିଙ୍ଗର ରିଙ୍ଗ୍- ଯଦି ଆପଣ ଫଟାପଟ ଫ୍ୟାଶନେବଲ୍ ଲୁକ୍ ପାଇବାକୁ ଚାହୁଁଛନ୍ତି । ତେବେ ନିଜର ପାରମ୍ପରିକ ମୁଦି ପରିବର୍ତ୍ତେ ଏହି କକଟେଲ୍ ରିଙ୍ଗ୍ ପିନ୍ଧନ୍ତୁ । ବଡ ଓ ବୋଲ୍ଡ ଲୁକର କକଟେଲ୍ ରିଙ୍ଗ୍ ସବୁବେଳେ ଷ୍ଟାଇଲିସ୍ ଲୁକ୍ ଦେଇଥାଏ । ଆପଣ ଚାହିଁଲେ ଏହାକୁ ୱେଷ୍ଟର୍ଣ୍ଣ ଆଉଟଫିଟ୍ ସହ ପିନ୍ଧି ଗର୍ଜିଅସ ଲୁକ୍ ପାଇପାରିବେ । ଏହି କକଟେଲ୍ ରିଙ୍ଗ୍ ଲମ୍ବା ଓ ପତଳା ଝିଅ ମାନଙ୍କୁ ଅଧିକ ଭଲ ମାନିଥାଏ ।

ମିଡ୍ ଫିଙ୍ଗର ରିଙ୍ଗ୍- ଝିଅମାନେ ପାରମ୍ପରିକ ଡିଜାଇନର ମୁଦିକୁ ଅନାମିକା ଆଙ୍ଗୁଠିରେ ପିନ୍ଧିବାକୁ ପସନ୍ଦ କରିଥାନ୍ତି । ଏହାଛଡା ନେଲ୍ ଆର୍ଟ ରିଙ୍ଗକୁ ପ୍ରଥମ ଆଙ୍ଗୁଠିରେ ପିନ୍ଧାଯାଇଥାଏ । କିନ୍ତୁ ମିଡ୍ ଫିଙ୍ଗର ରିଙ୍ଗ୍କୁ ଠିକ୍ ମଝି ଆଙ୍ଗୁଳିର ମଧ୍ୟବର୍ତି ଅଂଶରେ ପିନ୍ଧାଯାଇଥାଏ । ମିଡ୍ ଫିଙ୍ଗର ରିଙ୍ଗ୍ ପିନ୍ଧି ଆପଣ ଏକ ଟ୍ରେଣ୍ଡି ଲୁକ୍ ପାଇପାରିବେ ।

ଫୋର୍ ଫିଙ୍ଗର ରିଙ୍ଗ୍- ଆପଣଙ୍କୁ ସବୁ ଆଙ୍ଗ୍ୁଳିରେ ମୁଦି ପିନ୍ଧିବାକୁ ଭଲ ଲାଗୁଥିଲେ ଅଲଗା ଅଲଗା ମୁଦି ପିନ୍ଧିବା ପରିବର୍ତ୍ତେ ଫୋର୍ ଫିଙ୍ଗର ରିଙ୍ଗ୍କୁ ଟ୍ରାଏ କରିପାରିବେ । ଏହି ମୁଦି ପିନ୍ଧିଲା ବେଳେ ଅଲଗା ଅଲଗା ଦେଖାଯାଉଥିଲେ ମଧ୍ୟ ପରସ୍ପର ସହ ଯୋଡି ହୋଇ ରହିଥାଆନ୍ତି ।

ନେଲ୍ ଆଟ୍ ରିଙ୍ଗ୍- ଆପଣଙ୍କ ପାଖରେ ନେଲ୍ ଆର୍ଟ କରିବା ପାଇଁ ସମୟ ନଥିଲେ ଏହି ନେଲ୍ ଆଟ୍ ରିଙ୍ଗ୍କୁ ଟ୍ରାଏ କରନ୍ତୁ । ନଖ ଆରମ୍ଭରୁ ଏହି ରିଙ୍ଗ୍ଟିକୁ ପିନ୍ଧାଯାଇଥାଏ । ୱେଷ୍ଟର୍ଣ୍ଣ ୱେୟାର୍ ସହ ନିୟନ୍ କିମ୍ବା ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଶେଡ୍ର ନେଲ୍ ଆର୍ଟ କ୍ୟାରି କରିପାରିବେ । ଇଣ୍ଡିଆନ୍ ଆଉଟଫିଟ୍ ସହ ଜୁଏଲ୍ଡ ନେଲ୍ ଆର୍ଟ ରିଙ୍ଗ୍ ପିନ୍ଧି ଅଧିକ ଗର୍ଜିଅସ ଲୁକ୍ ପାଇପାରିବେ ।

Leave A Reply

Your email address will not be published.