Latest Odisha News

BREAKING NEWS

ଶୋଇଥିବା ବେଳେ ଘରେ ଲାଗିଗଲା ନିଆଁ, ଗୋଟିଏ ପରିବାରର ୬ଜଣ ଜୀବନ୍ତ ଦଗ୍ଧ

ହାଇଦ୍ରାବାଦ : ଘରେ ନିଆଁ ଲାଗି ୬ ଜଣ ଜୀବନ୍ତ ଦଗ୍ଧ  । ଏଭଳି ଦୁଃଖଦ ଖବର ମନଚାଯ୍ୟାଲା ଜିଲ୍ଲାର ମାଣ୍ଡାମାରି ମଣ୍ଡଳର ଭେଙ୍କଟାପୁରରୁ ଆସିଛି  । ସୂଚନା ଅନୁଯାୟୀ, କୌଣସି କାରଣରୁ ବିଳମ୍ବିତ ରାତିରେ ଘରେ ନିଆଁ ଲାଗିଯାଇଥିଲା  । ନିଆଁର ପ୍ରକୋପ ଏତେ ମାତ୍ରାରେ ରହିଥିଲା ଯେ ପରିବାର ଲୋକେ ଘରୁ ବାହାରକୁ ବାହାରି ପାରିନଥିଲେ । ଆଉ ଅଗ୍ନିର ଧାସରେ ଆସି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ  ।

ତେବେ ଏହି ଅଗ୍ନକାଣ୍ଡରେ ମୃତ୍ୟୁବରଣ କରିଛନ୍ତି ଶିବୟା ଏବଂ ତାଙ୍କ ପତ୍ନୀ ପଦ୍ମା, ପଦ୍ମାଙ୍କ ବଡ଼ ଭଉଣୀଙ୍କ ଝିଅ ମୌନିକାଙ୍କ ଦୁଇ ଝିଅ ଓ ତାଙ୍କ ସମ୍ପର୍କୀୟ ଶାନ୍ତାୟାଙ୍କର ମୃତ୍ୟୁ ଘଟିଛି  । ଏନେଇ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି  ।

 

Leave A Reply

Your email address will not be published.