Latest Odisha News

BREAKING NEWS

ନୂଆବର୍ଷରେ ଏହି ୫ ରାଶିଙ୍କୁ ଅଧିକ ହଇରାଣ କରିପାରନ୍ତି ରାହୁ

ନୂଆବର୍ଷରେ କଣ କହୁଛି ଆପଣ ରାଶି ? କେମିତି କଟିବ ୨୦୨୩ ? ନୂତନ ବର୍ଷ ଶୁଭ ଫଳ ଦେବ ନା ଅଶୁଭ ରହିବ । ଜାଣିବା ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନୂତନ ବର୍ଷରେ କିଭଳି ରହିବ । କଣ ରହିବ ରାହୁଙ୍କ ସ୍ଥିତି ଓ ଚଳନ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶନିଙ୍କ ପରେ ରାହୁ ସବୁଠୁ ଧିମା ଗତିରେ ଚଳନ କରନ୍ତି । ଓଲଟା ଚଳନ କରୁଥିବା ରାହୁ ପ୍ରାୟ ଦେଢ଼ବର୍ଷରେ ଥରେ ରାଶି ବଦଳାଇଥାନ୍ତି । ୨୦୨୩ ବର୍ଷରେ ରାହୁ ଅକ୍ଟୋବର ୩୦ ଯାଏ ମେଷ ରାଶିରେ ରହିବେ । ଏହା ପରେ ରାହୁ, ମେଷରୁ ବାହାରି ମୀନ ରାଶିରେ ପ୍ରବେଶ କରିବେ । ଜ୍ୟୋତିଷଙ୍କ ଅନୁସାରେ, ନୂଆବର୍ଷରେ ରାହୁ ୫ଟି ରାଶିକୁ ହଇରାଣ କରିପାରନ୍ତି ।

ମେଷ: ମେଷ ରାଶିର ବ୍ୟକ୍ତି ବିଶେଷଙ୍କୁ ରାହୁ ଭ୍ରମିତ କରିପାରେ । ଏହି ରାଶିର ବ୍ଯକ୍ତି ବ୍ୟତିବ୍ୟସ୍ତ ହୋଇ ପଡ଼ିବେ । ଯାହା ଫଳରେ ଆପଣ କରୁଥିବା କାମ ପ୍ରଭାବିତ ହୋଇପାରେ । ମେଷ ରାଶିର ବ୍ୟକ୍ତ ନୂଆବର୍ଷରେ ବଡ଼ ଷଡ଼ଯନ୍ତ୍ରର ଶିକାର ହୋଇ ପାରନ୍ତି । ଲୋକଙ୍କ ସହ ଝଗଡ଼ା ବଢ଼ିପାରେ ।

ବୃଷ: ନୂଆବର୍ଷରେ ରାହୁଙ୍କ ପାଇଁ ଅଧିକ ଖର୍ଚ୍ଚାନ୍ତ ହୋଇ ପାରନ୍ତି ବୃଷ ରାଶିର ବ୍ୟକ୍ତି ବିଶେଷ । ଅଯଥାରେ ଅର୍ଥ ଖର୍ଚ୍ଚ କରିବା ସହ କିଛି ଭାବିବେ ନାହିଁ । ଖାଲି ଖର୍ଚ୍ଚାନ୍ତ ନୁହେଁ ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ରାହୁ ମାନସିକ ଅଶାନ୍ତି ଆଣି ପାରେ । ସ୍ୱାସ୍ଥ୍ୟଗତ ଅସୁବିଧା ଦେଖାଯିବା ସହ କମ ପରିଶ୍ରମରେ ସଫଳତା ପାଇଁ ଲାଳାୟିତ ହେବା ଆପଣଙ୍କୁ ସମସ୍ୟାରେ ପକାଇପାରେ ।

ତୁଳା: ତୁଳା ରାଶିର ବ୍ୟକ୍ତି ବ୍ୟବସାୟରେ କ୍ଷତି ସହି ପାରନ୍ତି । ଅଧିକାଂଶ ସମୟରେ ଭାବିଚିନ୍ତି ନିଷ୍ପତ୍ତି ନ ନେବା ଯୋଗୁଁ ବ୍ୟବସାୟରେ କ୍ଷତିରେ ପଡ଼ିବେ । ଖାଲି ବ୍ଯବସାୟ ନୁହେଁ ଚାକିରି କରୁଥିବା ତୁଳା ରାଶିର ବ୍ୟକ୍ତିଙ୍କ ଲାଗି ରାହୁ ଅଶୁଭ ଫଳ ଆଣିବେ । ସେଥିଲାଗି କର୍ମକ୍ଷେତ୍ରରେ ସାଥୀ କର୍ମଚାରୀଙ୍କ ସହ ଜଗି ରଖି ଚଳିବେ ।

ମକର: ସେହିଭଳି ମକର ରାଶି ବ୍ୟକ୍ତିବିଶେଷଙ୍କ ପାରିବାରିକ ସମ୍ପର୍କ ଦୁର୍ବଳ ହୋଇ ଯାଇପାରେ । ପାରିବାରିକ ଜୀବନରେ ସନ୍ତୁଳନ ଆଣିବାକୁ ଅଧିକ ପ୍ରୟାସ କରିବାକୁ ପଡ଼ିବ । ଦାମ୍ପତ୍ୟ ଜୀବନରେ କଳହ ସୃଷ୍ଟି ହୋଇପାରେ । ଆପଣଙ୍କୁ ବଡ଼ମାନଙ୍କର କଥାକୁ ଧର୍ଯ୍ୟର ସହ ଶୁଣିବାକୁ ପଡ଼ିବ ।

ମୀନ: ରାହୁ ନୂତନବର୍ଷରେ ମୀନ ରାଶିକୁ ଧନୀ କରିବେ । ଆପଣ ଯେତେ ଅଧିକ ଅର୍ଥ ଉପାର୍ଜନ କରିବେ, ସେତିକି ସେତିକି ପରିବାର ଠାରୁ ଦୂରେଇ ଯିବେ । ଏଥିପାଇଁ ଆପଣଙ୍କୁ ରୋଜଗାର ଓ ପରିବାର ଉଭୟକୁ ଦେଖି ନିଷ୍ପତ୍ତି ନେବାକୁ ପଡ଼ିବ । ଖାଇବା ପିଇବାର ଅସମାନତା ପାଇଁ ସ୍ୱାସ୍ଥ୍ୟ ଖରାପ ହୋଇପାରେ ।

କେମିତି ରାହୁଙ୍କ ପ୍ରକୋପରୁ ବର୍ତ୍ତିବେ ?

ରାହୁଙ୍କ ଅଶୁଭ ନଜରରୁ ବର୍ତ୍ତିବା ଲାଗି ରାହୁ ମନ୍ତ୍ର ଜପ କରନ୍ତୁ । ବୁଧବାର ଦିନ ସୋରିଷ, କଏନ୍, ସାତ ପ୍ରକାର ଶଷ୍ୟ, ନୀଳ ରଙ୍ଗର କପଡ଼ା ଓ କାଚ ବସ୍ତୁ ଦାନ କରନ୍ତୁ । ରାହୁଙ୍କ ପାଇଁ ହେଉଥିବା ସ୍ୱାସ୍ଥ୍ୟ ଅସୁବିଧାରୁ ରକ୍ଷା ପାଇବା ଲାଗି ରାହୁ ଯନ୍ତ୍ରକୁ ପୂଜା କରନ୍ତୁ । ରାହୁର କୁ-ପ୍ରଭାବରୁ ମୁକ୍ତି ପାଇବା ଲାଗି କଳା କୁକୁରକୁ ରୋଟି ଖାଇବାକୁ ଦିଅନ୍ତୁ ।

Leave A Reply

Your email address will not be published.