Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢା ପଞ୍ଚ ଶକ୍ତି ମନ୍ଦିର ମଧ୍ୟରେ ଅବସ୍ଥାପିତ ମା ସରସ୍ବତୀଙ୍କ ଦର୍ଶନ ଜାରି ରହିଛି। ମା ସରସ୍ବତୀଙ୍କ ବିଶେଷ ପୂଜା ବସନ୍ତ ପଞ୍ଚମୀ ଅବା ଶ୍ରୀ ପଞ୍ଚମୀରେ ଅନୁଷ୍ଠିତ ହୁଏ। ଏହି ଦିନ ଦେଉଳ କରଣ ଓ ତଡଉ କରଣମାନଙ୍କର ଦାୟିତ୍ୱରେ ଥିବା ସମସ୍ତ ତାଳପତ୍ର ରଚିତ ମାଦଳା ପଞ୍ଜିକା ଅଣାଯାଇ ମା ସରସ୍ବତୀଙ୍କ ସମୀପରେ ଭଦ୍ରାସନ (ମୁଲିଆ ସୁଆଁଶିଆ ପ୍ରଦତ୍ତ )ଉପରେ ଲୌହ ଲେଖନୀ ସହ ରଖି ସ୍ୱତନ୍ତ୍ର ପୂଜା କରାଯାଏ। ଏହି ଦିନ ମା ସରସ୍ବତୀଙ୍କର ସନ୍ଧ୍ୟା ଧୂପ ପରେ ପ୍ରଶାସନ ତରଫରୁ ଯୋଗାଇ ଦିଆଯାଇଥିବା ୨୨ ଗୋଟି ନଡ଼ିଆ ଭଙ୍ଗାଯାଏ। ଏହା ବ୍ୟତୀତ ପଞ୍ଚ ଉପଚାରରେ ଶୀତଳ ଭୋଗ ଲାଗି ଓ ବନ୍ଦାପନା ନୀତି ଅନୁଷ୍ଠିତ ହୁଏ। ମା ସରସ୍ବତୀ ଙ୍କ ଦୈନିକ ପୂଜା ନୀତି ପ୍ରତିହାରୀ, ଖୁଣ୍ଟିଆ ଓ ପଣ୍ଡା ସେବକ ମାନଙ୍କ ଉପରେ ନ୍ୟସ୍ତ ହୋଇଛି. ଶ୍ରୀମନ୍ଦିର ସତ୍ୱଲିପି ଅନୁଯାୟୀ ସେବା ବେଢା ପତ୍ରରେ ଥିବା ସମସ୍ତ ସେବାୟତଙ୍କ ବଂଶଧରମାନେ ବର୍ତ୍ତମାନ ସେବା କରୁଛନ୍ତି। ଅବଶ୍ୟ କେତେକ ନିରଂଶ, ସେବାପାଳି ହସ୍ତାନ୍ତର ତଥା ବିକ୍ରୟ କାରଣରୁ ଅନ୍ୟ ସେବକ ଏହି ପାଳି କରୁଛନ୍ତି। ବିଦ୍ୟାଦାୟିନୀ ମା ସରସ୍ବତୀଙ୍କ ଧ୍ୟ୍ୟନ ମନ୍ତ୍ର ହେଉଛି ।

“ଶୁକ୍ଲାଂ ବ୍ରହ୍ମବିଚାରସାରପରମା ମା ଆଦ୍ୟାଂ ଜଗଦବ୍ୟାପିନୀଂ, ବୀଣା ପୁସ୍ତକ ଧାରିଣୀମଭୟଦାଂ, ଜାଡ୍ୟାନ୍ଧକାରାପହାମ। ହସ୍ତେ ସ୍ପଟିକମାଳିକାଂ ଚ ଦଧିତିଂ ପଦ୍ମାସନେ ସଂସ୍ଥିତା, ବନ୍ଦେ ତାଂ ପରମେଶ୍ୱରୀଂ ଭଗବତୀଂ ବୁଦ୍ଧିପ୍ରଦାଂ ଶାରଦାମ ।” ଅର୍ଥାତ ହେ ସରସ୍ବତୀ!ତୁମେ ଶୁଭ୍ରା, ତୁମେ ବେଦାର୍ଥ ବିଚାର ର ସାର ନିରୂପଣ କାରିଣୀ, ତୁମେ ଆଦ୍ୟାଶକ୍ତି ତୁମେ ନିଖିଳ ଜଗତ କୁ ବ୍ୟାପି ରହିଛ ତୁମେ ଅଜ୍ଞାନ ଅନ୍ଧକାର ବିନାଶିନୀ ତୁମେ ଅଭୟ ଦାୟୀନୀ. ତୁମେ ସ୍ପଟିକମାଳା ଧାରଣ କରିଛ, ତୁମେ ପଦ୍ମାସନରେ ବିରାଜମାନ କରିଛ । ତୁମେ ପରମେଶ୍ୱରୀ, ଭଗବତୀ, ଶlରଦା. ତୁମକୁ ଆମେ ବନ୍ଦନା କରୁଛୁ ନମନ କରୁଛୁ । ଜୟ ମା ସରସ୍ବତୀ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.