Latest Odisha News

BREAKING NEWS

ଶୀତଦିନେ ଷ୍ଟ୍ରିଟ୍‌ ଫୁଡ୍‌…..

ବର୍ଷକ ପରେ ପୁଣିଥରେ ଶୀତ ଆସି ପହଞ୍ଚିଛି  । କୋହଲା ପାଗରେ ବାହାରକୁ ଯାଇ ବୁଲି ଆସିଲେ ଟିକେ ଭଲ ଲାଗେ  । ଆଉ ବାହାରକୁ ଗଲେ କିଛି ଗରମ ଜିନିଷ ଖାଇବାକୁ ମଧ୍ୟ ଇଚ୍ଛା ହୁଏ  । ଏହି ସମୟରେ ରାସ୍ତା କଡ଼ରେ ମିଳୁଥିବା ପାଟି ଟକଳିଆ ଖାଦ୍ୟ ସାଧାରଣତଃ ସମସ୍ତଙ୍କୁ ଲୋଭେଇ ଥାଏ  । ଆସନ୍ତୁ ଜାଣିନେବା ଓଡ଼ିଶାର ରାସ୍ତାକଡ଼ରେ ମିଳୁଥିବା ଲୋକପ୍ରିୟ ଟେଷ୍ଟି ଟେଷ୍ଟି ଖାଦ୍ୟ ସମ୍ବନ୍ଧରେ …..

-ମସଲା ମୁଢ଼ି : ଯେଉଁଠି ବି ଦେଖ ମସଲା ମୁଢ଼ିବାଲା ତା’ର ଠେଲାରେ ଭିନ୍ନ ରକମର ଜିନିଷ ରଖି ବସିଥିବ  । ମୁଢ଼ି ସହିତ ବାରମଜା,ବାଦାମ ମିଶାଇ କଟା ପିଆଜ ଓ ଲେମ୍ବୁ ଚିପୁଡ଼ି ଦେଇଦେବ ନହେଲେ ସିଝାବୁଟ, ମଟର ସହିତ ଟିକେ କଟା କାକୁନି ଓ ପିଆଜ ମିଶାଇ ଖାଇଲେ ବି ମନ ସତେଜ ହୋଇଥାଏ  ।

-ମକା ସିଝା/ପୋଡ଼ା : ରାସ୍ତାକଡ଼ରେ ସିଝା ମକା ବା ପୋଡ଼ା ମକା ଖାଇବାର ଆନନ୍ଦ କିଏ ନ ଚାହିଁବ  । ଥଣ୍ଡା ପାଗକୁ ଗରମ ମକାସିଝା ଖାଇଲେ ଦେହ ଉଷୁମ ରହିଥାଏ  ।

-ଚିନାବାଦାମ /ପପ୍‌କର୍ଣ୍ଣ : ଟିକିଏ ଶୀତ ଲାଗିଲେ ଠାଏ ଠାଏ ଗରମ ଗରମ ଚିନାବାଦାମ ଭଜା ଓ ପପ୍‌କର୍ଣ୍ଣ ଖାଇବାର ଆନନ୍ଦ ଉପଭୋଗ୍ୟ ମନେ ହୋଇଥାଏ  ।

Leave A Reply

Your email address will not be published.