Latest Odisha News

BREAKING NEWS

ପୁରୀରେ ବାସ୍କେଟବଲ ଲିଗ ୨୨ରୁ: ଅଂଶଗ୍ରହଣ କରିବେ ୬ ପୁରୁଷ,୪ ମହିଳା ଦଳ

ପୁରୀ: ପୁରୀରେ ଚଳିତ ମାସ ୨୨ ରୁ ୨୬ ତାରିଖ ପର୍ଯ୍ୟନ୍ତ ତାଳବଣିଆ ସ୍ଥିତ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଓଡିଶା ବାସ୍କେଟବଲ ଲିଗ ଅନୁଷ୍ଠିତ ହେବ। ଓଡିଶା ବାସ୍କେଟବଲ ଆସୋସିଏସନ ପକ୍ଷରୁ ଆୟୋଜିତ ଏହି ଲିଗରେ ୬ଟି ପୁରୁଷ ଓ ୪ଟି ମହିଳା ବାସ୍କେଟବଲ ଦଳ ଅଂଶଗ୍ରହଣ କରିବେ । ଏହାର ଆୟୋଜନ ସମ୍ପର୍କରେ ଆଜି ସର୍କିଟ ହାଉସଠାରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ସୂଚନା ପ୍ରଦାନ କରିଛନ୍ତି । ଭୁବନେଶ୍ୱର କ୍ୟାପିଟାଲ୍ସ, ୱ୍ବାରିୟର ବାଲେଶ୍ୱର, ଗଞ୍ଜାମ ହୁପରସ୍, କଟକ ବାରବାଟି ଟାଇଗର, ଏମ୍ପାୟର୍ସ ରାଉରକେଲା, ପୁରୀ ବୁଲସ୍, ଉତ୍କଳ ଡ଼୍ରିବଲର୍ସ, କଳିଙ୍ଗ ଶୁଟର୍ସ, ଓଡିଶା ବ୍ଲକରସ୍, ଓଡ୍ର ନାମରେ ୧୦ ଟିମ ଅଂଶଗ୍ରହଣ କରିବେ ବୋଲି ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ ସୂଚନା ଦେଇଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡା ଆସୋସିଏସନର ସମ୍ପାଦକ ରବି ଶଙ୍କର ପ୍ରତିହାରୀ, ଓଡିଶା ବାସ୍କେଟବଲ ଆସୋସିଏସନର ଉପ ସଭାପତି ରାଜେନ୍ଦ୍ର ଖୁଣ୍ଟିଆ ଯୁଗ୍ମ ସମ୍ପାଦକ ଅମିତ ଦାସମହାପାତ୍ର ଓ ୧୦ ଟି ଦଳର ଅଧିନାୟକ ଯୋଗ ଦେଇଥିଲେ । ୨୨ ତାରିଖ ଅପରାହ୍ନ ୫.୩୦ ମିନିଟ ସମୟରେ ଏହି ଲିଗ ଉଦଘାଟନ ହେବ ଓ ୨୬ରେ ଉଦଯାପିତ ହେବ ।  ସେହିପରି ୨୩ ତାରିଖରେ ଜିଲ୍ଲା ସ୍କୁଲ ଠାରେ ମାଲଖମ୍ବ କ୍ରିଡା ଆୟୋଜନ କରାଯାଉଛି ବୋଲି କ୍ରୀଡା ଅଧିକାରୀ ସୂଚନା ଦେଇଥିଲେ ।

 

Comments are closed.