Latest Odisha News

BREAKING NEWS

ଜେଲ ଓ୍ବାର୍ଡରଙ୍କ ଅବହେଳା ପାଇଁ ଗୋବିନ୍ଦ ସାହୁଙ୍କ ମୃତ୍ୟୁ: ଜେଲ୍ ଡିଆଇଜି

ଭୁବନେଶ୍ୱର: ଗୋବିନ୍ଦ ସାହୁଙ୍କ ମୃତ୍ୟୁ ଘଟଣାରେ ପ୍ରାଥମିକ ତଦନ୍ତ ରିପୋର୍ଟ ଆସିଛି। ଯେଉଁଥିରେ କୁହାଯାଇଛି, ଜେଲ ୱାର୍ଡର ଅକ୍ଷୟ ମହାନ୍ତିଙ୍କ କର୍ତବ୍ୟରେ ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଛି। ସମ୍ବଲପୁର ଜେଲ ଡିଆଇଜି ଅନୁସୂୟା ଜେନାଙ୍କ ରିପୋର୍ଟ ଆଧାରରେ ଏହା କହିଛନ୍ତି, ହେଡ କ୍ୱାର୍ଟର ଜେଲ ଡିଆଇଜି ଶୁଭକାନ୍ତ ମିଶ୍ର। କିନ୍ତୁ କେବଳ କ’ଣ ଜେଲ୍ ଓ୍ବାର୍ଡେନ ଦାୟୀ ନା ବହୁ ଚର୍ଚ୍ଚିତ ମମିତା ମେହେର ମୃତ୍ୟୁ ଘଟଣାର ସମସ୍ତ ପ୍ରମାଣ ନଷ୍ଟ କରି ଘଟଣାର ଫାଇଲା ବନ୍ଦ କରିଦେବାକୁ ଏପରି ଉଦ୍ୟମ ହୋଇଛି? ତାହା ଏବେ ବଡ ପ୍ରଶ୍ନ। ଆଉ ଜେଲ କର୍ତ୍ତୃପକ୍ଷଙ୍କ ବିଭିନ୍ନ ପଦକ୍ଷେପ ଏହି ଆତ୍ମହତ୍ୟା ଘଟଣାକୁ ବିବାଦୀୟ କରି ଦେଇଛି।

ଗୋବିନ୍ଦ ସାହୁଙ୍କ ମୃତ୍ୟୁ ଘଟଣାର ପ୍ରାଥମିକ ତଦନ୍ତ ରିପୋର୍ଟରେ ବିଭିନ୍ନ ଦିଗ ଦର୍ଶାଯାଇଛି। ଆତ୍ମହତ୍ୟା ବେଳେ କିଏ କିଏ ଉପସ୍ଥିତ ଥିଲେ ସେନେଇ ସବିଶେଷ ତଥ୍ୟ ଦେଇଛନ୍ତି ସମ୍ବଲପୁର ଜେଲ୍ ଡିଆଇଜି ଅନସୂୟା ଜେନା। ଝରକାରେ ଗାମୁଛା ଦେଇ ଗୋବିନ୍ଦ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଇଛି।

ତେବେ ସମସ୍ତ ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ଗୋବିନ୍ଦ ସାହୁ ମାନସିକ ଅବସାଦରେ ଥିଲେ କି ନାହିଁ ତାହା ଜଣାପଡ଼ିବ ବୋଲି ଶୁଭଙ୍କର ମିଶ୍ର କହିଛନ୍ତି। ଡିଆଇଜି କହିଛନ୍ତି, ପ୍ରାଥମିକ ଭାବେ ଏହା ଜେଲ୍ ୱାର୍ଡରଙ୍କ ଚରମ ଅବହେଳା ବୋଲି ମନେ ହେଉଛି। ଏହି ଜେଲର ଆୟତନ ୨ ଏକର ହୋଇଥିବା ବେଳେ ସବୁବେଳେ ସମସ୍ତଙ୍କ ଉପରେ ନଜର ରଖିବା ଏତେ ସହଜ ନୁହେଁ। କିନ୍ତୁ ଓ୍ୱାର୍ଡର ଜେଲରେ ଗୋବିନ୍ଦ ସାହୁଙ୍କ ଗତିବିଧି ଦେଖିବା ଉଚିତ୍ ଥିଲା। ଗୋବିନ୍ଦ ସାହୁ ଜଣେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବ୍ୟକ୍ତିତ୍ୱ ଥିଲେ। ଏବଂ ଜେଲର ସମସ୍ତ ଅଧିକାରୀ ଓ କଏଦୀଙ୍କ ସହ ତାଙ୍କର ଭଲ ସମ୍ପର୍କ ଥିଲା। ଜେଲ ରୋଷେଇ ଘର ପଛପଟେ ଥିବା ଏକ ଗଛରେ ଟାବେଲ ସାହାଯ୍ଯରେ ଝୁଲି ପଡ଼ିଥିଲେ ଗୋବିନ୍ଦ। କିଛି କଏଦୀ ଏହା ଦେଖି ତାଙ୍କୁ ଡାକିଥିଲେ, ଏହା ପରେ ଜେଲ୍ ଓ୍ବାର୍ଡର ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ ବୋଲି ଶୁଭଙ୍କର ମିଶ୍ର କହିଛନ୍ତି।

କୌତୂହଳର କଥା ହେଉଛି, ଜେଲର ରୋଷେଇ ଘର ପଛ ପଟେ ଯେଉଁ ସ୍ଥାନରେ ଗୋବିନ୍ଦ ସାହୁ ଝୁଲି ପଡ଼ିଥିଲେ, ତାହା ଜେଲରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇ ନାହିଁ। କିନ୍ତୁ ଗୋବିନ୍ଦ ସାହୁଙ୍କ ପରିବାର ଲୋକେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି. କୋର୍ଟରେ ହାଜର ହେବାର କିଛି ସମୟ ପୂର୍ବରୁ ଗୋବିନ୍ଦ ସାହୁ ତାଙ୍କ ପରିବାର ଲୋକଙ୍କ ସହ ଫୋନରେ କଥା ହୋଇଥିଲେ। ସେ ଏହି ସମୟରେ ଭଲରେ କଥା ହୋଇଥିଲେ। କିନ୍ତୁ ଫୋନ୍ କଲର କିଛି ଘଣ୍ଟା ପରେ ଏପରି ଜଣେ ସୁସ୍ଥ ମାନସିକ ଥିବା ବ୍ୟକ୍ତି କିପରି ଆତ୍ମହତ୍ୟା ପାଇଁ ନିଷ୍ପତ୍ତି ନେଲେ? ସେହିପରି ଏହି ଘଟଣାର ୧୦ ଦିନ ପୂର୍ବରୁ କିଭଳି ଅନେକ ଜେଲ୍ କର୍ମଚାରୀଙ୍କ ବଦଳି ହୋଇଥିଲା?

ଉଲ୍ଲେଖଯୋଗ୍ୟ, ଗଣମାଧ୍ୟମକୁ ସୂଚନା ଦେଇ ଗୋବିନ୍ଦ ସାହୁଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ବାମୀଙ୍କୁ ହତ୍ୟା କରାଯାଇଛି। ସେ ଜଣେ ମାନସିକ ସ୍ତରରେ ଦୃଢ଼ମନା ବ୍ୟକ୍ତି ଥିଲେ। ସେ କେବେ ବି ଏଭଳି ପଦକ୍ଷେପ ନେଇପାରିବେ ନାହିଁ ବୋଲି ସେ କହିଛନ୍ତି। ମମିତା ମେହେର ହତ୍ୟାକାଣ୍ଡର ସମସ୍ତ ପ୍ରମାଣ ନଷ୍ଟ କରିବା ପାଇଁ ଗୋବିନ୍ଦ ସାହୁଙ୍କୁ ନିପାତ କରିବା ପାଇଁ ଏକ ସୁଚିନ୍ତିତ ଯୋଜନା।

 

 

Leave A Reply

Your email address will not be published.