ଜାଣନ୍ତୁ, ଶ୍ରାବଣର ସୋମବାର କଲେ କଣ ମିଳିବ ଫଳ ଧର୍ମ ଓ ପରମ୍ପରାଫିଚର By ଓଡ଼ିଶା ସମ୍ବାଦ ବ୍ୟୁରୋ On Jul 21, 2019 Share ଭୁବନେଶ୍ୱର: ଆରମ୍ଭ ହୋଇଗଲା ଶ୍ରାବଣ ମାସ । ଏବେ କାଉଡିଆ ମାନେ ମହାଦେବ ଶଙ୍କରଙ୍କୁ ଜଳାଭିଷେକ କରାଇବା ନିମନ୍ତେ ସଜବାଜ ହେବେଣି । ମାନ୍ୟତା ରହିଛି ଶ୍ରାବଣ ମାସ ସୋମବାରରେ ଭଗବାନ ଶିବଙ୍କୁ ଜଳାଭିଷେକ କରାଇଲେ ମନୋବାଞ୍ଛିତ ଫଳ ପ୍ରାପ୍ତି ହୋଇଥାଏ । ପୁରାଣ ଅନୁସରର ମଧ୍ୟ ଶ୍ରାବଣ ମାସର ସୋମବାରରେ ବାବା ଭୋଳାନାଥଙ୍କୁ ଜଳ ଅର୍ପଣ କରାଗଲେ ବାବା ପ୍ରସନ୍ନ ହୋଇ ନିଜ ଭକ୍ତଙ୍କ ମନସ୍କାମନା ପୂରଣ କରନ୍ତି । ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ହେବା ସହିତ ଘର ଧନଧାନ୍ୟରେ ଭରିଯିବାର ସାଧାରଣରେ ବିଶ୍ୱାସ ରହିଛି। ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚଳିତ ଥର ଶ୍ରାବଣ ମାସର ପ୍ରଥମ ସୋମବାର ଏଭଳି ଏକ ମୁହୂର୍ତ୍ତରେ ଆରମ୍ଭ ହେଉଛି, ଯେଉଁଦିନ ବ୍ରତ ରଖିବା ଫଳରେ ଭକ୍ତର ସକଳ ସିଦ୍ଧି ହେବା ସହ ସୁଖ ସୌଭାଗ୍ୟରେ ଘର ପୂରି ଉଠିଥାଏ । ଏପରିକି ଅନେକ ଦିନ ଧରି ସନ୍ତାନ ପ୍ରାପ୍ତିର ଆଶା ରଖିଥିବା ଦମ୍ପତି ଏହି ଶ୍ରାବଣର ପ୍ରଥମ ସୋମବାରରେ ମହାଦେବଙ୍କୁ ଜଳାଭିଷେକ କରାଇଲେ ସନ୍ତାନ ପ୍ରାପ୍ତି କରିପାରିବେ । ଏହା ସହିତ ଦାମ୍ପତ୍ୟ ଜୀବନର ଦୋଷ ଓ ଅକାଳ ମୃତ୍ୟୁ ଭଳି ସଙ୍କଟ ମଧ୍ୟ ଦୂର ହୋଇଯିବ । lord shivamahadevshraban shombaar Share
Comments are closed.