Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢା ପରିକ୍ରମା କରି ଆମେ ଶ୍ରୀ ନୀଳମାଧବଙ୍କ ଦର୍ଶନ ସାରିଛେ। ଆଲୋଚନାର ବିଶେଷ ପର୍ଯାୟ ରେ ନୀଳ -ମା-ଧବ ନାମର ତାତ୍ୱିକ ଆଲୋଚନା କରିବା ବିଖ୍ୟାତ ଦାର୍ଶନିକ ପଣ୍ଡିତ ନୀଳକଣ୍ଠ ଦାଶଙ୍କ ମତରେ ଆମେ ବର୍ତ୍ତମାନ ରତ୍ନସିଂହାସନରେ ତିନି ମୂଖ୍ୟ ବିଗ୍ରହଙ୍କୁ ଦର୍ଶନ କରୁଛେ। ଏହିପରି ବିଗ୍ରହ ନିର୍ମାଣ ତତ୍ତ୍ୱ ନୀଳମାଧବ ନାମରେ ହିଁ ନିହିତ ଥିଲା। ଯାହାକୁ କଵି ସଚ୍ଚିଦାନନ୍ଦ ରାଉତରାୟ ମଧ୍ୟ ସମର୍ଥନ କରିଛନ୍ତି ଓ ନିଜ ପୁସ୍ତକ “ସାହିତ୍ୟରେ ମୂଲ୍ୟବୋଧ “ପୁସ୍ତକ ରେ ଲେଖିଛନ୍ତି ନୀଳ (blue )ମା (mother )ଓ ଧବ (white )। ଦାର୍ଶନିକ ତତ୍ତ୍ୱ ଅନୁସାରେ ନୀଳ ଅର୍ଥ ନିଃସତା ( non existence )ମା ହିଁ ଜନନ (principle of generation )ଓ ଧବ ହେଉଛନ୍ତି ଶୁକ୍ଳ ଅର୍ଥାତ (phenomenal expression of the universes)। ପ୍ରଥମ ତତ୍ତ୍ୱରୁ ଶ୍ରୀଜଗନ୍ନାଥ, ଦ୍ଵିତୀୟ ତତ୍ତ୍ୱ ମା ସୁଭଦ୍ରିକାଙ୍କୁ ଇଙ୍ଗିତ ଦିଏ, ଓ ତୃତୀୟ ତତ୍ତ୍ୱ ଶୁକ୍ଳ ବର୍ଣ୍ଣା ଶ୍ରୀ ବଳଭଦ୍ରଙ୍କୁ ସୂଚାଇଥାଏ। ଦର୍ଶନ ସହ ପୁରାଣ ବର୍ଣ୍ଣନା ନିଶ୍ଚିତ ଭାବରେ ତ୍ରିସତ୍ତାର ବିଚାର ଦିଏ। ପୁରାଣ କୁହେ ବିଶ୍ୱାବସୁ ପୂଜିତ ନୀଳମାଧବଙ୍କ ପାର୍ଶ୍ଵରେ ମା ଲଷ୍ମୀ ବିରାଜମାନ ଥିଲେ। ତେଣୁ ସେ ବିଷ୍ଣୁ ସ୍ୱରୂପ, ପଶ୍ଚାତ ଭାଗରେ ଅନନ୍ତ ଦେବ ଫଣାସମୂହ ବିସ୍ତାର କରିଥିଲେ ; ତେଣୁ ସେ ରୁଦ୍ର ସ୍ୱରୂପ ଶ୍ରୀ ବଳଭଦ୍ର ଅଗ୍ରରେ ଦେହଧାରୀ ସୁଦର୍ଶନ ଓ ପଶ୍ଚାତ ଭାଗରେ କୃତାଞ୍ଜଳି ପୁତରେ ପୁଟରେ ସ୍ୱୟଂ ଗରୁଡ଼ ଅବସ୍ଥାନ କରୁଥିଲେ। ବର୍ତ୍ତମାନ ଗରୁଡ଼ ସମ୍ମୁଖରେ ଓ ସୁଦର୍ଶନ ପାର୍ଶ୍ଵରେ ଅଛନ୍ତି। ସ୍କନ୍ଦ ପୁରାଣ ପରିଷ୍କାର ଭାବରେ କହିଛି ଯେ “ଏତୟୋରନ୍ତରେ ବ୍ରହ୍ମନ ନିକୁଞ୍ଜlଭ୍ୟନ୍ତର ସ୍ଥିତମ, ପଶ୍ୟ ସାକ୍ଷାଜ୍ଜଗନାଥଂ ବେଦାନ୍ତ ପ୍ରତିପାଦିତମ ।” ତେଣୁ ଯମରାଜାଙ୍କୁ କଥା ଦେଇ ହେଉ ଅବା ବିଧିନିର୍ଦ୍ଦେଶ ହେଉ ନୀଳମାଧବଙ୍କ ପରେ ଯେ ଏଭଳି ଚତୁର୍ଦ୍ଧା ମୂର୍ତ୍ତି ହେବେ ଏହା ନିଶ୍ଚିତ ଥିଲା। ଆଗାମୀ ଅଧ୍ୟାୟରେ ଆମେ ନୀଳମାଧବଙ୍କ ପୂଜା ନୀତି ଜାଣିବା, ବର୍ତ୍ତମାନ ଆରାଧନାର ସମୟ “ନୀଳାଦ୍ରି ଶିଖରାସୀନଂ ନମାମି ନୀଳମାଧବମ୍, ପ୍ରଣତାତ୍ରିହରଂ
ଦେବଂ ଶରଣାଗତ ରକ୍ଷକମ୍ “ଅର୍ଥାତ ହେ ନୀଳମାଧବ ! ତୁମେ ନୀଳାଚଳର ଅଗ୍ର ଭାଗରେ ଅବସ୍ଥାନ କରିଛ, ତୁମେ ପ୍ରଣତ ଲୋକଙ୍କ ଦୁଃଖ ନାଶକ ତୁମେ ଶରଣlର୍ଥୀଙ୍କର ଶରଣ ଦାୟକ
ତୁମକୁ ଆମେ ପ୍ରଣାମ କରୁଛୁ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.