ବ୍ରହ୍ମପୁର: ନିଜକୁ ଜିଏସ୍ଟି ବିଭାଗର ଅଧିକାରୀ ବୋଲି ପରିଚୟ ଦେଇ ଜଣେ ବ୍ୟବସାୟିଙ୍କ ଠାରୁ ଏକ ଲକ୍ଷ ୪୦ ହଜାର ଟଙ୍କା ଏବଂ ୬୦ ପ୍ୟାକେଟ୍ ପାନ୍ ମସଲା ନେଇଯିବା ଘଟଣାରେ ୪ଜଣଙ୍କୁ ଗିରଫ କରିଛି ଗଞ୍ଜାମ ଜିଲାର ଛତ୍ରପୁର ଥାନା ପୋଲିସ। ଗିରଫମାନେ ହେଲେ ବ୍ରହ୍ମପୁର ମୀନାକ୍ଷିନଗରର ସୀମାଞ୍ଚଳ ପଣ୍ଡା(୫୮), ଛତ୍ରପୁର ବଜରଙ୍ଗୀ ନଗରର ସୁଶାନ୍ତ କୁମାର ଦଳାଇ(୩୫) ଏବଂ ଟି.ଗୋପାଳ ରାଓ ଓ ଛତ୍ରପୁର ବ୍ୟାଙ୍କ କଲୋନୀର ଦେବାଶିଷ ପଟ୍ଟନାୟକ(୩୦)। ପୋଲିସ ଏମାନଙ୍କ ଠାରୁ ୬୦ ପ୍ୟାକେଟ୍ ଡିଲକ୍ସ ପାନ ମସଲା, ଏକ ଲକ୍ଷ ୪୦ ହଜାର ଟଙ୍କା, ୫ଟି ମୋବାଇଲ୍ ଫୋନ୍, ଗୋଟିଏ ହ୍ୟୁଣ୍ଡାଇ କ୍ରେଟା କାର୍ ଏବଂ ଗୋଟିଏ ହ୍ୟୁଣ୍ଡାଇ ଆଇ-୨୦ କାର୍କୁ ଜବତ କରିଛି।
ଛତ୍ରପୁର ଥାନା ପରିସରରେ ସୋମବାର ଗଞ୍ଜାମ ଅତିରିକ୍ତ ଏସ୍ପି ପି.କେ. ଦଳାଇ ଏବଂ ଛତ୍ରପୁର ଭାରପ୍ରାପ୍ତ ଏସଡିପିଓ ଅଜୟ ମିଶ୍ରଙ୍କ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣା ସଂପର୍କରେ ସୂଚନା ଦିଆଯାଇଛି। କଲିକତା ଠାରୁ ଆନ୍ଧ୍ରପ୍ରଦେଶରୁ ଗୋଟିଏ ଟ୍ରକ୍(ଏପି୩୭ଟିଇ୮୬୯୯)ରେ ଚାଉଳ ଏବଂ ଡିଲକ୍ସ ପାନ୍ ମସଲା ପରିବହନ ହେଉଥିଲା। ଗତ ୨୧ ତାରିଖ ଅପରାହ୍ନ ୪ଟା ସମୟରେ ଛତ୍ରପୁରର ଉଜ୍ଜଳେଶ୍ବର ମନ୍ଦିର ପାଖରେ ଏହି ଟ୍ରକ୍କୁ ଅଭିଯୁକ୍ତମାନେ ଅଟକାଇଥିଲେ। ଚାଳକ ଏମ୍.ରମେଶଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଅଭିଯୁକ୍ତମାନେ ନିଜକୁ ଜିଏସ୍ଟି ବିଭାଗର ଅଧିକାରୀ ବୋଲି ପରିଚୟ ଦେଇଥିଲେ। ରମେଶଙ୍କୁ ୫ ଲକ୍ଷ ଟଙ୍କା ଦେବାକୁ ଧମକ ଦେଇଥିଲେ। କିନ୍ତୁ ରମେଶଙ୍କ ପାଖରେ ଏତେ ଟଙ୍କା ନଥିବା ଯୋଗୁ ସେ ଏନେଇ ତାଙ୍କ ମାଲିକଙ୍କୁ ଫୋନ୍ରେ ଜଣାଇଥିଲେ। ମାଲିକଙ୍କ ତରଫରୁ ଅଭିଯୁକ୍ତଙ୍କ ଆକାଉଣ୍ଟକୁ ଏକ ଲକ୍ଷ ୪୦ ହଜାର ଟଙ୍କା ପଠାଯାଇଥିଲା। ତେବେ ଅଭିଯୁକ୍ତମାନେ ଯିବା ସମୟରେ ୬୦ ପ୍ୟାକେଟ୍ ପାନ୍ ମସଲା ମଧ୍ୟ ଟ୍ରକ୍ରୁ ନେଇଯାଇଥିଲେ। ଏନେଇ ଚାଳକ ରମେଶଙ୍କ ତରଫରୁ ଛତ୍ରପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗ ମିଳିବା ପରେ ପୋଲିସ ତରଫରୁ ତଦନ୍ତ କରାଯାଇଥିଲା। ବିଭିନ୍ନ ସ୍ଥାନରେ ଚଢ଼ଉ ପରେ ସୋମବାର ସମସ୍ତ ୪ଜଣ ଅଭିଯୁକ୍ତଙ୍କୁ ଧରାଯାଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।
BREAKING NEWS
- ଆସୁଛି ଆଉ ଏକ ଲଘୁଚାପ, ଜାଣନ୍ତୁ ଓଡ଼ିଶାରେ ପ୍ରଭାବ…
- କୋଟିଆ ଉପରେ ନିୟମିତ ନଜର ରଖିବେ ଜିଲ୍ଲାପାଳ ଓ SP
- ରାଜଧାନୀରେ ଦୁର୍ଗାପୂଜା ଭସାଣୀରେ ବାଜିବନି DJ
- ପୂର୍ବତନ କ୍ରିକେଟର ତଥା ସାଂସଦ ୟୁସୁଫ ପଠାଣଙ୍କୁ ଗୁଜୁରାଟ ସରକାରଙ୍କ ବଡ ଉପହାର
- ବିସ୍କୁଟରେ ମିଶୁଛି ଚୋକଡ, କ୍ଷୀରରେ ଡ଼ିଟରଜେଣ୍ଟ; ଏଫଏସଏସଏଆଇ ବଡ଼ କାର୍ଯ୍ୟାନୁଷ୍ଠାନ…
- ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟିର ଗଞ୍ଜେଇ ଜବତ, ୩ ଅଟକ…
- ଟାଇଗର ଶ୍ରଫ୍ଙ୍କୁ ଫାୟାରିଂ ପଛର ସତ୍ୟ ବାହାର କଲା ପୋଲିସ: ଚାକିରି ଓ ଟଙ୍କା ଲୋଭରେ କରାଯାଇଥିଲା ଆକ୍ରମଣ
- ଦେଶବାସୀଙ୍କୁ ମୋହନ ଭାଗବତଙ୍କ ସମ୍ୱୋଧନ: କହିଲେ, ଏକତା ଓ ପ୍ରଗତି ରାସ୍ତାରେ ଆମେ ଆଗକୁ ବଢ଼ିବା ଦରକାର
- ରେଲୱେ ଟ୍ରାକ ନିକଟରେ କୁମ୍ଭୀର, ଚିନ୍ତାରେ ଲୋକେ
- ଦଶହରା ଶୁଭେଚ୍ଛା: ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି କାମନା କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

Comments are closed.