ବ୍ରହ୍ମପୁର: ନିଜକୁ ଜିଏସ୍ଟି ବିଭାଗର ଅଧିକାରୀ ବୋଲି ପରିଚୟ ଦେଇ ଜଣେ ବ୍ୟବସାୟିଙ୍କ ଠାରୁ ଏକ ଲକ୍ଷ ୪୦ ହଜାର ଟଙ୍କା ଏବଂ ୬୦ ପ୍ୟାକେଟ୍ ପାନ୍ ମସଲା ନେଇଯିବା ଘଟଣାରେ ୪ଜଣଙ୍କୁ ଗିରଫ କରିଛି ଗଞ୍ଜାମ ଜିଲାର ଛତ୍ରପୁର ଥାନା ପୋଲିସ। ଗିରଫମାନେ ହେଲେ ବ୍ରହ୍ମପୁର ମୀନାକ୍ଷିନଗରର ସୀମାଞ୍ଚଳ ପଣ୍ଡା(୫୮), ଛତ୍ରପୁର ବଜରଙ୍ଗୀ ନଗରର ସୁଶାନ୍ତ କୁମାର ଦଳାଇ(୩୫) ଏବଂ ଟି.ଗୋପାଳ ରାଓ ଓ ଛତ୍ରପୁର ବ୍ୟାଙ୍କ କଲୋନୀର ଦେବାଶିଷ ପଟ୍ଟନାୟକ(୩୦)। ପୋଲିସ ଏମାନଙ୍କ ଠାରୁ ୬୦ ପ୍ୟାକେଟ୍ ଡିଲକ୍ସ ପାନ ମସଲା, ଏକ ଲକ୍ଷ ୪୦ ହଜାର ଟଙ୍କା, ୫ଟି ମୋବାଇଲ୍ ଫୋନ୍, ଗୋଟିଏ ହ୍ୟୁଣ୍ଡାଇ କ୍ରେଟା କାର୍ ଏବଂ ଗୋଟିଏ ହ୍ୟୁଣ୍ଡାଇ ଆଇ-୨୦ କାର୍କୁ ଜବତ କରିଛି।
ଛତ୍ରପୁର ଥାନା ପରିସରରେ ସୋମବାର ଗଞ୍ଜାମ ଅତିରିକ୍ତ ଏସ୍ପି ପି.କେ. ଦଳାଇ ଏବଂ ଛତ୍ରପୁର ଭାରପ୍ରାପ୍ତ ଏସଡିପିଓ ଅଜୟ ମିଶ୍ରଙ୍କ ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣା ସଂପର୍କରେ ସୂଚନା ଦିଆଯାଇଛି। କଲିକତା ଠାରୁ ଆନ୍ଧ୍ରପ୍ରଦେଶରୁ ଗୋଟିଏ ଟ୍ରକ୍(ଏପି୩୭ଟିଇ୮୬୯୯)ରେ ଚାଉଳ ଏବଂ ଡିଲକ୍ସ ପାନ୍ ମସଲା ପରିବହନ ହେଉଥିଲା। ଗତ ୨୧ ତାରିଖ ଅପରାହ୍ନ ୪ଟା ସମୟରେ ଛତ୍ରପୁରର ଉଜ୍ଜଳେଶ୍ବର ମନ୍ଦିର ପାଖରେ ଏହି ଟ୍ରକ୍କୁ ଅଭିଯୁକ୍ତମାନେ ଅଟକାଇଥିଲେ। ଚାଳକ ଏମ୍.ରମେଶଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଅଭିଯୁକ୍ତମାନେ ନିଜକୁ ଜିଏସ୍ଟି ବିଭାଗର ଅଧିକାରୀ ବୋଲି ପରିଚୟ ଦେଇଥିଲେ। ରମେଶଙ୍କୁ ୫ ଲକ୍ଷ ଟଙ୍କା ଦେବାକୁ ଧମକ ଦେଇଥିଲେ। କିନ୍ତୁ ରମେଶଙ୍କ ପାଖରେ ଏତେ ଟଙ୍କା ନଥିବା ଯୋଗୁ ସେ ଏନେଇ ତାଙ୍କ ମାଲିକଙ୍କୁ ଫୋନ୍ରେ ଜଣାଇଥିଲେ। ମାଲିକଙ୍କ ତରଫରୁ ଅଭିଯୁକ୍ତଙ୍କ ଆକାଉଣ୍ଟକୁ ଏକ ଲକ୍ଷ ୪୦ ହଜାର ଟଙ୍କା ପଠାଯାଇଥିଲା। ତେବେ ଅଭିଯୁକ୍ତମାନେ ଯିବା ସମୟରେ ୬୦ ପ୍ୟାକେଟ୍ ପାନ୍ ମସଲା ମଧ୍ୟ ଟ୍ରକ୍ରୁ ନେଇଯାଇଥିଲେ। ଏନେଇ ଚାଳକ ରମେଶଙ୍କ ତରଫରୁ ଛତ୍ରପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗ ମିଳିବା ପରେ ପୋଲିସ ତରଫରୁ ତଦନ୍ତ କରାଯାଇଥିଲା। ବିଭିନ୍ନ ସ୍ଥାନରେ ଚଢ଼ଉ ପରେ ସୋମବାର ସମସ୍ତ ୪ଜଣ ଅଭିଯୁକ୍ତଙ୍କୁ ଧରାଯାଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।
BREAKING NEWS
- ଲୋୟର ପିଏମଜିରେ ହଙ୍ଗାମା; ଗିରଫ ସଂଖ୍ୟା ୧୧୩କୁ ବୃଦ୍ଧି
- କଟକରୁ ୭୦ କୁଇଣ୍ଟାଲର ନକଲି ପନିର ଜବତ
- Homi Bhabha Cancer Hospital:ଜଟଣୀରେ କ୍ୟାନସର ହସ୍ପିଟାଲ ନିର୍ମାଣ ପାଇଁ ଅତିରିକ୍ତ ଅର୍ଥ ଯୋଗାଇବେ ରାଜ୍ୟ ସରକାର;ପୂର୍ବ ଭାରତର ରୋଗୀ ହେବେ ଉପକୃତ
- Jharsuguda–Bhubaneswar Flights: ଝାରସୁଗୁଡ଼ାରୁ ଭୁବନେଶ୍ୱର-ହାଇଦ୍ରାବାଦକୁ ବିମାନ ସେବା ଏହି ତାରିଖ ଯାଏଁ ବନ୍ଦ…ଜାଣନ୍ତୁ କାରଣ
- ହାତୀ କଙ୍କାଳ ଉଦ୍ଧାର ଘଟଣା:୨ ଦାନ୍ତ ଜବତ,୪ ଅଭିଯୁକ୍ତ ଗିରଫ
- ଦ୍ୱିତୀୟ ବନ୍ୟାରେ ବେହାଲ ବଡ଼ଚଣା;ପାନୀୟ ଜଳ ପାଇଁ ହାହାକାର,ରନ୍ଧା ଖାଦ୍ୟ ଦିଆଯାଉ ନଥିବା ଅଭିଯୋଗ
- MMDR ବିଲକୁ ବିରୋଧୀଙ୍କ ବିରୋଧ: ଜବାବ ରଖିଲେ ଖଣିମନ୍ତ୍ରୀ
- ୟୁ.ଏସ୍. ଓପନ୍: ୪୬ ବର୍ଷୀୟା ଭେନସଙ୍କୁ ୱାଇଲ୍ଡ କାର୍ଡ; ସେରେନାଙ୍କ ପାଇଁ ଗୋଟିଏ ସ୍ଥାନ ସଂରକ୍ଷିତ !
- Dowry-free Odisha:’ଯୌତୁକ ମୁକ୍ତ ଓଡ଼ିଶା ଏବଂ ଘରୋଇ ହିଂସାମୁକ୍ତ ଘର ଗଠନ ସରକାରଙ୍କ ଲକ୍ଷ୍ୟ’
- ମାଷ୍ଟରକ୍ୟାଣ୍ଟିନ୍ ଛକରେ ଲଙ୍କାକାଣ୍ଡ: ୪୦୦ରୁ ଅଧିକ ଅଟୋର ପରମିଟ୍ ରଦ୍ଦ ପାଇଁ ପ୍ରକ୍ରିୟା ଆରମ୍ଭ

Comments are closed.