Latest Odisha News

BREAKING NEWS

ଜନବସତି ମୁହାଁ ହାତୀପଲ, ଫସଲ ନଷ୍ଟ ସହ ଭାଙ୍ଗୁଛନ୍ତି ଘରଦ୍ୱାର

ରାୟଗଡ଼ା/କାମାକ୍ଷାନଗର: ହାତୀ ମାତିଛି । ଫସଲ ନଷ୍ଟ କରିବା ସହ ଘରଦ୍ୱାର ଭାଙ୍ଗୁଛି । ମଣିଷକୁ କଚାଡ଼ି ମାରି ଦେଉଛି । ଉପକୂଳରୁ ଉପାନ୍ତ ସବୁଠି ହାତୀ ଆତଙ୍କ ଦେଖିବାକୁ ମିଳୁଛି । ଜଙ୍ଗଲ ଛାଡ଼ି ହାତୀ ଜନବସତି ଆଡ଼କୁ ମାଡ଼ି ଆସୁଛନ୍ତି । ରାୟଗଡ଼ା ଜିଲ୍ଲା ଗୁଣପୁର ସହର ଠାରୁ ମାତ୍ର ୨ କିଲୋମିଟର ଦୂରରେ ବୁଲୁଛନ୍ତି ହାତୀପଲ । ଚାଷ ଜମିରେ ଫସଲ ନଷ୍ଟ କରି ଦେଇଥିବା ବେଳେ ଭୟଭୀତ ହୋଇ ପଡ଼ିଛନ୍ତି ଲୋକ । ହାତୀପଲକୁ ଘଉଡ଼ାଇବାକୁ ବନ ବିଭାଗ ଉଦ୍ୟମ କରୁଛି ।

BjdElectrycity

ସେପଟେ ଢେଙ୍କାନାଳ ଜିଲ୍ଲାରେ ବି ହାତୀପଲର ଉପଦ୍ରବ ଲାଗି ରହିଛି । ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଚାନ୍ଦପୁର ଗାଁରେ ହାତୀପଲ ଉତ୍ପାତ ମଚାଇଛନ୍ତି । ଗାଁର ମଞ୍ଜୁଲତା ନାଏକଙ୍କ ଦୁଇ ବଖରା ଘର ସହ ଲକ୍ଷାଧିକ ଟଙ୍କାର ଆସବାବପତ୍ର, ଧାନ, ଚାଉଳ ଆଦି ହାତୀପଲ ନଷ୍ଟ କରି ଦେଇଥିବା ବେଳେ ଅଳ୍ପକେ ବଞ୍ଚି ଯାଇଛି ପରିବାର । ରାତିରେ ଖାଇ ସାରି ଶୋଇବା ପରେ ହାତୀପଲ ଆସି ଭଙ୍ଗାରୁଜା କରିଥିଲେ ।

ମଣିଷ ଜଙ୍ଗଲ ନଷ୍ଟ କରୁଥିବା ବେଳେ ହାତୀପଲ ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହେଉଛନ୍ତି । ଏବେଠୁ ସାବଧାନ ନ ହେଲେ ନେଡ଼ି ଗୁଡ଼ କହୁଣୀକୁ ବହିଯିବା ଥୟ ।

Leave A Reply

Your email address will not be published.