ଅହମଦାବାଦ: ଅସୁସ୍ଥ ହୋଇପଡ଼ିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ । ତାଙ୍କୁ ତୁରନ୍ତ ଅହମଦାବାଦର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସକାଳୁ ସକାଳୁ ୯୯ ବର୍ଷୀୟ ହୀରାବେନଙ୍କ ଶ୍ୱାସକ୍ରିୟାରେ ସମସ୍ୟା ଦେଖା ଦେଇଥିଲା । ସାଙ୍ଗେ ସାଙ୍ଗେ ତାଙ୍କୁ ୟୁଏନ ମେହତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।
ହୀରାବେନଙ୍କ ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ସୂଚନା ପାଇ ବିଜେପିର ଗୁଜରାଟ ବିଧାୟକ ଦର୍ଶନବେନ ବାଘେଲା ଓ କୌଶିକ ଜୈନ ସେଠାରେ ପହଞ୍ଚିଛନ୍ତି। ଖବର ପାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମା’ଙ୍କୁ ଦେଖିବା ପାଇଁ ଅହମଦାବାଦ ବାହାରି ଯାଇଛନ୍ତି ।
ଅନ୍ୟପକ୍ଷେ ଖବର ଶୁଣି କଂଗ୍ରେସ ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ସାଂସଦ ରାହୁଲ ଗାନ୍ଧି ଟୁଇଟ କରି ହୀରାବେନଙ୍କ ତୁରନ୍ତ ଆରୋଗ୍ୟ କାମନା କରିଛନ୍ତି । ରାହୁଲ ଏକ ଟୁଇଟ କରି କହିଛନ୍ତି, ମା’-ପୁଅଙ୍କ ମଧ୍ୟରେ ଥିବା ଭଲ ପାଇବା ଅତୁଳନୀୟ, ଅର୍ମୂଲ୍ୟ । ମୋଦିଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, ଏପରି ସମୟରେ ମୋର ଶ୍ରଦ୍ଧା ଏବଂ ସମର୍ଥନ ଆପଣଙ୍କ ସହ ଅଛି ।
एक मां और बेटे के बीच का प्यार अनन्त और अनमोल होता है।
मोदी जी, इस कठिन समय में मेरा प्यार और समर्थन आपके साथ है। मैं आशा करता हूं आपकी माताजी जल्द से जल्द स्वस्थ हो जाएं।
— Rahul Gandhi (@RahulGandhi) December 28, 2022
Comments are closed.