Latest Odisha News

ସୋସିଆଲ ମିଡିଆର ଚର୍ଚ୍ଚିତ ଚେହେରା ଲୀନା କଲେ ଆତ୍ମହତ୍ୟା

ରାୟପୁର: ସୋସିଆଲ ମିଡିଆ ମାଧ୍ୟମରେ ଚର୍ଚ୍ଚିତ ହେବା ପରେ ଅନେକ ଯୁବକ, ଯୁବତୀ ଆତ୍ମହତ୍ୟା କରୁଥିବା ଖବର ହସ୍ତଗତ ହେଉଛି । ଏହି ତାଲିକାରେ ଯୋଡି ହୋଇଛନ୍ତି ରାୟପୁରର ୨୩ ବର୍ଷୀୟର ଲୀନା ନାଗବଂଶୀ । ସେ ତାଙ୍କ ଛାତ ଉପରେ ବେକରେ ଓଢ଼ଣୀ ଲଗାଇ ଝୁଲି ପଡିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆ ଯାଇଥିଲେ ମଧ୍ୟ ବଂଚାଇବା ସମ୍ଭବପର ହୋଇ ନ ଥିଲା । ଲୀନା ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଛାଡିଥାନ୍ତି । ଇନଷ୍ଟାଗ୍ରାମରେ ତାଙ୍କ ଫଲୋର୍ସ ସଂଖ୍ୟା ମଧ୍ୟ କମ ନ ଥିଲା । ତେବେ ସେ ହଠାତ କାହିଁକି ଆତ୍ମହତ୍ୟା କଲେ ତାହା ବୁଝା ପଡୁ ନାହିଁ । ଡିସେମ୍ବର ୨୫ରେ ସେ ତାଙ୍କର ଶେଷ ଭିଡିଓ ଛାଡିଥିଲେ । ଘରେ କେହି ନ ଥିବା ବେଳେ ସେ ଛାତ ଉପରକୁ ଯାଇଥିଲେ ।

୩୦ ମିନିଟ ପରେ ମାଆ ଘରକୁ ଫେରିବା ପରେ ଝିଅକୁ ନ ପାଇ ଖୋଜାଖୋଜି କରିଥିଲେ । ଛାତ ଉପରେ ଝିଅକୁ ଝୁଲୁଥିବା ଅବସ୍ଥ୍‌ାରେ ଦେଖିବା ପରେ ସେ ତୁରନ୍ତ ଡାକ୍ତରଖାନା ନେଇବାର ବ୍ୟବସ୍ଥା କରିଥିଲେ । ପୋଲିସ ଏବେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସ୍ଥିତି ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି । ତାଙ୍କ ମୋବାଇଲ ପୋଲିସ ଜବତ କରିଛି ।

Leave A Reply

Your email address will not be published.