ନୂଆଦିଲ୍ଲୀ : ମାଆ ହୀରାବେନ୍ ଚାଲିଗଲେ ଆରପାରିକୁ। ଏକ ଶତାବ୍ଦୀର ଈଶ୍ୱରଙ୍କ ପାଦତଳେ ନତମସ୍ତକ । ମାଆ ଥିଲେ ସରଳ ଓ ଅସାଧାରଣ। ମାଆ ହୀରାବେନଙ୍କ ଦେହାନ୍ତ ପରେ ଭାବାବେଗଭରା ଟ୍ୱିଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ହୀରାବେନଙ୍କ ୧୦୦ତମ ଜନ୍ମଦିନରେ ଭେଟିଥିଲେ ମୋଦୀ। ତାଙ୍କୁ ସେତେବେଳେ ମାଆ କହିଥିଲେ, ‘କାମ କରୋ ବୁଦ୍ଧି ସେ ଔର୍ ଜୀବନ ଜିଓ ବୁଦ୍ଧି ସେ’ । ଶାନଦାର ଶତାବ୍ଦୀର ଈଶ୍ୱରଙ୍କ ପାଦରେ ବିରାମ ବୋଲି ମୋଦୀ ତାଙ୍କ ଟ୍ୱିଟରେ ଉଲ୍ଲେଖ କରିଛନ୍ତି। ଜଣେ ତପସ୍ୱୀ, କର୍ମଯୋଗୀ ଓ ପ୍ରତିବଦ୍ଧ ଥିଲେ ମାଆ। ତାଙ୍କର ପ୍ରତିଟି କଥାକୁ ସେ ମନେ ରଖିବେ ବୋଲି କହିଛନ୍ତି ମୋଦୀ।
शानदार शताब्दी का ईश्वर चरणों में विराम… मां में मैंने हमेशा उस त्रिमूर्ति की अनुभूति की है, जिसमें एक तपस्वी की यात्रा, निष्काम कर्मयोगी का प्रतीक और मूल्यों के प्रति प्रतिबद्ध जीवन समाहित रहा है। pic.twitter.com/yE5xwRogJi
— Narendra Modi (@narendramodi) December 30, 2022
ସାରା ଦେଶରେ ଶୋକର ଲହରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରବେନଙ୍କ ଦେହାନ୍ତ ପରେ ଦେଶରେ ଶୋକର ଲହରୀ ଖେଳିଯାଇଛି। ଜଣେ ସାଧାରଣ ମଣିଷରୁ ପ୍ରଧାନମନ୍ତ୍ରୀ ହୋଇପାରିଥିବା ଭଳି ପୁଅ ହେଉଛନ୍ତି ମୋଦୀ। ତାଙ୍କର ଲୋକପ୍ରିୟତା ଯେତିକି ତାଙ୍କୁ ଜନ୍ମ ଦେଇଥିବା ୧୦୦ ବର୍ଷୀୟା ମାଆଙ୍କୁ ବି ଦେଶବାସୀ ସେତିକି ସମ୍ମାନ ଦେଇଛନ୍ତି। ତେଣୁ ହୀରାବେନଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇଛନ୍ତି ଦେଶବାସୀ।
Comments are closed.