ଶିତଦିନେ ଟିକିଏ ଆମକୁ ଆମ ଶରୀର ପ୍ରତି ଅଧିକ ଧ୍ୟାନ ଦେବାକୁ ପଡ଼ିଥାଏ । ସେଥିପାଇଁ ଆମକୁ ସବୁଜ ପନିପରିବା ଖାଇବା ନିହାତି ଆବଶ୍ୟକ । ବିଶେଷ କରି ଶାଗ ଖାଇବା ନିହାତି ଦରକାର । ତେବେ ସବୁ ଶାଗ ମଧ୍ୟରେ ମେଥି ଶାଗ ଅନ୍ୟତମ । ମେଥିରେ ବହୁ ଔଷଧୀୟ ଗୁଣ ଭରି ରହିଥାଏ । ମେଥି ଶାଗରେ ପୋଟାସିୟମ, କ୍ୟାଲସିୟମ, ଲୌହ, ସେଲେନିୟମ, କପର୍ ଆଦି ପ୍ରଚୁର ପରିମାଣରେ ରହିଛି । ତେଣୁ ମେଥି ଶାଗ ଖାଇଲେ କୋଲେଷ୍ଟ୍ରୋଲ୍ ମାତ୍ରା କମ୍ ହୋଇଥାଏ । ସୁସ୍ଥ ରହିବାକୁ ହେଲେ ପ୍ରତିଦିନ ମେଥିଶାଗ ଖାଦ୍ୟରେ ସାମିଲ କରିବା ନିହାତି ଜରୁରୀ।
– ମେଥି ଶାଗ ଗଣ୍ଠି ଜନିତ ରୋଗ ପାଇଁ ଲାଭଦାୟକ ଅଟେ । ଯେଉଁମାନଙ୍କର ଗଣ୍ଠି ରୋଗ ରହିଛି ସେମାନେ ପ୍ରତିଦିନ ମେଥି ଶାଗ ଖାଇବା ଉଚିତ ।
– ମଧୁମେହ ରୋଗୀଙ୍କ ପାଇଁ ମେଥି ଶାଗ ବହୁତ ଲାଭଦାୟକ ଏଥିରେ ଏମିନୋ ଏସିଡ ରହିଛି ଯାହାକି ଇନସୁଲିନର ଉତ୍ପାଦନକୁ ବୃଦ୍ଧି କରିଥାଏ । ମେଥିରେ ଥିବା ଫାଇବର ବ୍ଲଡ଼ ସୁଗରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।
-ଶରୀରରେ କୋଲେଷ୍ଟ୍ରୋଲ ମାତ୍ରା କମ କରିବାରେ ମେଥି ବହୁତ ଲାଭଦାୟକ ହୋଇଥାଏ । ମେଥି ଶାଗ ବଢିଥିବା କୋଲେଷ୍ଟ୍ରଲ ଆପଣଙ୍କ ସ୍ୱାସ୍ଥ୍ୟପାଇଁ ଅତ୍ୟନ୍ତ କ୍ଷତିକାରକ ଅଟେ । ମେଥି ପତ୍ରରେ ଅନେକ ଶକ୍ତିଶାଳୀ ଗୁଣ ରହିଛି ,ଯାହା କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଶରୀରରୁ ଖରାପ କୋଲେଷ୍ଟ୍ରଲକୁ ହଟାଇ ଭଲ କୋଲେଷ୍ଟ୍ରଲକୁ ସ୍ଥାପନ କରିବା ପାଇଁ ଶୀତଦିନେ ନିଜ ଖାଦ୍ୟରେ ମେଥି ସାମିଲ କରନ୍ତୁ ।
-ମେଥି ଶାଗ ହୃଦୟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ଏଥିରେ ପୋଟାସିୟମ ରହିଛି ଯାହାକି ରକ୍ତ ସଞ୍ଚାଳନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ତେଣୁ ମେଥି ଶାଗ ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ।
Comments are closed.