Latest Odisha News

ପକ୍ଷୀ କଲା ବିଶ୍ୱ ରେକର୍ଡ; ଆଲାସ୍କାରୁ ଉଡିଲା ତାସମାନିଆ

ଭୁବନେଶ୍ୱର:ପକ୍ଷୀର ରେକର୍ଡ ନିଶା । ପକ୍ଷୀ ହେଲେ କ’ଣ ହେଲା ଜିଦ୍ଦି କମ ନୁହେଁ । ମଣିଷ ସାଙ୍ଗରେ ଯେମିତି ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅଣ୍ଟା ଭିଡିଛି । ଲଢୁଆ ମନରେ ତାର ପ୍ରଶ୍ନ – ତମେ କରିବ ବିଶ୍ୱ ରେକର୍ଡ । ଆମେ କାହିଁକି ପାରିବୁନି । ସେଥିପାଇଁ କରିଛି ଏ ବିଶ୍ୱ ରେକର୍ଡ ।  ୧୧ ଦିନରେ କରିଛି ୧୩, ୫୬୦ କିମି ଯାତ୍ରା । ଲଗାତାର ଉଡି ଚାଲିଛି । ରେକର୍ଡ ପାଇଁ ଭୁଲି ଯାଇଥିଲା ଖାଇବା, ଶୋଇବା । ବିନା ବ୍ରେକରେ ଏତେ ବାଟ ଆଜିଯାଏ କୌଣସି ପକ୍ଷୀ ଉଡି ପାରିନାହାନ୍ତି ।

ବିଶ୍ୱ ରେକର୍ଡ କରିଥିବା ଏିହ ପକ୍ଷୀ ହେଉଛି ବାର ଟେଲଡ ଗଡୱିଟ ।ଗଡୱିଟ ଆଲାସ୍କାରୁ ଅଷ୍ଟ୍ରେଲିଆର ତାସମାନିଆ ପର୍ଯ୍ୟନ୍ତ ଏହି ଲମ୍ବାଯାତ୍ରା ବିନା ବ୍ରେକରେ କରିଛି । ବାଟରେ କୌଣସି ଜାଗାରେ ସେ ଅଟକି ନାହିଁ । ଏପରିକି ଖାଦ୍ୟ ବି ଗ୍ରହଣ କରିନାହିଁ । ଗତ ଅକ୍ଟୋବର ୧୩ ତାରିଖରୁ ଉଡାଣ ଆରମ୍ଭ କରିଥିଲା ଗଡୱିଟ । ୧୨  ଦିନ ପରେ ଅର୍ଥାତ ଅକ୍ଟୋବର ୨୫ରେ ପହଞ୍ଚିଥିଲା ଅଷ୍ଟ୍ରେଲିଆରେ ।

ଆପଣ ଭାବୁଥିବେ କିଏ ଏହାର ଉଡାଣ ଦେଖିଥିଲା ? କିଏ ଏହାର ବିଶ୍ୱ ରେକର୍ଡ ଯାଞ୍ଚ କରିଥିଲା ? କଥା ହେଉଛି, ୫ଜି ସାଟେଲାଇଟ ଟ୍ୟାଗ ଉକ୍ତ ପକ୍ଷୀ ଦେହରେ ଲଗାଯାଇ ଏହାର ଉଡାଣ ଉପରେ ନଜର ରଖାଯାଇଥିଲା । ପକ୍ଷୀଟି ଓସିନିଆ, ନ୍ୟୁ କେଲଡୋନଆ ଦ୍ୱୀପର ଆକାଶମାର୍ଗ ଦେଇ ତସମାନିଆରେ ପହଞ୍ଚିଛି ।

ଏକଥା ସତ ଯେ, ଅନ୍ୟମାନଙ୍କ ତୁଳନାରେ ବାର ଟେଲଡ ଗଡୱିଟ ଦୀର୍ଘପଥ ଏକକାଳୀନ ଉଡିପାରେ । ୨୦୨୦ ଏହି ପ୍ରଜାତିର ଏକ ପକ୍ଷୀ ୧୨ ହଜାର କିମି ଦୂରତା ୧୧ ଦିନରେ ଯାତ୍ରା କରିଥିଲା । ସେହିପରି ୨୦୨୧ ଅନ୍ୟ ଏକ ଗଡୱିଟ ୧୩, ୦୫୦ କିମି ରାସ୍ତା ବିନା ରହଣୀରେ ଅତିକ୍ରମ କରିଥିଲା ।

Comments are closed.