Latest Odisha News

BREAKING NEWS

ଆସନ୍ତା ୪ ଦିନ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା: ପାଣିପାଗ ବିଭାଗ

ଭୁବନେଶ୍ୱର: ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ ଜୁଲାଇ ୨୬ ତାରିଖରେ ଏକ ଲଘୁଚାପର ଆଶଙ୍କା ରହିଥିବା ଯୋଗୁଁ ଆଗାମୀ ୪ ଦିନ ଧରି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବୃଷ୍ଟିପାତର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ଏକ ଆଲର୍ଟ ଜାରି ହୋଇଛି ।

ଜୁଲାଇ ୨୫ ସକାଳ ପର୍ଯ୍ୟନ୍ତ ଯେଉଁ ସ୍ଥାନମାନଙ୍କରେ ବର୍ଷା ସମ୍ଭାବନା:

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ରାୟଗଡ଼ା, କନ୍ଧମାଳ, ବଲାଙ୍ଗୀର, ବରଗଡ଼, ସମ୍ବଲପୁର, କେଉଁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ।

ଜୁଲାଇ ୨୫ ଓ ଜୁଲାଇ ୨୬ ତାରିଖରେ ବୃଷ୍ଟିପାତ:

କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କେଉଁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ବାଲେଶ୍ୱର ଏବଂ ଭଦ୍ରକ

ଜୁଲାଇ ୨୬ ଓ ଜୁଲାଇ ୨୭ ତାରିଖରେ ବର୍ଷା:

ପ୍ରବଳରୁ ଅତି ପ୍ରବଳ ଏହିସବୁ ଜିଲ୍ଲାମାନଙ୍କରେ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଆଇଏମଡ଼ି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସେହି ଜିଲ୍ଲାଗୁଡ଼ିକ ହେଲା – କୋରାପୁଟ, କନ୍ଧମାଳ, କଳାହାଣ୍ଡି, ସୁନ୍ଦରଗଡ଼, କେଉଁଝର, ମୟୂରଭଞ୍ଜ, ଅନୁଗୁଳ, ଦେଓଗଡ଼ ଏବଂ ସମ୍ବଲପୁର । ସେହିପରି ଲଗାଣ ବର୍ଷା ଯେଉଁସବୁ ସ୍ଥାନମାନଙ୍କରେ ହେବାର ସମ୍ଭାବନା ରହିଛି ସେହିସବୁ ଜିଲ୍ଲାଗୁଡ଼ିକ ହେଲା – କଟକ, ଢେଙ୍କାନାଳ, ଝାରସୁଗୁଡ଼ା, ଗଜପତି, ଗଞ୍ଜାମ, ବୌଦ୍ଧ, ସୋନପୁର, ବରଗଡ଼, ନବରଙ୍ଗପୁର, ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲ୍ଲା ।

ଜୁଲାଇ ୨୭ ଏବଂ ଜୁଲାଇ ୨୮ ତାରିଖରେ ବର୍ଷା:

୍ଣସେହିପରି ଭାବେ ପାଣିପାଗ ବିଭାଗ ପକ୍ଷରୁ ଏହି ଦିନ ମାନଙ୍କରେ ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର ଏବଂ ବରଗଡ଼ ପରି ଜିଲ୍ଲାମାନଙ୍କରେ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି । ଏପରିକି ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ କୋରାପୁଟ ଜିଲ୍ଲାମାନଙ୍କରେ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ।

ବଙ୍ଗୋପସାଗରର ମଧ୍ୟ ପଶ୍ଚିମ ଉପକୂଳ ଏବଂ ଉତ୍ତରପଶ୍ଚିମ ତଟବର୍ତ୍ତୀ ଓଡ଼ିଶାରେ ରହିଥିବା ମତ୍ସଜୀବୀମାନଙ୍କୁ ସତର୍କ ସୂଚନା ଦେଇ ପାଣିପାଗ ବିଭାଗ ଜୁଲାଇ ୨୭ ଓ ୨୮ ତାରିଖ ଦିନ ସମୂଦ୍ରକୁ ନଯିବାକୁ ପରାମର୍ଶ ଦେଇଛନ୍ତି । ଯେଉଁମାନେ ଗଭୀର ସମୂଦ୍ରକୁ ମାଛମାରିବାକୁ ଯାଇଛନ୍ତି ସେମାନେ ୨୬ ଜୁଲାଇ ସୁଦ୍ଧା ଫେରିବାକୁ ପରାମର୍ଶ ଦେଇଛନ୍ତି ପାଣିପାଗ କର୍ତ୍ତୃପକ୍ଷ ।

Leave A Reply

Your email address will not be published.