ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ହୁକା: ହୁଂକା= ହୁଙ୍କା
ସଖା: ସଂଖ୍ୟା= ସଙ୍ଖ୍ୟା
ବଗ: ବଂଗ= ବଙ୍ଗ
ଢଗ: ଢଂଗ= ଢଙ୍ଗ
ଅଚଳ: ଅଂଚଳ= ଅଞ୍ଚଳ
ବଛା: ବାଂଛା= ବାଞ୍ଛା
ଗଜା: ଗଂଜା= ଗଞ୍ଜା
ପଜା: ପଂଝା= ପଞ୍ଝା
ଅଟା: ଅଂଟା= ଅଣ୍ଟା
କଠା: କୁଂଠା= କୁଣ୍ଠା
ଖଡ଼ା: ଖଂଡା= ଖଣ୍ଡା
ଶଢ଼ା: ଶଂଢା= ଶଣ୍ଢା
ଚିତା: ଚିଂତା= ଚିନ୍ତା
କଥା: କଂଥା= କନ୍ଥା
ନିଦା: ନିଂଦା= ନିନ୍ଦା
ବିଧା: ବିଂଧା= ବିନ୍ଧା
ତପ: ତଂପ= ତମ୍ପ
ବାପ: ବାଂଫ= ବାମ୍ଫ
ଲବ: ଲଂବ= ଲମ୍ବ
ଗଭୀର: ଗଂଭୀର= ଗମ୍ଭୀର
——————————
ବ ଓ ଧ ମଧ୍ୟେ ଶୂନ୍ ଚିହ୍ନ
ବଂଧ କରୁଛି ଦୃଶ୍ୟମାନ
ବନ୍ଧ ଏହାର ଉଚ୍ଚାରଣ
ନ୍ଧ ଲେଖା ଅସ୍ପଷ୍ଟ, କଠିନ
ଅନ୍ୟ ଯୁକ୍ତାକ୍ଷର ସେପରି
ପାରଂତି ଅନ୍ୟ ରୂପ ଧରି
ଏ ସବୁ କରିଲେ ସ୍ବୀକାର
ସ୍ବଭାଷା ହେବ ଅଗ୍ରସର
ଯାହା ବି ସହଜ ସରଳ
ତାହା ଲେଖିଲେ ଛାତ୍ରକୁଳ
ଭାଷା ପାରିବ ଶୀଘ୍ର ବ୍ୟାପି
କେହି ନ ଡରିବେ କଦାପି
ଥିଲେ ହେଁ ସରଳ ଉପାୟ
ଲୋକେ ମିଛେ କରଂତି ଭୟ
କେବଳ ପୂର୍ବ ରୀତି ମାନି
କରିଚାଲିଛୁଁ ନିଜ ହାନି
ଏହି ଶବ୍ଦଗୁଡ଼ିକୁ ଦେଖି
ପିଲା ମଜାରେ ସବୁ ଶିଖି
ହସି, ଖେଳି ଆଂକିବ ଶବ୍ଦ
ସ୍ବଭାଷା ହେବ ନିରାପଦ
Comments are closed.