ରାଜସ୍ଥାନ : ବାହାରକୁ ଦେଖିଲେ ଗଛ । କିନ୍ତୁ ଭିତରେ ଲୋକଙ୍କ ରହିବା ପାଇଁ ପ୍ରଚୁର ସୁବିଧା ରହିଛି । କଥାଟା ହୁଏତ ଆପଣଙ୍କୁ ଅଡ଼ୁଆ ଲାଗିପାରେ । ଏହା କିନ୍ତୁ ବାସ୍ତବ । ୮୭ ବର୍ଷର ପୁରୁଣା ଆମ୍ବ ଗଛ ଉପରେ ଏମିତି ଏକ ୪ ମହଲା ବିଶିଷ୍ଠ ଆଲିଶାନ ଘର ନିର୍ମାଣ କରିଛନ୍ତି ରାଜସ୍ଥାନର ଜଣେ ସିଭିଲି ଇଞ୍ଜିନିୟର । ତାଙ୍କର ଏଭଳି ଉଦ୍ୟମ ପାଇଁ ଲିମ୍କା ବୁକ୍ ଅଫ ରେକର୍ଡ଼ସ୍ରେ ସ୍ଥାନ ପାଇଛି ଏହି ଘର ।
ରାଜସ୍ଥାନ ଉଦୟପୁରର ଇଂ କେ.କେ. ସିଂହ । ତାଙ୍କର ସ୍ୱପ୍ନ ଥିଲା ଏକ ଆଲିଶାନ ଘର ନିର୍ମାଣ କରିବା । କିନ୍ତୁ ତାହା ମାଟି ଉପରେ ନୁହେଁ ବିରାଟକାୟ ଆମ୍ବ ଗଛ ଉପରେ । ନିଜର ଏହି ନିଆରା ସ୍ୱପ୍ନକୁ ପୁରା କରିବା ପାଇଁ ସେ ଫୁଲ ଦମ୍ରେ ଲାଗି ପଡ଼ିଥିଲେ । ନିଜ ଘର ପାଖରେ ଥିବା ପ୍ରାୟ ୮୭ ବର୍ଷର ପୁରୁଣା ଏକ ଆମ୍ବ ଗଛରେ ଘର ତିଆରି କାର୍ଯ୍ୟ ଆରମ୍ଭ କଲେ । ଏହାଦେଖି ପାଖ ପଡ଼ୋଶୀ ଓ ସମ୍ପର୍କୀୟମାନେ ତାଙ୍କର ଏହି ଉଦ୍ୟମ ପାଇଁ ଥଟା କଲେ । ତାଙ୍କୁ ଉତ୍ସାହିତ କରିବା ବଦଳରେ ଏଭଳି ଏକ ଘରର ସ୍ୱପ୍ନ କେବେ ବି ପୂରଣ ହେବ ନାହିଁ ବୋଲି ଟିପ୍ଣୀ ମଧ୍ୟ ରଖୁଥିଲେ । ଲୋକଙ୍କଠାରୁ ବିଭିନ୍ନ କଥା ଶୁଣିଥିଲେ ମଧ୍ୟ ସେ ତାଙ୍କର ସ୍ୱପ୍ନର ଘରକୁ ପୁରା କରିବା ପାଇଁ କାହାରି ଟିପ୍ଣୀ ଉପରେ ଧ୍ୟାନ ଦେଉ ନ ଥିଲେ । ଶେଷରେ ତାଙ୍କର ସ୍ୱପ୍ନର ଆଲିଶନ ବଙ୍ଗଳା ନିର୍ମାଣ ସରିଲା । ଯାହାକୁ ନେଇ ଲୋକଙ୍କ ପାଖରେ ସମାଲୋଚନା କରିବାକୁ ଶବ୍ଦ ବି ନ ଥିଲା ।
ଏହି ଘରେ ରହିଛି ସବୁ ଅତ୍ୟାଧୁନିକ ସୁବିଧାସୁଯୋଗ । ସ୍ଥାନୀୟ ଲୋକଙ୍କ ପାଖରେ ଏହା ହାୱା ମହଲ ଭାବେ ପରିଚିତ । କାରଣ ଏହି ଘର ମାଟିରୁ ୯ ଫୁଟ ଉଚ୍ଚରେ ନିର୍ମାଣ କରାଯାଇଛି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଘର ନିର୍ମାଣ ବେଳେ କେ.କେ ଗଛର କୌଣସି ଡ଼ାଳକୁ କାଟି ନାହାନ୍ତି । ଗଛର ପ୍ରତିଟି ଡ଼ାଳକୁ ବହୁତ ଭଲ ଭାବେ ଉପଯୋଗ କରି ପାରିଛନ୍ତି । ଗଛର ଡ଼ାଳରେ ସେ ଟିଭି ସେଟ୍, ଡ଼ାଇନିଂ ଟେବୁଲ, ଷ୍ଟଡ଼ି ଟେବୁଲ ପ୍ରସ୍ତୁତ କରିଛନ୍ତି । ଗଛର ସବୁ ଶାଖା ଘରର ଝରକା ପଟେ ବାହାରକୁ ରହିଛି । ଏଥିଲାଗି ତାଙ୍କ ନାମ ଲିମ୍କା ବୁକ୍ ଅଫ ରେକର୍ଡ଼ରେ ମଧ୍ୟ ସାମିଲ ହୋଇଛି ।
BREAKING NEWS
- ଟି୨୦ ବିଶ୍ୱକପର ରୋମାଂଚକ ରେକର୍ଡ
- ମୋ ବସର କଣ୍ଡକ୍ଟରଙ୍କୁ ଆକ୍ରମଣ, ଯାତ୍ରୀଙ୍କୁ ଗିରଫ କରିବା ଦାବିରେ ବିକ୍ଷୋଭ ପ୍ରଦର୍ଶନ
- ୪୫ ମିନିଟ ଭିତରେ କୋରାପୁଟରେ ୨୯ ହଜାର ଥର ବଜ୍ରପାତ, କାଳବୈଶାଖୀ ନେଇ ୧୧ ଜିଲ୍ଲାକୁ ସତର୍କ ଘଣ୍ଟି
- ବିବାହ ବନ୍ଧନରେ ଆବଦ୍ଧ ହେଲେ କ୍ରିକେଟର ଭେଙ୍କେଟେଶ ଆୟାର
- ଏକଜିଟ୍ ପୋଲ୍କୁ ଜାଲ୍ କହିଲେ ମମତା, ଟିଭିରେ ଦେଖାଯାଉଥିବା ଆସନ ସଂଖ୍ୟାଠାରୁ ଟିଏମସି ଦୁଇଗୁଣ ଜିତିବ
- ଦେଶରେ ଜାରି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା
- ସାମୁଦ୍ରିକ ଝଡ଼ ‘ରେମାଲ’ର ପ୍ରଭାବ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ
- ଫେଡରରଙ୍କ ରେକର୍ଡ ସହ ସମକକ୍ଷ ହେଲେ ଜୋକୋଭିଚ
- ଜୁନ୍ ୪ରେ ଭୋଟ୍ ଗଣତି ବେଳେ ରାଜ୍ୟରେ ମୁତୟନ ହେବେ ୭୦ କମ୍ପାନୀ ସିଏପିଏଫ
- ଜଳୁଛି ଓଡିଶା, ୪୦ ଉପରେ ୮ ସହର