Latest Odisha News

BREAKING NEWS

ଏସିଆନ୍ ଗେମ୍ସ ପୂର୍ବରୁ ଦୂତି ଚାନ୍ଦଙ୍କୁ ବଡ଼ ଝଟକା, ଡୋପ୍ ଟେଷ୍ଟରେ ଫେଲ୍

ଭୁବନେଶ୍ୱର: ସ୍ପ୍ରିଣ୍ଟର କ୍ୱିନ୍ ଦୂତି ଚାନ୍ଦଙ୍କୁ ବଡ଼ ଝଟକା ଲାଗିଛି । ଡୋପ୍ ଟେଷ୍ଟରେ ଫେଲ୍ ହେବା ପରେ ଦୂତି ଚାନ୍ଦଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି । ଦୂତି ଚାନ୍ଦଙ୍କୁ ସାମୟିକ ଭାବେ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି ।

ରିପୋର୍ଟ ଅନୁସାରେ, ୨୦୨୨ ଡିସେମ୍ବର ୫ ତାରିଖରେ ହୋଇଥିବା ଡୋପ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ଫଳରେ ଦୂତିଙ୍କ ଉପରେ ପ୍ରତିବନ୍ଧକ ଲାଗିଥିବାରୁ ସେ ଚାଇନାରେ ହେବାକୁ ଥିବା ୨୦୨୩ ଏସିଆନ୍ ଗେମ୍ସରେ ଭାଗ ନେଇ ପାରିବେ ନାହିଁ ।

ତେବେ ଏନେଇ ଦୂତିଙ୍କ କହିବା କଥା, ଡୋପ୍ ଟେଷ୍ଟ ରେଜଲ୍ଟ ପଜିଟିଭ୍ ଆସିଥିବା ସେ ଜାଣି ନାହାନ୍ତି । ତଥ୍ୟ ନ ମିଳିବା ପରେ କୌଣସି ପଦକ୍ଷେପ ନେଇ ପାରିବେ ନାହିଁ ବୋଲି କହିଛନ୍ତି ଦୂତି ଚାନ୍ଦ । ୨୦୧୮ ଏସିଆନ୍ ଗେମ୍ସରେ ୨୬ ବର୍ଷୀୟ ଦୂତି ଚାନ୍ଦ ଉଭୟ ୧୦୦ ମିଟର ଓ ୨୦୦ ମିଟର ଦୌଡ଼ରେ ଦ୍ୱିତୀୟ ସ୍ଥାନରେ ରହିଥିଲେ ।

Leave A Reply

Your email address will not be published.