କୋରାପୁଟ: ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ । ତାହା ପୁଣି ସ୍କୁଲ ବ୍ୟାଗ୍ରେ । କିଛି ଯୁବକ ସ୍କୁଲ ବ୍ୟାଗରେ ଗଞ୍ଜେଇ ନେଉଥିବା ବେଳେ ମାଛକୁଣ୍ଡ ପୋଲିସ ହାତରେ ଧରାପଡ଼ିଛନ୍ତି ।
କୋରାପୁଟ ଜିଲା ମାଛକୁଣ୍ଡ ପୋଲିସ ଶନିବାର ପାଟ୍ରୋଲିଂ କରୁଥିଲା । ଏହି ସମୟରେ ମଲେଗାଁ ଛକରେ ୪ ଜଣ ଯୁବକ ସ୍କୁଲ ବ୍ୟାଗ୍ କାନ୍ଧରେ ପକାଇ ବସକୁ ଅପେକ୍ଷା କରିଥିଲେ । ପୋଲିସ ସେମାନଙ୍କୁ ସନ୍ଦେହ କରି ବ୍ୟାଗ୍ ଯାଞ୍ଚ କରିଥିଲା । ପରେ ସେଥିରେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା । ପୋଲିସ ସେମାନଙ୍କଠାରୁ ୨୦ କେଜି ଗଞ୍ଜେଇ ଜବତ କରିବା ସହ ଉକ୍ତ ୪ ଜଣଙ୍କୁ ଗିରଫ କରିଥିଲା । ସେମାନେ ହେଲେ ୟପୁ ଅଞ୍ଚଳର ଅଜିତ ରାମା , ସୋନୁ ରାମ ଏବଂ ବିହାର ଅଞ୍ଚଳର ସନ୍ଦୀପ କଇସବ, ସୁମିତ ମିଶ୍ରା । ପଚରା ଉଚରା ପରେ ସେମାନେ ସ୍ଥାନୀୟ ଯୁବକଙ୍କଠାରୁ ଏହି ଗଞ୍ଜେଇ କିଣିଥିବା କହିଥିଲେ । ପୋଲିସ ସଙ୍ଗେ ସଙ୍ଗେ ଉକ୍ତ ସ୍ଥାନକୁ ଯାଇ ସେଠାରୁ ୩ ଜଣଙ୍କୁ ଗିରଫ କରିଥିଲା । ସେମାନେ ହେଲେ ମାଲେଗାଁ ଗ୍ରାମ ର ମଙ୍ଗଳା ଖିଲ ,ସୁକୁ ଦାର୍ଲି ଏବଂ ଆନ୍ଧ୍ରପ୍ରଦେଶ ମୁଚିମ ପୁଟ ଅଞ୍ଚଳର ବଲରାମ ମୁକି । ଜବତ ଗଞ୍ଜେଇର ମୂଲ୍ୟ ୨ ଲକ୍ଷ ଟଙ୍କା ହେବ । ଏହି ଗଞ୍ଜେଇ ଲମତାପୁଟ ଅଞ୍ଚଳରୁ ବାହାର ରାଜ୍ୟକୁ ଚାଲାଣ ହେଉଥିଲା ବୋଲି ଏସଡ଼ିପିଓ ସଞ୍ଜୟ ମହାପତ୍ର ପ୍ରକାଶ କରିଛି । ଏହି ଚଢାଉ ଲମତାପୁଟ ଫାଣ୍ଡି ଅଧିକାରୀ ଚିତପ୍ରଧାନୀଙ୍କ ନେତୃତ୍ୱ କରାଯାଇଥିଲା ।
BREAKING NEWS
- ଚାରିଦିନିଆ ଓଡ଼ିଶା ଗସ୍ତରେ ବିହାରର କ୍ରୀଡ଼ା ମନ୍ତ୍ରୀ;ଉଚ୍ଚସ୍ତରୀୟ କ୍ରୀଡ଼ା ଭିତ୍ତିଭୂମିର ପରିଚାଳନା ବିଷୟରେ ଜାଣିବା ପାଇଁ…
- Terror attack in J&K:ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ;ଜଣେ ମୃତ, ଅନ୍ୟ ଜଣେ ଆହତ
- କମନୱେଲଥ ଗେମ୍ସରେ ଇତିହାସ ରଚିଲେ ଅସ୍ମିତା ଡେ
- ଇପିଏଫଓ ଆକାଉଣ୍ଟରୁ ଉଡ଼ିଗଲା ୧୯.୩୩ କୋଟି ଟଙ୍କା! ନୋକିଆ କର୍ମଚାରୀଙ୍କ ନାଁରେ CBI ର ଏଫଆଇଆର୍
- Odisha flood:ଏହି ଜିଲ୍ଲାରେ ୫ ଲକ୍ଷ ରୁ ଅଧିକ ଲୋକ ପ୍ରଭାବିତ; ୧ ଲକ୍ଷ ୭୬ ହଜାର ବିପନ୍ନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର
- ଫେରୁଛି ‘ସୁପର୍ ସିକ୍ସ’ ରୋମାଞ୍ଚ: ୨୪ ବର୍ଷ ପରେ ଆଫ୍ରିକା ମାଟିରେ ଖେଳାଯିବ କ୍ରିକେଟ୍ ବିଶ୍ୱକପ୍, ଦେଖିବାକୁ ମିଳିବ ନୂଆ ଅନ୍ଦାଜ
- ବନ୍ୟା ପରିସ୍ଥିତି ଓ ଲଗାଣ ବର୍ଷା: ଆସନ୍ତାକାଲି ଭଦ୍ରକ ଜିଲ୍ଲାରେ ବନ୍ଦ ରହିବ ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି
- ରାମ ଗୋପାଳ ବର୍ମା ଏବଂ ଉର୍ମିଳା ଗୁପ୍ତ ଭାବରେ ମନ୍ଦିରରେ କରିଥିଲେ ବିବାହ! କାହିଁକି ପଡିଲା ସମ୍ପର୍କରେ ପୂର୍ଣ୍ଣଚ୍ଛେଦ?
- ଚାଉଳ ଗାଡ଼ିରେ ଚାଲିଥିବା ଗଞ୍ଜେଇ ଚାଲାଣକୁ ଧରିଲା ଏସଟିଏଫ୍, ଜଣେ ଅଭିଯୁକ୍ତ ଗିରଫ
- ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା:ପ୍ରଧାନଶିକ୍ଷକ ନିଲମ୍ବିତ
Comments are closed.