Latest Odisha News

BREAKING NEWS

ରବିବାରଠୁ ରାଜ୍ୟ ବିଜେପିର ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ରାଜ୍ୟ ବିଜେପିର ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକ। ବୈଠକରେ ରାଜ୍ୟ ତଥା ଜାତୀୟ ପଦାଧିକାରୀ, ପ୍ରଭାରୀ ସମେତ ନିର୍ବାଚିତ ବିଧାୟକ, ସାଂସଦଙ୍କ ସମେତ ଜିଲ୍ଲା ସଭାପତି ଯୋଗ ଦେବେ। ଏହାପୂର୍ବରୁ ଆଜି ରାଜ୍ୟ କାର୍ଯ୍ୟାଳୟରେ ବୈଠକ ବସିଥିଲା।

ନିକଟରେ ଦିଲ୍ଲୀରେ ଜାତୀୟ କାର୍ଯ୍ଯକାରିଣୀ ବୈଠକ ବସିଥିଲା। ଏହି ବୈଠକରେ ଦଳର ଜାତୀୟ ସଭାପତି ଜେ.ପି ନଡ୍ଡାଙ୍କ ସମେତ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ କାର୍ଯ୍ୟକାଳ ଅବଧି ବଢାଯାଇଥିଲା। ଏହାପରେ ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ ବସିବାକୁ ଯାଉଛି। ଆଗକୁ ବିଧାନସଭା ଓ ଲୋକସଭା ନିର୍ବାଚନ ରହିଛି। ସେହିପରି ନିର୍ବାଚନ ବେଳେ କେସିଆରଙ୍କ ବିଆରଏସ ଓ ଅରବିନ୍ଦ କେଜ୍ରିଓ୍ବାଲଙ୍କ ନେତୃତ୍ବାଧୀନ ଆମ୍ ଆଦମୀ ପାର୍ଟି ଓଡ଼ିଶାରେ ପ୍ରବେଶ କରିବ ବୋଲି ସୂଚନା ରହିଛି। ଅନ୍ୟପଟେ ରାଜ୍ୟର ଅନ୍ୟତମ ବିରୋଧୀ ଦଳ କଂଗ୍ରେସ ମଧ୍ୟ ବିଭିନ୍ନ ସମୟରେ ବିଜେଡି ଓ ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ବୋଲି କହିଛି। ତେଣୁ ଭୋଟ୍ ବ୍ୟାଙ୍କ ପ୍ରଭାବିତ ହେବା ଆଶଙ୍କା ରହିଥିବାରୁ ଶାସକ ବିଜେଡି ବିରୋଧୀ ବିଜେପି କିଭଳି କଡା ଆଭିମୁଖ୍ୟ ରଖିବ ସେ ନେଇ ରଣନୀତି ତିଆରି କରିବା ଉପରେ ଗୁରୁତ୍ୱ ଦେବ।

ସେହିପରି ବୈଠକରେ କେନ୍ଦ୍ର ଆବାସ ଯୋଜନା, ଚାଉଳ ଆଦି ଯୋଜନାକୁ କିଭଳି ଗାଁ ଗାଁରେ ଲୋକଙ୍କ ନିକଟରେ ପହଞ୍ଚାଯିବ ସେ ନେଇ ଆଲୋଚନା ହେବ ବୋଲି ପୂର୍ବରୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ସୂଚନା ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଆଜିର ଏହି ବୈଠକରେ ରାଜ୍ୟ ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ୱରୀ, ସହପ୍ରଭାରୀ ବିଜୟପାଲ୍ ସିଂ ତୋମାରଙ୍କ ସମେତ ସମସ୍ତ ରାଜ୍ୟ ପଦାଧିକାରୀ, ରାଜ୍ୟର ବିଭିନ୍ନ ମୋର୍ଚ୍ଚା ସଭାପତି, ଜିଲ୍ଲା ସଭାପତି ଓ ପ୍ରଭାରୀମାନେ ଯୋଗ ଦେଇଥିଲେ ।

Comments are closed.