Latest Odisha News

BREAKING NEWS

କ୍ୟାବିନେଟ ନିଷ୍ପତ୍ତିକୁ ବିରୋଧ: ୩ରେ ମହାସମାବେଶ କରିବ ୬୬୨ ବର୍ଗ ଅଧ୍ୟାପକ ସଂଘ

ଭୁବନେଶ୍ୱର: ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ ଇନ ଏଡକୁ ନେଇ ଯେଉଁ ନିଷ୍ପତ୍ତି ନେଇଛି ରାଜ୍ୟ କ୍ୟାବିନେଟ ତାକୁ ବିରୋଧ । ନିଖିଳ ଓଡ଼ିଶା ୬୬୨ ବର୍ଗ ବେସରକାରୀ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘ କ୍ୟାବିନେଟର ଏପରି ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଛନ୍ତି। ଆସନ୍ତା ଫେବୃୟାରୀ ୩ତାରିଖରେ ସଂଘ ପକ୍ଷରୁ ଭୁବନେଶ୍ୱରରେ ମହାସମାବେଶ କରାଯିବା ଏଣିକି କଳାବ୍ୟାଜ୍ ପିନ୍ଧି ପ୍ରତିବାଦ କରାଯିବ ବୋଲି ସଂଘର ସଭାପତି ଗୋଲକ ନାୟକ ଏହି ସୂଚନା ଦେଇଛନ୍ତି।

ରାଜ୍ୟ ସରକାରଙ୍କ କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ, ପିଛିଲା ଭାବେ ଜାନୁଆରୀ ୧, ୨୦୨୨ରୁ ଲାଗୁ କରାଯିବ । ଏହାଦ୍ୱାରା ୧୫ ହଜାର ୭୧୧ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାରଙ୍କୁ ବାର୍ଷିକ  ଅତରିକ୍ତ ୨୯୦ କୋଟି ଟଙ୍କା ବ୍ୟୟ କରିବେ।

ହେଲେ ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତି ଅଧ୍ୟାପକ ମାରଣ ଓ ଅସମାନ୍ନର ଜ୍ୱଳନ୍ତ ଉଦାହରଣ ବୋଲି ନିଖିଳ ଓଡ଼ିଶା ୬୬୨ ବର୍ଗ ବେସରକାରୀ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘ କହିଛି। ଗୋଲକ ନାୟକ ନିଜ ସୋଶିଆଲ ମିଡିଆରେ ଏହାର ପ୍ରତିକ୍ରିୟାରେ କହିଛନ୍ତି, ଦୀର୍ଘ ୩୦ବର୍ଷ ଧରି ପାଠ ପଢାଇ ଜଣେ ଖାଲି ହାତରେ ବିଦାୟ ନେବା ଯେତିକି ଦୁଃଖ ଦାୟକ, ତାଠାରୁ ଅଧିକ ଦୁଃଖ ଦାୟକ ହେଉଛି ଅସମ୍ମାନରେ ବଞ୍ଚିବା।

ଜଣେ ଗ୍ରନ୍ଥାଗାର, ଖେଳ ଶିକ୍ଷକ ଓ ଡେମୋନଷ୍ତ୍ରାଟର ଙ୍କ ଠାରୁ ଜଣେ ଅଧ୍ୟାପକ କମ ଦରମା ପାଇବା, ରାଜ୍ୟ ସରକାରଙ୍କ ସ୍ୱଛତାକୁ ସ୍ପଷ୍ଟ ଅଙ୍ଗୁଳି ନିର୍ଦେଶ କରୁଛି। ସମାନ ପଦ୍ଧତିରେ ଚାକିରୀ କରିଥିବା ଦୁଇ ଗୋଷ୍ଠୀର ଅଧ୍ୟାପକଙ୍କୁ ଗତ କ୍ୟାବିନେଟ ସମାନ ଦରମା ଦେଇଥିବା ବେଳେ, ଏବେ କଣ ପାଇଁ ଏତେ ଟଙ୍କାର ବ୍ୟବଧାନ କରାଗଲା ବୋଲି ସଂଘ ପ୍ରଶ୍ନ କରିଛି।

ଗତ ଦୁଇଦିନ ତଳେ ମୁଖ୍ୟ ଶାସନ ସଚିବଙ୍କ ଫ୍ୟାକ୍ଟ ବିହୀନ ଯୁକ୍ତି ଯେତିକି ହାସ୍ୟାସ୍ପଦ। ସେତିକି ଦୁର୍ଭାଗ୍ୟ ଜନକ। ରାଜ୍ୟର ଶାସନ ଦାଇତ୍ୱ ନେଇଥିବା ମୁଖ୍ୟ ସଚିବ କାହାର କେଉଁଭଳି ନିଯୁକ୍ତି ନଜାଣିବା ଅତ୍ୟନ୍ତ ଦୁଃଖ ଦାୟକ ବିଷୟ।  ଏହାର ପୁର୍ନବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ସିଧାସଳଖ ହସ୍ତକ୍ଷେପ ଲୋଡିଛି ସଂଘ। ଯଦି ସମାଧାନ ନହୁଏ ତାହେଲେ ଆଗାମୀ ଫେବୃଆରୀ ୩ରେ ସଂଘ ରାଜଧାନୀରେ ମହାସମାବେଶ କରିବ ବୋଲି କହିଛି।

 

 

Leave A Reply

Your email address will not be published.