Latest Odisha News

BREAKING NEWS

କୂଅରେ ପଡ଼ି ନାବାଳକର ମୃତ୍ୟୁ

ଖୋର୍ଦ୍ଧା : ସାଇକେଲ ଚଲାଇବା ବେଳେ ଅଘଟଣ କୂଅରେ ପଡ଼ି ନାବାଳକର ମୃତ୍ୟୁଅସାବଧାନତା କାରଣରୁ ନାବାଳକ ଜଣଙ୍କ ସାଇକଲ ସହ ପଡ଼ି ଯାଇଥିଲେ କୂଅରେ । ଏଭଳି ଅଭାବନୀୟ ଘଟଣା ଘଟିଛି ଘଟଣା ଖୋର୍ଦ୍ଧା ଥାନା ପୁବୁସାହି ଓଲସିଂ ଗାଁରେ ମୃତ ନାବାଳକ ହେଲେ ଦିବ୍ୟଜ୍ୟୋତି ବେହେରା

ସୂଚନା ଅନୁଯାୟୀ ଦିବ୍ୟଜ୍ୟୋତି ଗତକାଲି ସନ୍ଧ୍ୟାରେ ସାଇକେଲ ଚଲାଇବାବେଳେ ଘର ପାଖ କୂଅରେ ଖସି ପଡ଼ିଥିଲେପରେ ପରିବାର ଲୋକ ଖୋଜାଖୋଜି କରି ନପାଇବାରୁ ଥାନାରେ ଏତଲା ଦେଇଥିଲେ ହେଲେ ଆଜି ସକାଳୁ କୂଅରେ ଚପଲ ଭାସୁଥିବା ଦେଖିବାକୁ ମିଳିଥିଲା

ପରେ ଦିବ୍ୟଙ୍କୁ ମୃତ ଅବସ୍ଥାରେ କୂଅରୁ ଉଦ୍ଧାର କରାଯାଇ ମୃତ ଦେହକୁ ବ୍ୟବଛେଦ ପାଇଁ ପଠାଯାଇଛି ଅନ୍ୟପକ୍ଷେ ଏହାକୁ ହତ୍ୟା ସନ୍ଦେହ କରି ପୋଲିସ ଘଟଣାର ତଦନ୍ତ ପାଇଁ ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ କରୁଛି ।

Comments are closed.