Latest Odisha News

BREAKING NEWS

କୂଅରେ ପଡ଼ି ନାବାଳକର ମୃତ୍ୟୁ

ଖୋର୍ଦ୍ଧା : ସାଇକେଲ ଚଲାଇବା ବେଳେ ଅଘଟଣ ।କୂଅରେ ପଡ଼ି ନାବାଳକର ମୃତ୍ୟୁ। ଅସାବଧାନତା କାରଣରୁ ନାବାଳକ ଜଣଙ୍କ ସାଇକଲ ସହ ପଡ଼ି ଯାଇଥିଲେ କୂଅରେ । ଏଭଳି ଅଭାବନୀୟ ଘଟଣା ଘଟିଛି ଘଟଣା ଖୋର୍ଦ୍ଧା ଥାନା ପୁବୁସାହି ଓଲସିଂ ଗାଁରେ । ମୃତ ନାବାଳକ ହେଲେ ଦିବ୍ୟଜ୍ୟୋତି ବେହେରା ।

ସୂଚନା ଅନୁଯାୟୀ ଦିବ୍ୟଜ୍ୟୋତି ଗତକାଲି ସନ୍ଧ୍ୟାରେ ସାଇକେଲ ଚଲାଇବାବେଳେ ଘର ପାଖ କୂଅରେ ଖସି ପଡ଼ିଥିଲେ। ପରେ ପରିବାର ଲୋକ ଖୋଜାଖୋଜି କରି ନପାଇବାରୁ ଥାନାରେ ଏତଲା ଦେଇଥିଲେ । ହେଲେ ଆଜି ସକାଳୁ କୂଅରେ ଚପଲ ଭାସୁଥିବା ଦେଖିବାକୁ ମିଳିଥିଲା ।

ପରେ ଦିବ୍ୟଙ୍କୁ ମୃତ ଅବସ୍ଥାରେ କୂଅରୁ ଉଦ୍ଧାର କରାଯାଇ ମୃତ ଦେହକୁ ବ୍ୟବଛେଦ ପାଇଁ ପଠାଯାଇଛି । ଅନ୍ୟପକ୍ଷେ ଏହାକୁ ହତ୍ୟା ସନ୍ଦେହ କରି ପୋଲିସ ଘଟଣାର ତଦନ୍ତ ପାଇଁ ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ କରୁଛି ।

Comments are closed.