Latest Odisha News

ମୋଦୀଙ୍କ ଉପରେ ବିବିସିର ୱେବ୍‌ ସିରିଜ୍: ଶେୟାର ହୋଇଥିବା ୟୁଟ୍ୟୁବ୍ ଭିଡିଓ ଓ ଟ୍ୱିଟର ବ୍ଲକ୍‌ କଲେ ସରକାର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବ୍ରିଟିସ୍ ମିଡିଆ ବିବିସି କରିଥିବା ୱେବ୍‌ ସିରିଜ୍‌କୁ ଭାରତ ସରକାର ବ୍ଲକ୍‌ କରିବା ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିରୋଧୀ ନେତା ମନ୍ତ୍ରୀ ଓ ଅମଲାମାନେ ଏହାର ତୀବ୍ର ନିନ୍ଦା କରିଛନ୍ତି। ବିବିସି ୟୁଟ୍ୟୁବ୍‌ରେ ଛାଡ଼ିଥିବା ଏହି ଡକ୍ୟୁମେଣ୍ଟକୁ ବ୍ଲକ୍ କରିବାକୁ ଗତକାଲି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ। ତା ସହ ଯେଉଁ ଟ୍ୱିଟର ଆକାଉଣ୍ଟଗୁଡ଼ିକ ଏହି ୱେବ୍‌ ସରିଜ୍ ଶେୟାର କରିଛନ୍ତି ସେସବୁକୁ ମଧ୍ୟ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଏହି ନିର୍ଦ୍ଦେଶ ଜାରି କରିଛି

ମିଳିଥିବା ସୂଚନା ଅନୁସାରେ,ୱେବ୍‌ ସିରିଜ୍ ଶେୟାର କରିଥିବା ୫୦ ଟ୍ୱିଟ୍ସକୁ ବ୍ଲକ୍ କରିବ ପାଇଁ ନିର୍ଦ୍ଦେଶ ଦିଆଯାଇଛି ଆଇଟି ନିୟମ, ୨୦୨୧ ଅଧିନରେ ଥିବା ଜରୁରୀ କ୍ଷମତାରେ ଉପଯୋଗ କରି ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟର ସଚିବ ଏହିସବୁ ଆକାଉଣ୍ଟକୁ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହା ପୂର୍ବରୁ ବିବିସିରି ଏହି ଡକ୍ୟୁମେଣ୍ଟାରିକୁ ବ୍ରିଟେନ ସଂସଦରେ ନିନ୍ଦା କରାଯାଇଥିଲା। ଋଷ ସୁନକ ସରକାର ବିବିସି ରିପୋର୍ଟିଂରେ ନିରେପେକ୍ଷତା ଉପରେ ପ୍ରଶ୍ନ ଉଠାଇଥିଲେ। ଏହାପରେ ଭାରତ ଏହା ଉପରେ ପ୍ରତିକ୍ରିୟା ରଖି ଏହାକୁ ଉଦ୍ଦେଶ୍ୟପ୍ରଣୋଦିତ ରିପୋର୍ଟିଂ ବୋଲି କହିଥିଲା। କିଛି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ରଖି ଏଭଳି ରିପୋର୍ଟିଂ କରାଯାଇଛି। ଯାହା ଏବେ ବି ଉପନିବେଶ ମାନସିକତାକୁ ଦର୍ଶାଉଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ପ୍ରବକ୍ତା ଅରିନ୍ଦମ ବାଗ୍‌ଚୀ କହିଥିଲେ।

ବିବାଦ ମଧ୍ୟରେ ଗୃହ ମନ୍ତ୍ରାଳୟ, ବିଦେଶ ମନ୍ତ୍ରାଳୟ ଏବଂ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଏହାର ତଦନ୍ତ କରିଥିଲେ। ବିବିସିରି ଏଭଳି ରିପୋର୍ଟିଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉପରେ ଆକ୍ଷେପର ପ୍ରୟାସ ବୋଲି କହିବା ସହ ଏହାକୁ ନିନ୍ଦା କରାଯାଇଖିଲା ଏବେ ବ୍ଲକ୍‌ ହେବା ପରେ ଇଣ୍ଡିଆ: ଦି ମୋଦୀ କ୍ୱେଶଚିନ ନାମକ ଡକ୍ୟୁମେଣ୍ଟ୍ରିର କୌଣସି ଦୃଶ୍ୟକୁ ଆପଣ କୌଣସି ଟ୍ୱିଟର କିମ୍ବା ୟୁଟ୍ୟୁବ୍‌ ଆକାଉଣ୍ଟରେ ଦେଖିପାରିବେ ନାହିଁ।

ଏପଟେ ରିପୋର୍ଟିଂର ସମାଲୋଚନା ହେବା ପରେ ଏବେ ଏନେଇ ପ୍ରତିକ୍ରିୟା ରଖିଥିଲା ବିବିସି। ଏହି ଡକ୍ୟୁମେଣ୍ଟାରିରେ ଗଭୀର ଅଧ୍ୟୟନ କରାଯାଇଛି ବୋଲି ବ୍ରିଟି ବ୍ରୋଡ୍‌କାଷ୍ଟିଂ କର୍ପୋରେସନ କହିଛି। ପିଟିଆଇକୁ ସୂଚନା ଦେଇ ବିବିସ କହିଛି “ ଉଚ୍ଚମାନ ସମ୍ପାଦକୀୟରେ ଗଭୀର ଅଧ୍ୟନ କରି ଏହି ରିପୋର୍ଟିଂ କରାଯାଇଛି।” ପିଟିଆଇକୁ ସୂଚନା ଦେଇ ବିବିସି ପ୍ରବକ୍ତା ଏହି ସୂଚନା ଦେଇଥିଲେ।

ବିବିସି ପକ୍ଷରୁ ଆହୁରି କୁହାଯାଇଥିଲା ଯେ ଏହି ଡକ୍ୟୁମେଣ୍ଟାରି ତିଆରି କଲା ବେଳେ ବିବିସି ଅନେକ ଲୋକଙ୍କର ମତ ନେଇଛି। ଅନେକ ପ୍ରସଙ୍ଗ ଉପରେ କଥା ଉଠାଇଛି ବୋଲି ବ୍ରିଟିଶ ମିଡିଆ କହିଛି। ବିବିସି କହିଛି “ଏହି ରିପୋର୍ଟିଂ ପାଇଁ ଆମେ ଅନେକ ପ୍ରକାର ଟିପ୍ପଣୀ, ସାକ୍ଷୀ ଓ ବିଶେଷଜ୍ଞଙ୍କ ମତ ନେଇଥିଲୁ। ଏସବୁ ଆମେ ଏଥିରେ ଦେଖାଇଛୁ ମଧ୍ୟ। ଏଥିରେ ବିଜେପି ନେତାଙ୍କର ମତ ବି ସାମିଲ୍ ଅଛି। ତେବେ ଏହି ଡକ୍ୟୁମେଣ୍ଟାରି ଉଠିଥିବା ପ୍ରଶ୍ନ ଉପରେ ମତ ରଖିବାକୁ ଆମେ ଭାରତ ସରକାରଙ୍କ ସହ ସମ୍ପର୍କ କରିଥିଲୁ। ହେଲେ ଭାରତ ସରକାର ଏନେଇ କୌଣସି ଟିପ୍ପଣୀ କରିବାକୁ ମନା କରିଦେଇଥିଲେ।”

ସାରା ବିଶ୍ୱର ଥିବା ବଡ଼ ସମସ୍ୟାଗୁଡ଼ିକୁ ଲୋକଙ୍କ ସାମ୍ନାରେ ଆଣିବାକୁ ବିବିସି ପ୍ରତିଶ୍ରୁତିବଦ୍ଧ। ଏହି ଡକ୍ୟୁମେଣ୍ଟାରିରେ ଭାରତରେ ସଂଖ୍ୟା ବହୁଳ ହିନ୍ଦୁ ଓ ସଂଖ୍ୟା ଲଘୁ ମୁସଲମାନଙ୍କ ମଧ୍ୟରେ ଥିବା ଅସନ୍ତୋଷକୁ ପରୀକ୍ଷଣ କରାଯାଇଥିଲା। ଏହି ଟେନ୍‌ସନ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ରାଜନୀତି ସମୀକରଣକୁ ଅନୁସନ୍ଧାନ କରିଛି ବୋଲି ବିବିସି କହିଥିଲା।

Leave A Reply

Your email address will not be published.