Latest Odisha News

BREAKING NEWS

ବିଜେପି ସମ୍ପର୍କରେ ନୀତୀଶ କୁମାର? ଦଳର ବରିଷ୍ଠ ନେତାଙ୍କ ବୟାନ ବଢ଼ାଇଲା ଚର୍ଚ୍ଚା

ପାଟଣା: କ’ଣ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣିଥରେ ୟୁ-ଟର୍ଣ୍ଣ ନେବେ ? ବିଜେପିକୁ ଫେରିବାକୁ ସେ ପୁଣିଥରେ ଚିନ୍ତା କରୁଛନ୍ତି କି? ଜନତା ଦଳ (ୟୁନାଇଟେଡ୍) ର ସଂସଦୀୟ ବୋର୍ଡର ସଭାପତି ଉପେନ୍ଦ୍ର କୁଶୱା ଦିଲ୍ଲୀ ଏମ୍ସ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଏକ ବୟାନ ଦେଇଛନ୍ତି। ଏହାପରେ ଏଭଳି କିଛି ଚର୍ଚ୍ଚା ହେଉଛି।

କୁଶୱା କହିଛନ୍ତି ଯେ ସେ ହସ୍ପିଟାଲରେ ଥିଲେ। ଏହି ସମୟରେ ଜଣେ ବିଜେପି ନେତା ତାଙ୍କୁ ଦେଖା କରିବାକୁ ଆସିଥିଲେ। ଏହି ଫଟୋ ସାମ୍ନାକୁ ଆସିବା ପରେ ସେ ଦଳ ଛାଡିବା ନେଇ ଚର୍ଚ୍ଚା ବଢିଛି। କିନ୍ତୁ ତାଙ୍କ ଦଳର ଅନେକ ବଡ ବଡ ନେତା ବିଜେପି ନେତାଙ୍କ ନେତାଙ୍କ ସହ ଯୋଗାଯୋଗରେ ଅଛନ୍ତି ବୋଲି କୁଶଓ୍ୱା କହିଛନ୍ତି।

ବିହାର ରାଜନୀତିରେ କୁଶଓ୍ୱା ଏବଂ ନୀତୀଶ ଦୁଇ ଜଣଙ୍କ ଯୋଡ଼ି ବେଶ ପୁରୁଣା। କୁଶଓ୍ୱା ଜେଡିୟୁ ଛାଡି ନିଜର ଏକ ଦଳ ଗଢିଥିଲେ। ପରେ ତାଙ୍କ ଦଳକୁ ଜେଡିୟୁରେ ମିଶ୍ରଣ କରି ଦେଇଛନ୍ତି। ଏବେ କିନ୍ତୁ ବିହାରରେ ଦ୍ବିତୀୟ ଥର ପାଇଁ ଆରଜେଡି ଓ ଜେଡିୟୁ ମେଣ୍ଟ କରିବା ପରେ ଜେଡିୟୁରେ କୁଆଡେ ଫାଟ ସୃଷ୍ଟି ହୋଇଥିବା କୁହାଯାଉଛି। ଯଦିଓ ଏବେ ଏହା ଭିତରେ ଭିତରେ କୁହୁଳୁଛି କିନ୍ତୁ ଆଗାମୀ ଦିନରେ ଏହି ଧୂଆଁ ଜୋରରେ କୁହୁଳିପାରେ। ଏହି ଧାରାରେ କୁଶଓ୍ବା ଏବେ ଜଣେ ଅସନ୍ତୁଷ୍ଟ ବୋଲି ଚର୍ଚ୍ଚା ହେଉଛି।

ଉପେନ୍ଦ୍ର କୁଶୱା କହିଛନ୍ତି ଯେ ବିଜେପି ନେତାଙ୍କ ତାଙ୍କର ସାକ୍ଷାତ ବେଳର ଫଟୋ ସାମ୍ନାକୁ ଆସିବା ପରେ ଅନେକ କଥା କୁହାଯାଉଛି। ଏହାର କିନ୍ତୁ କୌଣସି ଅର୍ଥ ଅଛି ନାହିଁ ବୋଲି କହିଛନ୍ତି। ଯେକେହି ବ୍ୟକ୍ତିଗତ ସମ୍ପର୍କ ସ୍ଥାପନ କରିପାରିବେ ବୋଲି କହି ସେ ବିଜେପି ଲିଙ୍କରେ ଥିବା ପରୋକ୍ଷରେ କହିଛନ୍ତି। ସେ ଜେଡିୟୁରେ ରହିବେ କି ନାହିଁ, ଏହା କେବଳ ସେହିଁ ସ୍ଥିର କରିପାରିବେ ବୋଲି ଏହି ଅବସରରେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ରାମ ଚାରିତ୍ର ମାନସଙ୍କ ଉପରେ ଆରଜେଡି ନେତାଙ୍କ ବିବାଦୀୟ ମନ୍ତବ୍ୟ ସମ୍ପର୍କରେ ଜେଡିୟୁ ନେତା ତଥା ସେମାନଙ୍କର ବର୍ତ୍ତମାନର ସହଯୋଗୀ ରାଷ୍ଟ୍ରୀୟ ଜନତା ଦଳ ମଧ୍ୟରେ ଚାଲିଥିବା ଟିକାଟିପ୍ପଣୀରୁ ଜଣାପଡିଛି ଯେ ଦୁଇ ଦଳ ମଧ୍ୟରେ ମତଭେଦ ରହିଛି। ଏଭଳି ପରିସ୍ଥିତିରେ ନୀତୀଶ କୁମାର ପୁଣିଥରେ ୟୁ-ଟର୍ଣ୍ଣ ନେବେ ବୋଲି ଚର୍ଚ୍ଚା ବଢ଼ିଛି।

ଏହାପୂର୍ବରୁ ଉପେନ୍ଦ୍ର କୁଶୱାଙ୍କୁ ବିଜେପିରେ ଯୋଗଦେବା ସମ୍ଭାବନା ବିଷୟରେ ପଚରାଯିବାରୁ ବିହାର ସିଏମ ନୀତୀଶ କୁମାର କହିଥିଲେ ଯେ ସେ ପ୍ରାୟ ତିନିଥର ଦଳ ଛାଡି ପୁଣିଥରେ ଫେରିଛନ୍ତି। ତେବେ କୁଶଓ୍ୱା ଦିଲ୍ଲୀରୁ ଫେରିବା ପରେ ତାଙ୍କ ସହ କଥା ହେବେ ବୋଲି ଗତକାଲି ନୀତୀଶ କହିଥିଲେ।

 

 

 

 

Leave A Reply

Your email address will not be published.