Latest Odisha News

BREAKING NEWS

ରାସ୍ତାକଡରେ ଛିଡା ହୋଇଥିବା ଲୋକଙ୍କ ଉପରେ ଚଢିଗଲା ଡମ୍ପର; ୬ ମୃତ

ଲକ୍ଷ୍ନୌ: ଉନ୍ନାବ ଜିଲ୍ଲାର ଲକ୍ଷ୍ନୌ-କାନପୁର ହାଇୱେ ଉପରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଯାଇଛି । ଭାରସାମ୍ୟ ହରାଇ ଏକ ଡମ୍ପର ରାସ୍ତା କଡରେ ଛିଡା ହୋଇଥିବା ଲୋକଙ୍କ ଉପରେ ଚଢାଇ ଦେଇଛି । ଫଳରେ ୬ ଜଣ ଲୋକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଅନେକ ଲୋକ ଗୁରୁତର ହୋଇ ପଡ଼ିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଅଚଳଗଞ୍ଜ ଥାନା ଅଞ୍ଚଳରେ ରବିବାର ରାତିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ଡମ୍ପର ଭାରସାମ୍ୟ ହରାଇ ପ୍ରଥମେ ଏକ କାର ଏବଂ ଏକ ବାଇକକୁ ଧକ୍କା ଦେଇଥିଲା । ପରେ ରାସ୍ତାରେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ମାଡି ଯାଇଥିଲା । ଏହା ପରେ ଡମ୍ପରଟି ଘୋଷାରି ହୋଇ ଏକ ଖାଇରେ ପଡି ଯାଇଥିଲା ।

ଦୁର୍ଘଟଣାରେ ଗୋଟିଏ ପରିବାରର ବାପ, ପୁଅ  ଜ୍ୱାଇଁଙ୍କର ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଉ୍‌ତ୍ୟକ୍ତ ଲୋକେ ପଥର ଫିଙ୍ଗିବା ଆରମ୍ଭ କରି ଦେଇଛନ୍ତି । ଏକ ବସ ଭଙ୍ଗାରୁଜା ବି କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି ।

Leave A Reply

Your email address will not be published.