Latest Odisha News

BREAKING NEWS

କେ.ଏଲ ରାହୁଲ ଓ ଆଥିଆ ଶେଟ୍ଟିଙ୍କ ବିବାହରେ ମୋବାଇଲ ବାରଣ

ନୂଆଦିଲ୍ଲୀ : ଜାନୁଆରୀ ୨୩ରେ ବିବାହ ବନ୍ଧନରେ ଆବଦ୍ଧ ହେବେ ଷ୍ଟାର ଇଣ୍ଡିଆନ କ୍ରିକେଟର କେ.ଏଲ ରାହୁଲ ଏବଂ ବଲିଉଡର ଅଭିନେତ୍ରୀ ଆଥିଆ ଶେଟ୍ଟି । ସାତ ଘେରା ବୁଲି ସାରା ଜୀବନ ପାଇଁ ସାଥି ହୋଇ ରହିବେ କେ.ଏଲ ରାହୁଲ  ଓ ଆଥିଆ  । ଖଣ୍ଡାଲା ସ୍ଥିତ ସୁନୀଲ ଶେଟ୍ଟୀଙ୍କ ବଙ୍ଗଳା ଠାରେ ବିବାହ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି ।

ଫ୍ୟାନ୍ସମାନେ ବହୁତ ଖୁସି ଥିବାବେଳେ ଏହି ସ୍ଥିତିରେ ବିବାହକୁ ଆସୁଥିବା ଅତିଥିମାନଙ୍କୁ ମୋବାଇଲ ଫୋନ ଆଣିବାକୁ ଅନୁମତି ଦିଆଯିବ ନାହିଁ ।  ବିବାହ ଫଟୋ ଭାଇରାଲ ନ ହେବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି ବିବାହରେ କେବଳ ୧୦୦ ଅତିଥି ଯୋଗଦେବେ। ଅତିଥିଙ୍କ ମଧ୍ୟରେ କେବଳ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁମାନେ ଉପସ୍ଥିତ ରହିବେ।

ସୂଚନା ଅନୁଯାୟୀ, ୨୧ ଜାନୁଆରୀରେ ରାହୁଲ ଏବଂ ଆଥିଆଙ୍କ ସଂଗୀତ ଏବଂ ୨୨ରେ ମେହେନ୍ଦୀ କାର୍ଯ୍ୟକ୍ରମ ଶେଷ ହୋଇଛି। ଉଭୟ ଦକ୍ଷିଣ ଭାରତୀୟ ରୀତିନୀତି ଅନୁଯାୟୀ ବିବାହ କରିବେ। ବିବାହ ପାଇଁ ଖଣ୍ଡାଲା ସ୍ଥିତ ସୁନୀଲ ଶେଟ୍ଟୀଙ୍କ ବଙ୍ଗଳାର ସାଜସଜ୍ଜା ଆରମ୍ଭ ହୋଇଛି।

 

View this post on Instagram

 

A post shared by Athiya Shetty (@athiyashetty)

ବିବାହରେ ଉପସ୍ଥିତ ଥିବା ସମସ୍ତ ଅତିଥି ମାନେ ରେଡିସନ ହୋଟେଲରେ ରହିବେ। ଏଥିରେ ବହୁ ବଲିଉଡ ସେଲିବ୍ରିଟି ସମେତ ସମସ୍ତ କ୍ରିକେଟର ଯୋଗଦେବେ। ତେବେ ଏହି ବିବାହ ପରେ ନବଦମ୍ପତି ଏପ୍ରିଲ ମାସରେ ରିସେପ୍ସନ କରିବେ ବୋଲି ଜଣାପଡ଼ିଛି  ।

 

View this post on Instagram

 

A post shared by Viral Bhayani (@viralbhayani)

Leave A Reply

Your email address will not be published.