Latest Odisha News

ପୁଣି ସର୍ଜିକାଲ ଷ୍ଟ୍ରାଇକ୍‌ ଓ ପୁଲୱାମା ଆଟାକର ପ୍ରମାଣ ମାଗିଲା କଂଗ୍ରେସ; କହିଲା-ବିଜେପି ମିଛ କହୁଛି

ଶ୍ରୀନଗର: ପୁଣିଥର ସର୍ଜିକାଲ ଷ୍ଟ୍ରାଇକ୍‌ ଓ ୨୦୧୯ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପ୍ରମାଣ ମାଗିଲା କଂଗ୍ରେସ। ସରକାର ପ୍ରମାଣ ନ ଦେଇ ଖାଲି ମିଛ କଥା କହୁଛନ୍ତି ବୋଲି କଂଗ୍ରେସର ପୂର୍ବତନ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ଏପରି କହିଛନ୍ତି।

କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଜାମ୍ମୁରେ ପହଞ୍ଚିଛି। ଏହି ଅବସରରେ ସୋମବାର ଲୋକଙ୍କୁ ସମ୍ବୋଧନ କରି ଏପରି କହିଛନ୍ତି ଦିଗବିଜୟ ସିଂହ। ଦିଗବିଜୟ କହିଛନ୍ତି “ପୁଲୱାମାରେ ଆମର ୪୦ ଯବାନ ସହିଦ ହୋଇଗଲେ। ସିଆର୍‌ପିଏଫ୍‌ ଅଫିସରମାନେ ଯବାନଙ୍କୁ ଏୟାରଲିଫ୍ଟ କରିବାକୁ କହିଥିଲେ। ହେଲେ ପିଏମ ମୋଦୀ ଏଥିରେ ରାଜି ହୋଇନଥିଲେ। ଏତେବଡ଼ ତ୍ରୁଟି କେମିତି ହେଲା?  ଆଜି ପର୍ଯ୍ୟନ୍ତ ପୁଲୱାମାକୁ ନେଇ କୌଣସି ଗୋଟିଏ ବି ରିପୋର୍ଟ ସଂସଦରେ ଦିଆଗଲା ନାହିଁ। ସେମାନେ କହୁଛନ୍ତି ସର୍ଜିକାଲ ଷ୍ଟ୍ରାଇକ୍ କଲେ କିନ୍ତୁ ଏହାର କୌଣସି ପ୍ରମାଣ ଦେଇପାରୁ ନାହାନ୍ତି। ସେମାନେ କେବଳ ମିଛ କଥା କହୁଛନ୍ତି।”

ସେହିପରି ଜାମ୍ମୁ-କାଶ୍ମୀରେ ହୋଇଥିବା ବିସ୍ଫୋରଣକୁ ମଧ୍ୟ ସେ ନିନ୍ଦା କରିଛନ୍ତି। ଶ୍ରୀ ସିଂହ କହିଛନ୍ତି “ ଜାମ୍ମୁର ଧାଙ୍ଗ୍ରୀ, ରାଜୌରୀ ଓ ନରୱାଲରେ ହୋଇଥିବା ଆକ୍ରମଣକୁ ଆମେ ନିନ୍ଦା କରୁଛୁ। ତେବେ ଧାରା ୩୭୦ ଉଚ୍ଛେଦ ପରେ ଯାହା କୁହାଯାଇଥିଲା ବର୍ତ୍ତମାନ ଜାମ୍ମୁ-କାଶ୍ମୀର ଅବସ୍ଥା ସେପରି ନାହିଁ। ପୁଣିଥରେ ଏଠାରେ ଟାର୍ଗେଟ୍ କିଲିଂ ଓ ବୋମାମାଡ଼ ବଢ଼ି ଚାଲିଛି।”


ଏହା ପୂର୍ବରୁ ଶ୍ରୀ ସିଂହ ଧାରା ୩୭୦ ଉଚ୍ଛେଦ ପରେ ବି ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ବଢ଼ି ଚାଲିଛି ବୋଲି କହିଥିଲେ। ଜାମ୍ମୁରେ ପହଞ୍ଚିଥିବା ଭାରତ ଯୋଡ଼ ଯାତ୍ରାରେ ଦିଗବିଜୟ ସିଂହ, କେସି ବେଣୁ ଗୋପାଳ, ଜୟରାମ ରମେଶ,  ଜାମ୍ମୁ-କାଶ୍ମୀର କଂଗ୍ରେସ ମୁଖ୍ୟ ବିକର ରସୁଲ ୱାନୀ ତାଙ୍କ ପ୍ରଫେସର ଜିଏ ମୀର, କାର୍ଯ୍ୟକାରୀ ଅଧ୍ୟକ୍ଷ ରମଣ ଭଲ୍ଲା ଏବଂ ପୂର୍ବତନ ମନ୍ତ୍ରୀ ତାରିଖ ହମିଦ କର୍ରାର ଯୋଗ ଦେଇଥିଲେ।

ସୂଚନା ଥାଉକି ୨୦୧୬ରେ ଉରି ଆଟାକର ୧୦ ଦିନ ପରେ ସର୍ଜିକାଲ୍ ଷ୍ଟ୍ରାଇକ୍ ହୋଇଥିଲା। ଜାମ୍ମୁ-କାଶ୍ମୀରର ଉରି ଠାରେ ହୋଇଥିବା ଆକ୍ରମଣରେ ଆତଙ୍କବାଦୀମାନେ ସେନା ୧୨ ବ୍ରିଗେଡ୍ ମୁଖ୍ୟାଳୟରେ ୪ ଆତଙ୍କବାଦୀ ଏକାଧିକ ଗ୍ରେନେଡ୍ ମାଡ଼ କରିଥିଲେ। ଏଥିରେ ୧୮ ଯବାନ ସହିଦ ହୋଇଥିଲେ। ସେହିପରି ୧୦୧୯ରେ ଜୈସ –ଇ ମହମ୍ମଦର ଆତଙ୍କବାଦୀମାନେ ପୁଲୱାମାରେ ଆକ୍ରମଣ କରିଥିଲେ। ଏଥିରେ ୪୦ ଯବାନ ସହିଦ ହୋଇଥିଲେ।

Comments are closed.