ମୟୂରଭଞ୍ଜ: ଦିନକୁ ଦିନ କପ୍ତିପଦା ଉପଖଣ୍ଡ ଉପଜିଲ୍ଲାପାଳଙ୍କ ବଦଳି ଦାବି ଘନାଇବାରେ ଲାଗିଛି । ସୋମବାର କପ୍ତିପଦା ଉପଖଣ୍ଡ ସାମ୍ବାଦିକ ପରିବାର ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତାଙ୍କ ବଦଳି ଦାବି କରି ଧାରଣା ଦିଆଯାଇଛି । ଆଜି ଛୁଟିଦିନ ଥିବା ସତ୍ତ୍ୱେ୍ୱ ସାମ୍ବାଦିକମାନେ ଧାରଣାରେ ବସିଛନ୍ତି । ଏହା ସହିତ ଧାରଣାସ୍ଥଳରେ ନେତାଜୀ ଜୟନ୍ତୀ ମଧ୍ୟ ପାଳନ କରିଛନ୍ତି । ସ୍ୱାଧୀନତା ନିମନ୍ତେ ନେତାଜୀ ସୁବାଷ ଚନ୍ଦ୍ର ଭୋଷଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ । ଯେଉଁଭଳି ଭାବେ ନେତାଜୀ ମୋତେ ରକ୍ତ ଦିଅ ମୁଁ ସ୍ୱାଧୀନତା ଦେବି ନାରା ଦେଇଥିଲେ ସେହିପରି ଦୁର୍ନୀତିରେ ଉବୁଟୁବୁ ହେଉଥିବା ଉପଖଣ୍ଡ ଉପଜିଲ୍ଲାପାଳ ଭଗବାନ ବେହେରାଙ୍କୁ ବଦଳି କରିଲେ ଉପଖଣ୍ଡର ଉନ୍ନତି ହୋଇପାରିବ ବୋଲି ଉପସ୍ଥିତ ସଦସ୍ୟମାନେ ମତବ୍ୟକ୍ତ କରିଥିଲେ । ଉପଜିଲ୍ଲାପାଳ ଭଗବାନ ବେହେରାଙ୍କ ବଦଳି ନ ହେବା ପର୍ଯ୍ୟନ୍ତ ପ୍ରତି ସୋମବାର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଜାରି ରହିବ ବୋଲି ସାମ୍ବାଦିକମାନେ ପ୍ରକାଶ କରିଛନ୍ତି । ଉପଖଣ୍ଡରେ ଲଘୁ ଖଣିଜ ପଦାର୍ଥ ଚୋରା ଚାଲାଣ, ବିଭିନ୍ନ ଦୁର୍ନୀତି ପଛରେ ଉପଜିଲ୍ଲାପାଳଙ୍କ ହାତ ଥିବାରୁ ତାଙ୍କୁ ବଦଳି କରିବା ଦାବି ଜୋର ଧରିଛି ।
BREAKING NEWS
- ରାଜଧାନୀରୁ ୭୫ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ୩ ଗିରଫ
- OUSSSC CPSE 2024: ପୋଲିସ ଏସ୍ଆଇ ପରୀକ୍ଷାର୍ଥୀଙ୍କ ବଢିଲା ତଥ୍ୟ ଅପଡେଟ୍ ସମୟସୀମା
- ୨ଦିନରେ ଷ୍ଟେସନରୁ ଜବତ ହେଲାଣି ୧୭ କେଜି ଗଞ୍ଜେଇ; ଦୁଇ ଗିରଫ
- ମୁମ୍ବାଇ ଇଣ୍ଡିଆନ୍ସ ହେଲା ସବୁଠାରୁ ଦାମୀ ଟିମ
- Sheikh Hasina approaches UN: ଢାକା ଫେରିବା ପୂର୍ବରୁ UNର ଦ୍ୱାରସ୍ଥ ହେଲେ ଶେଖ୍ ହସିନା;ଜାଣନ୍ତୁ କାରଣ…
- ରଣଜୀ ଟ୍ରଫିରେ ଚିନ୍ମୟ ସୁତାରଙ୍କ ଧମାକା: ଭାଙ୍ଗିଲେ ୧୦୦ ବର୍ଷର ବିଶ୍ୱ ରେକର୍ଡ!
- କିଟରେ ହେବ ଓଡ଼ିଶା ସିନିୟର ମହିଳା ଫିଡେ ରେଟେଡ୍ ଚେସ୍ ଚାମ୍ପିଅନସିପ
- PM Kisan Yojana:କାଲି ମିଳିବ ପିଏମ୍ କିଷାନ ଟଙ୍କା; ରାଜ୍ୟରେ ୩୫ ଲକ୍ଷ ଚାଷୀ ପାଇବେ ୭୦୦ କୋଟି
- ରଣଜୀ ଟ୍ରଫି: ସର୍ଭିସେସ ବିପକ୍ଷ ମ୍ୟାଚ୍ ଡ୍ର, ବାତ୍ୟା ଅର୍ଣ୍ଣବ ପ୍ରଭାବିତ ମ୍ୟାଚ୍ରୁ ଓଡ଼ିଶାକୁ ମିଳିଲା ପ୍ରଥମ ପଏଣ୍ଟ
- ରାଜ୍ୟସଭା କ୍ରସ ଭୋଟିଂ ମାମଲା: ୫ ବିଜେଡି ବିଧାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍

Comments are closed.